ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ‘ଲାଗୁ ହେବନି ସିଏଏ’

ତାମିଲନାଡୁ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA)  କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ତେବେ ସିଏଏ ଘୋଷଣା ହେବା ପରେ ବାଦ ବିବାଦ ଭିତରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏନେଇ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ସିଏଏ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆମ ସରକାର ରାଜ୍ୟରେ ସିଏଏକୁ ଲାଗୁ କରିବ ନାହିଁ। ସୋମବାର ମୋଦିଙ୍କ ସିଏଏ ଘୋଷଣା ପରେ ଷ୍ଟାଲିନ ଏହାକୁ ନେଇ ଖୁବ୍‌ […] The post ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ‘ଲାଗୁ ହେବନି ସିଏଏ’ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ‘ଲାଗୁ ହେବନି ସିଏଏ’

ତାମିଲନାଡୁ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA)  କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ତେବେ ସିଏଏ ଘୋଷଣା ହେବା ପରେ ବାଦ ବିବାଦ ଭିତରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏନେଇ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ସିଏଏ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ଆମ ସରକାର ରାଜ୍ୟରେ ସିଏଏକୁ ଲାଗୁ କରିବ ନାହିଁ। ସୋମବାର ମୋଦିଙ୍କ ସିଏଏ ଘୋଷଣା ପରେ ଷ୍ଟାଲିନ ଏହାକୁ ନେଇ ଖୁବ୍‌ ବର୍ଷିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ରାଜନୈତିକ ଲାଭ ହାସଲ କରିବା ଲାଗି ନିର୍ବାଚନ ପୂର୍ବରୁ ସିଏଏ ନିୟମକୁ ଅଧିସୂଚିତ କରୁଛନ୍ତି। ଭାଜପା ସରକାରଙ୍କ ବିଭାଜନକାରୀ ଏଜେଣ୍ଡା ନାଗରିକତା ଅଧିନିୟମକୁ ହତିଆର ଭାବେ ବ୍ୟବହାର କରୁଛନ୍ତି।

ସେହିପରି ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମୁନେତ୍ର କାଝାଗମ (AIADMK) ମଧ୍ୟ ସିଏଏକୁ ବିରୋଧ କରିଛନ୍ତି। ପାର୍ଟି ମହାସଚିବ ଏକେ ପାଲନିସ୍ବାମୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ‘ଲାଗୁ ହେବନି ସିଏଏ’ appeared first on Dharitri Odia News.