ବୈଲୋଚନ ଏଆଇବିଓସିର ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୭: ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍‌ଫେଡେରେଶନ (ଏଆଇବିଓସି) ରାଜ୍ୟ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଭୁବନେଶ୍ୱରର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ର ପ୍ରଧାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଆଗାମୀ ୩ବର୍ଷ ପାଇଁ ଏଆଇବିଓସିର ରାଜ୍ୟ ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଛି। ବିଶେଷକରି ପିଏନ୍‌ବିର ବୈଲୋଚନ ସାହୁ ଏଆଇବିଓସିର ରାଜ୍ୟ ସଭାପତି ରୂପେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଏଆଇପିଏନ୍‌ବିଓଏ ପାଇଁ ଏହା ଏକ […] The post ବୈଲୋଚନ ଏଆଇବିଓସିର ରାଜ୍ୟ ସଭାପତି appeared first on Dharitri Odia News.

ବୈଲୋଚନ ଏଆଇବିଓସିର ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୭: ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍‌ଫେଡେରେଶନ (ଏଆଇବିଓସି) ରାଜ୍ୟ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଭୁବନେଶ୍ୱରର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ର ପ୍ରଧାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଆଗାମୀ ୩ବର୍ଷ ପାଇଁ ଏଆଇବିଓସିର ରାଜ୍ୟ ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଛି। ବିଶେଷକରି ପିଏନ୍‌ବିର ବୈଲୋଚନ ସାହୁ ଏଆଇବିଓସିର ରାଜ୍ୟ ସଭାପତି ରୂପେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଏଆଇପିଏନ୍‌ବିଓଏ ପାଇଁ ଏହା ଏକ ବଡ ସଫଳତା ଓ ଗର୍ବର ମୁହୂର୍ତ୍ତ ବୋଲି ପିଏନ୍‌ବି ଅଫିସର୍ସ ଆସୋସିଏସନ ପକ୍ଷରୁ ପ୍ରକାଶ କରାଯାଇଛି।

ସେହିପରି ଏସ୍‌ବିଆଇର ଅମିତାଭ ଦାସ ରାଜ୍ୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କମଲଜିତ ମହାପାତ୍ର, କାନାରା ବ୍ୟାଙ୍କର ପି.କେ. ମହାନ୍ତି, ୟୁନିୟନ ବ୍ୟାଙ୍କର ଗୌରୀ ଏସ୍‌ ଚୈଧୁରୀ, ଇଣ୍ଡିଆନ୍‌ ବ୍ୟାଙ୍କର ସମ୍ବିତ ପଟ୍ଟନାୟକ, ଆଇଓବିର ସଞ୍ଚିତ ପଟ୍ଟନାୟକ, ୟୁକୋ ବ୍ୟାଙ୍କର ସୁକାନ୍ତ ଛାଟୋଇ, ଫେଡେରାଲ ବ୍ୟାଙ୍କର ସୌମେନ୍ଦ୍ର ଦଳାଇ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ବିରଜା କରଙ୍କ ସମେତ କାର୍ଯ୍ୟକାରୀ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ରାଜ୍ୟ ସାଧାରଣ ସମ୍ପାଦକ ଅରୁଣ କୁମାର ଏହି ବୈଠକ ପରିଚାଳନା ସହ ନିର୍ବାଚନକୁ ମଧ୍ୟ ସୁଚାରୁ ରୂପେ ପାଳନ କରିଥିଲେ।

The post ବୈଲୋଚନ ଏଆଇବିଓସିର ରାଜ୍ୟ ସଭାପତି appeared first on Dharitri Odia News.