ବୈଦ୍ୟୁତିକ ସାମଗ୍ରୀ ମଗାଇଥିଲେ ମହିଳା: ପାର୍ସଲରେ ଆସିଲା ମୃତଦେହ

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲାରେ ଜଣେ ମହିଳା ଅନଲଲାଇନରେ କିଛି ଘରକରଣା ସାମଗ୍ରୀ ମଗାଇଥିଲେ। ତେବେ ପାର୍ସଲରେ ଗୋଟିଏ ମୃତଦେହ ଆସିଥିବାବେଳେ ସେଥିରେ ଏକ ଚିଠି ମଧ୍ୟ ମିଳିଥିଲା। ଚିଠିରେ ୧.୩ କୋଟି ଟଙ୍କା ପୈଠ କରିବାକୁ ମହିଳାଙ୍କୁ ନିର୍ଦେଶ ଦିଆଯାଇଛି। ସୂଚନା ମୁତାବକ ତୁଳସୀ ନାମ୍ନୀ ଏହି ମହିଳା ଜଣକ ସରକାରୀ ପ୍ରଦତ୍ତ ଜମିରେ ବାସଗୃହ ନିର୍ମାଣ କରୁଛନ୍ତି। ଏଥିପାଇଁ ସେ ଆର୍ଥିକ ସହାୟତା ନିମନ୍ତେ ‘କ୍ଷତ୍ରୀୟ ସେବା ସମିତି’ର ଦ୍ବାରସ୍ଥ ହୋଇଥିଲେ। […]

ବୈଦ୍ୟୁତିକ ସାମଗ୍ରୀ ମଗାଇଥିଲେ ମହିଳା: ପାର୍ସଲରେ ଆସିଲା ମୃତଦେହ

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲାରେ ଜଣେ ମହିଳା ଅନଲଲାଇନରେ କିଛି ଘରକରଣା ସାମଗ୍ରୀ ମଗାଇଥିଲେ। ତେବେ ପାର୍ସଲରେ ଗୋଟିଏ ମୃତଦେହ ଆସିଥିବାବେଳେ ସେଥିରେ ଏକ ଚିଠି ମଧ୍ୟ ମିଳିଥିଲା। ଚିଠିରେ ୧.୩ କୋଟି ଟଙ୍କା ପୈଠ କରିବାକୁ ମହିଳାଙ୍କୁ ନିର୍ଦେଶ ଦିଆଯାଇଛି। ସୂଚନା ମୁତାବକ ତୁଳସୀ ନାମ୍ନୀ ଏହି ମହିଳା ଜଣକ ସରକାରୀ ପ୍ରଦତ୍ତ ଜମିରେ ବାସଗୃହ ନିର୍ମାଣ କରୁଛନ୍ତି। ଏଥିପାଇଁ ସେ ଆର୍ଥିକ ସହାୟତା ନିମନ୍ତେ ‘କ୍ଷତ୍ରୀୟ ସେବା ସମିତି’ର ଦ୍ବାରସ୍ଥ ହୋଇଥିଲେ। ସମିତି ତରଫରୁ ପୂର୍ବରୁ ମହିଳାଙ୍କୁ ଟାଇଲ (ଚଟାଣ ଓ କାନ୍ଥରେ ଖଞ୍ଜାଯାଉଥିବା) ଯୋଗାଇ ଦିଆଯାଇଥିଲା। ଏଥର ବାସଗୃହର ବୈଦ୍ୟୁତିକ କାର‌୍ୟ୍ୟ ନିମନ୍ତେ ସହାୟତା କରିବାକୁ ସେ ପୁଣି ସମିତିକୁ ଅନୁରୋଧ କରିଥିଲେ। ଖୁବଶୀଘ୍ର ତାଙ୍କ ନିକଟରୁ ବଲ୍‌ବ, ପଂଖା, ସୁଇଚ୍‌ ଇତ୍ୟାଦି ପଠାଯିବ ବୋଲି ମହିଳାଙ୍କ ନିକଟକୁ ହ୍ବାଟସଆପ୍‌ ବାର୍ତ୍ତା ଆସିଥିଲା। ତେବେ ଗୁରୁବାର ରାତିରେ ମହିଳାଙ୍କ ନିକଟକୁ ଏକ ପାର୍ସଲ ଆସିଥିଲା। ତେବେ ପାର୍ସଲ ଖୋଲିବା ପରେ ମହିଳା ଜଣକ ଆଶ୍ବର‌୍ୟ୍ୟାନ୍ବିତ ହୋଇପଡିଥିଲେ। ପାର୍ସଲରେ ବୈଦ୍ୟୁତିକ ସାମଗ୍ରୀ ପରିବର୍ତ୍ତେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ରଖାଯାଇଥିଲା। ଏଥିସହିତ ପାର୍ସଲରେ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ରହିଥିଲା। ୧.୩ କୋଟି ଟଙ୍କା ପୈଠ ନକଲେ ପରିଣାମ ଭୟଙ୍କର ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ସୂଚନା ପାଇବା ପ​‌େ​‌ର ପୁଲିସ ତୁଳସୀଙ୍କ ବାସଭବନରେ ପହଞ୍ଚି ମୃତଦେହ ଓ ଚିଠି ଥିବା ପାର୍ସଲକୁ ଜବତ କରିଛି।