ବୈବାହିକ ଜୀବନକୁ କେମିତି କରିବେ ସୁନ୍ଦର… ଆପଣାନ୍ତୁ ଏହି ଟିପ୍ସ
ଭାବକୁ ନିୟନ୍ତ୍ରଣକରେ ଭାବପ୍ରବଣତା। ଭାଷାକୁ ସୃଷ୍ଟିକରେ ଏହି ଇମୋଶନ। ଏଇ ଭାବ ହିଁ ବୈବାହିକ ଜୀବନକୁ କରିଥାଏ ସ୍ବପ୍ନିଳ, ସୁନ୍ଦର। କିନ୍ତୁ ସମ୍ପର୍କର ପରିଭାଷାରେ ସବୁ ବୁଝାମଣା ଭୁଲ୍ଭାଲ୍ ହୋଇଯାଏ ସେତେବେଳେ, ଯେତେବେଳେ ଦେଖାଯାଏ ଇମୋଶନାଲ୍ ଡିଷ୍ଟାନ୍ସ। ତେଣୁ ଏଭଳି ସ୍ଥିତି ଆସିବା ପୂର୍ବରୁ ପରିସ୍ଥିତିକୁ ବଦଳେଇନେବା ନିହାତି ଜରୁରୀ… ସମ୍ପର୍କର ସବୁ ଭାଷାକୁ ବୁଝିଥାଏ ଇମୋସନ, ଆଉ ବୈବାହିକ ଜୀବନରେ ଭରିଥାଏ ରଙ୍ଗ। କିନ୍ତୁ ସମ୍ପର୍କର ପରିଭାଷା ସବୁ ବୁଝାମଣା ଭୁଲ୍ଭାଲ୍ ହୋଇଯାଏ ଯେବେ ଦେଖାଯାଏ […] The post ବୈବାହିକ ଜୀବନକୁ କେମିତି କରିବେ ସୁନ୍ଦର… ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.
ଭାବକୁ ନିୟନ୍ତ୍ରଣକରେ ଭାବପ୍ରବଣତା। ଭାଷାକୁ ସୃଷ୍ଟିକରେ ଏହି ଇମୋଶନ। ଏଇ ଭାବ ହିଁ ବୈବାହିକ ଜୀବନକୁ କରିଥାଏ ସ୍ବପ୍ନିଳ, ସୁନ୍ଦର। କିନ୍ତୁ ସମ୍ପର୍କର ପରିଭାଷାରେ ସବୁ ବୁଝାମଣା ଭୁଲ୍ଭାଲ୍ ହୋଇଯାଏ ସେତେବେଳେ, ଯେତେବେଳେ ଦେଖାଯାଏ ଇମୋଶନାଲ୍ ଡିଷ୍ଟାନ୍ସ। ତେଣୁ ଏଭଳି ସ୍ଥିତି ଆସିବା ପୂର୍ବରୁ ପରିସ୍ଥିତିକୁ ବଦଳେଇନେବା ନିହାତି ଜରୁରୀ…
ସମ୍ପର୍କର ସବୁ ଭାଷାକୁ ବୁଝିଥାଏ ଇମୋସନ, ଆଉ ବୈବାହିକ ଜୀବନରେ ଭରିଥାଏ ରଙ୍ଗ। କିନ୍ତୁ ସମ୍ପର୍କର ପରିଭାଷା ସବୁ ବୁଝାମଣା ଭୁଲ୍ଭାଲ୍ ହୋଇଯାଏ ଯେବେ ଦେଖାଯାଏ ଇମୋସନାଲ ଡିଷ୍ଟାନ୍ସ। ଆଉ ଏଭଳି ସ୍ଥିତି ଆସିବା ପାଇଁ ଦମ୍ପତିମାନଙ୍କର ବ୍ୟବହାର ହିଁ ମୁଖ୍ୟ କାରଣ। ତେଣୁ ଏଭଳି ସ୍ଥିତି ଆସିବା ପୂର୍ବରୁ ସେମାନେ ସଚେତନ ହୋଇଯିବା ଦରକାର। ନଚେତ୍ ଏହି ଦୂରତା ବଢ଼ିଯାଇ ସମ୍ପର୍କର ନିଅଁକୁ ଦୋହଲାଇ ଦିଏ। ଆଉ ସମ୍ପର୍କ ଭାଙ୍ଗିବାକୁ ବି ବେଶି ସମୟ ଲାଗେନାହିଁ। ତେଣୁ ମନକୁ ବୁଝାଇ ଭୁଲ୍ ବୁଝାମଣା ଦୂରକରିବା ଦରକାର।
