ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ; ଜଣେ ମୃତ, ଅନେକ ଆହତ, ଚାଲିଛି ଉଦ୍ଧାରକାର୍ଯ୍ୟ
ନୂଆଦିଲ୍ଲୀ ୨୧।୦୭; ଜମ୍ମୁ କାଶ୍ମୀରର କଟରାରୁ ଏକ ଦୁର୍ଘଟଣାର ହୃଦୟ ବିଦାରକ ଖବର ସାମ୍ନାକୁ ଆସୁଛି। ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୟଙ୍କର ଭୂସ୍ଖଳନ ହୋଇଛି। ସୂଚନା ଅନୁଯାୟୀ, ବୈଷ୍ଣୋ ଦେବୀ ଭବନ ମାର୍ଗର ବାଣଗଙ୍ଗା ନିକଟରେ ଭକ୍ତମାନେ ଭଗ୍ନାବଶେଷରେ ଫସି ରହିବା ସହ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣାଟି କେଉଁଠି ଏବଂ କିପରି ଘଟିଲା?ସୋମାବର ସକାଳ ପ୍ରାୟ ୮ଟା ସମୟରେ ମାତା ବୈଷ୍ଣୋ ଦେବୀ ରୁଟର ବାଣଗଙ୍ଗା ନିକଟରେ ଏକ ବଡ଼ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ଅନେକ ଯାତ୍ରୀ ଭଗ୍ନାବଶେଷରେ ଫସି ରହିଥିଲେ। ଏହି ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, କଟରାରୁ ଭବନ ପର୍ଯ୍ୟନ୍ତ ପୁରୁଣା ରୁଟରେ ଅବସ୍ଥିତ ବାଣଗଙ୍ଗା ଅଞ୍ଚଳରେ ହଠାତ୍ ବଡ଼ ପଥର ପାହାଡ଼ରୁ ଖସି ପଡ଼ିଥିଲା । ଏହାକୁ ଦେଖି ଭକ୍ତମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ସେଥିରେ ଅନେକ ଭକ୍ତ ଫସିରହିବା ସହ କିଛି ଆହତ ହୋଇଥିବା ସୂଚନା ମିଳିଛି।ସୂଚନା ମିଳିବା ମାତ୍ରେ, ବୈଷ୍ଣୋଦେବୀ ମନ୍ଦିର ବୋର୍ଡ, ସ୍ଥାନୀୟ ପ୍ରଶାସନ, ପୋଲିସ ବିଭାଗ, ସିଆରପିଏଫ୍, ବିପର୍ଯ୍ୟୟ ପରିଚାଳନା ଦଳ ଦ୍ରୁତ ଗତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଭକ୍ତଙ୍କ ଯାତାୟାତ ପାଇଁ ବାଣଗଙ୍ଗା ମାର୍ଗକୁ ବନ୍ଦ କରାଯାଇଛି। ବର୍ତ୍ତମାନ, ନୂତନ ତାରାକୋଟ ମାର୍ଗରୁ ବୈଷ୍ଣୋ ଦେବୀଙ୍କ ଯାତ୍ରା ସୁଗ
ନୂଆଦିଲ୍ଲୀ ୨୧।୦୭; ଜମ୍ମୁ କାଶ୍ମୀରର କଟରାରୁ ଏକ ଦୁର୍ଘଟଣାର ହୃଦୟ ବିଦାରକ ଖବର ସାମ୍ନାକୁ ଆସୁଛି। ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୟଙ୍କର ଭୂସ୍ଖଳନ ହୋଇଛି। ସୂଚନା ଅନୁଯାୟୀ, ବୈଷ୍ଣୋ ଦେବୀ ଭବନ ମାର୍ଗର ବାଣଗଙ୍ଗା ନିକଟରେ ଭକ୍ତମାନେ ଭଗ୍ନାବଶେଷରେ ଫସି ରହିବା ସହ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଅନେକ ଆହତ ହୋଇଛନ୍ତି ।

ଦୁର୍ଘଟଣାଟି କେଉଁଠି ଏବଂ କିପରି ଘଟିଲା?
ସୋମାବର ସକାଳ ପ୍ରାୟ ୮ଟା ସମୟରେ ମାତା ବୈଷ୍ଣୋ ଦେବୀ ରୁଟର ବାଣଗଙ୍ଗା ନିକଟରେ ଏକ ବଡ଼ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ଅନେକ ଯାତ୍ରୀ ଭଗ୍ନାବଶେଷରେ ଫସି ରହିଥିଲେ। ଏହି ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, କଟରାରୁ ଭବନ ପର୍ଯ୍ୟନ୍ତ ପୁରୁଣା ରୁଟରେ ଅବସ୍ଥିତ ବାଣଗଙ୍ଗା ଅଞ୍ଚଳରେ ହଠାତ୍ ବଡ଼ ପଥର ପାହାଡ଼ରୁ ଖସି ପଡ଼ିଥିଲା । ଏହାକୁ ଦେଖି ଭକ୍ତମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ସେଥିରେ ଅନେକ ଭକ୍ତ ଫସିରହିବା ସହ କିଛି ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ମିଳିବା ମାତ୍ରେ, ବୈଷ୍ଣୋଦେବୀ ମନ୍ଦିର ବୋର୍ଡ, ସ୍ଥାନୀୟ ପ୍ରଶାସନ, ପୋଲିସ ବିଭାଗ, ସିଆରପିଏଫ୍, ବିପର୍ଯ୍ୟୟ ପରିଚାଳନା ଦଳ ଦ୍ରୁତ ଗତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଭକ୍ତଙ୍କ ଯାତାୟାତ ପାଇଁ ବାଣଗଙ୍ଗା ମାର୍ଗକୁ ବନ୍ଦ କରାଯାଇଛି। ବର୍ତ୍ତମାନ, ନୂତନ ତାରାକୋଟ ମାର୍ଗରୁ ବୈଷ୍ଣୋ ଦେବୀଙ୍କ ଯାତ୍ରା ସୁଗମ ରହିଛି। ହେଲିକପ୍ଟର ସେବା ସହିତ, ବ୍ୟାଟେରୀ କାର ସେବା ସମ୍ପୂର୍ଣ୍ଣ ବନ୍ଦ ଅଛି।
ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଭୂସ୍ଖଳନ ଯୋଗୁଁ ଟ୍ରାକରେ ନିର୍ମିତ ସେଡ୍ ମଧ୍ୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ରିଲିଫ୍ କାର୍ଯ୍ୟ ସମୟ ମଧ୍ୟରେ ଆରମ୍ଭ ହୋଇଥିଲା, ଯାହା ଏକ ବଡ଼ ଜୀବନହାନିକୁ ଏଡାଇ ଦେଇଥିଲା।