କୋଇଲା ବୋଝେଇ ଟ୍ରେନରେ ନିଆଁ

ନନ୍ଦିଘୋଷ ବ୍ୟୁରୋ: ସୋର ଷ୍ଟେସନରେ ଅଘଟଣ । ଏକ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ଟ୍ରେନଟି ତାଳଚେରରୁ... The post କୋଇଲା ବୋଝେଇ ଟ୍ରେନରେ ନିଆଁ appeared first on .

କୋଇଲା ବୋଝେଇ ଟ୍ରେନରେ ନିଆଁ

ନନ୍ଦିଘୋଷ ବ୍ୟୁରୋ: ସୋର ଷ୍ଟେସନରେ ଅଘଟଣ । ଏକ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ଟ୍ରେନଟି ତାଳଚେରରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନ ଠାରେ ନିଆଁ ଲାଗିଥିବାର ଗାର୍ଡ ଦେଖିଥିଲେ । ଏହାପରେ ସୋର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ଟ୍ରେନଟିକୁ ଅଟକାଇ ସୋର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହେବା ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାପଡିଛି।

 

The post କୋଇଲା ବୋଝେଇ ଟ୍ରେନରେ ନିଆଁ appeared first on .