କେତେ ମାରାତ୍ମକ: ଟିକିଏ ଟିକିଏ କଥାରେ ସମ୍ପର୍କ ଖରାପ ହୋଇଯାଏ। କିନ୍ତୁ ମନର ସମ୍ପର୍କ ମଜଭୁତ ଥିଲେ ଶାରୀରିକ ଦୂରତା କିଛି ପ୍ରଭାବ ପକାଇ ପାରେନାହିଁ। ଯେଉଁଠି ଥିଲେ ବି ସବୁବେଳେ ପରସ୍ପର ସହ ମନର ସମ୍ପର୍କକୁ ମଜଭୁତ କରିବା ଦରକାର। ଏଥିପାଇଁ କଥାବାର୍ତ୍ତା ହେବା, ନିଜ ସମସ୍ୟା ସମ୍ପର୍କରେ କହିବା ଓ ଅନ୍ୟର ସମସ୍ୟା ଶୁଣିବା ପାଇଁ ସମୟ ବାହାର କରିବା ଦରକାର। ଏଭଳି ବିଭିନ୍ନ ମାଧ୍ୟମରେ କଥାବାର୍ତ୍ତା, ଦେଖାସାକ୍ଷାତ ଆଦି କରିବା ଦ୍ୱାରା ହିଁ ଭାବନାତ୍ମକ ନିବିଡ଼ତା ରହିପାରିବ। କିନ୍ତୁ ମନର ଦୂରତା ବଢ଼ିଲେ ବହୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ।
କମ୍ୟୁନିକେଶନ ଗ୍ୟାପ୍: ଉଭୟେ ଯେତେବେଳେ ଖୋଲାଖୋଲି ପରସ୍ପର କଥାବାର୍ତ୍ତା ହୁଅନ୍ତି ନାହିଁ ସେତେବେଳେ ଛୋଟ ଛୋଟ କଥା ବି ବଡ଼ ସମସ୍ୟାରେ ପରିଣତ ହୋଇଥାଏ। ତେଣୁ ପରସ୍ପର କମ୍ କଥାବାର୍ତ୍ତା ହେଲେ ଇମୋସନାଲ ଡିଷ୍ଟାନ୍ସ ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ସେ ସମୟରେ କେହି କାହା କଥାକୁ ବୁଝିପାରନ୍ତି ନାହିଁ। ତା’ପରେ ଭୁଲ୍ ବୁଝାମଣା ଓ ସନ୍ଦେହ ସୃଷ୍ଟିହୁଏ। ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ହେଲେ ପରସ୍ପର ସହ ଅଧିକରୁ ଅଧିକ ସମୟ କଥାବାର୍ତ୍ତା ହେବା ଜରୁରୀ।
କ୍ବାଲିଟି ଟାଇମ୍ : ବେଳେବେଳେ ପାଖରେ ଥାଇ ବି ବହୁ ଦୂରରେ ଥିବା ଭଳି ଅନୁଭବ ହୁଏ। ଏହାର କାରଣ ପରସ୍ପର ସହ କ୍ୱାଲିଟି ଟାଇମ୍ କଟେଇବାର ସୁଯୋଗ ମିଳି ନ ଥାଏ। କାର୍ଯ୍ୟବ୍ୟସ୍ତତା ଓ ବିଭିନ୍ନ ଦାୟିତ୍ୱ ନିଭାଇବା ଫଳରେ ଦମ୍ପତିମାନଙ୍କୁ ପରସ୍ପର ପାଇଁ ସମୟ ବାହାର କରିବା କଷ୍ଟକର ହୋଇଥାଏ। ତେଣୁ ପରସ୍ପର ମନର ଭାବକୁ ପ୍ରକାଶକରିବା ପାଇଁ ସୁଯୋଗ ମିଳେନାହିଁ। ଏଭଳି ଅଧିକ ଦିନ ହେବା ଫଳରେ ଆପେ ଆପେ ଏକ ଭାବନାତ୍ମକ ଦୂରତା ସୃଷ୍ଟି ହୋଇଯାଏ।
ଉପେକ୍ଷା ଭାବ: ବେଳେବେଳେ ପରିସ୍ଥିତି ଏଭଳି ହୋଇଥାଏ ଯେ ଅନ୍ୟମାନଙ୍କୁ କିମ୍ବା ଘରକାମ ଅବା କ୍ୟାରିୟରକୁ ପ୍ରାଥମିକତା ଦେବାକୁ ପଡ଼େ। ଏପରି ନ ହେଲେ ସଫଳତା ମିଳି ନ ଥାଏ। ଏଭଳି ସ୍ଥିତିରେ ଚାହୁଁ ନ ଥିଲେ ବି ଦମ୍ପତିମାନଙ୍କ ପାଖରେ ପରସ୍ପର ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଦୂରତା ବଢ଼ିଯାଏ। ପ୍ରତି କ୍ଷେତ୍ରରେ ସେମାନେ ପରସ୍ପରଠାରୁ ଦୂରେଇ ରହନ୍ତି। ଫଳରେ ଧୀରେ ଧୀରେ ଏକ ଇମୋସନାଲ ଡିଷ୍ଟାନ୍ସ ମଧ୍ୟ ଆସି ଯାଇଥାଏ।
ସନ୍ଦେହ ଓ ଅବିଶ୍ବାସ: ସମ୍ପର୍କରେ ବିଶ୍ୱାସ ରହିବା ନିହାତି ଜରୁରୀ। କିନ୍ତୁ କୌଣସି କ୍ଷେତ୍ରରେ ବିଶ୍ୱାସର ଅଭାବ ରହିଲେ ମନରେ ବିଭିନ୍ନ ପ୍ରକାର ସନ୍ଦେହ ବସା ବାନ୍ଧିଥାଏ। ଏହି ଅବସ୍ଥାରେ ପରସ୍ପର ସହିତ ମନଖୋଲା କଥା ହେବାରେ ଅସୁବିଧା ହୋଇଥାଏ। ତେଣୁ ଉଭୟଙ୍କ ମନରେ ଏକ ଦୂରତା ସୃଷ୍ଟି ହୋଇଯାଏ। ଏହି ଅବସ୍ଥାକୁ କାହା ଆଗରେ ପ୍ରକାଶ କରିହୁଏ ନାହିଁ, କିନ୍ତୁ ସମ୍ପର୍କରେ ଦୂରତା ବଢ଼ିଯାଏ।
ମାନସିକ ଚାପ: ବ୍ୟକ୍ତିଗତ ସମସ୍ୟା, ଷ୍ଟ୍ରେସ୍ ଓ ମାନସିକ ଚାପ ମଧ୍ୟ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତି ଦେଇ ଗତି କରୁଥିଲେ କାହା ସହ ବି କଥାବାର୍ତ୍ତା ହେବାକୁ ଇଚ୍ଛା ହୁଏନାହିଁ। କିଛି କହିବା ପାଇଁ ଚିଡ଼ିଚିଡ଼ା ଲାଗେ। ତେଣୁ କମ୍ କଥାବାର୍ତ୍ତା କରିବା ଫଳରେ ଅନେକ ପ୍ରକାର ଭାବ ମନ ଭିତରେ ରହିଯାଏ। ଏମିତି କିଛିଦିନ ରହିବା ଦ୍ୱାରା ସେମାନଙ୍କ ମଧ୍ୟରେ ଏକ ଗ୍ୟାପ୍ ସୃଷ୍ଟି ହୋଇଯାଏ। ତା’ପରେ ଆପେ ଆପେ ପରସ୍ପର ପ୍ରତି ଅଭିମାନରେ କଥାବାର୍ତ୍ତା ଆହୁରି କମ୍ ହୋଇଯାଏ। ଶେଷରେ ଏହା ଇମୋସନାଲ ଡିଷ୍ଟାନ୍ସର ରୂପ ନିଏ। ତେଣୁ ପ୍ରତି ସମସ୍ୟା ନେଇ ପରସ୍ପର ସହ କଥାବାର୍ତ୍ତା ହେବା ଦରକାର।
The post ବୈବାହିକ ଜୀବନକୁ କେମିତି କରିବେ ସୁନ୍ଦର… ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.