ବୋର୍ଡ ପରୀକ୍ଷାରେ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ: ପରୀକ୍ଷା ନିୟନ୍ତ୍ରକଙ୍କୁ ପଡ଼ିଲା ମହଙ୍ଗା
ଭରୁଚ୍,୧୪।୩: ଗୁଜରାଟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବାବେଳେ ହିଜାବକୁ ନେଇ ବିବାଦ ଦେଖାଦେଇଛି। ଭରୁଚ୍ ଜିଲା ଏକ ବେସରକାରୀ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଛି। ଗୁରୁବାର ଗଣିତ ପରୀକ୍ଷା ଦେବାକୁ କେତେଜଣ ମୁସଲ୍ମାନ୍ ଛାତ୍ରୀ ହିଜାବ ପିନ୍ଧି ଆସିଥିବାରୁ ଏହାକୁ ସମ୍ପୃକ୍ତ କେନ୍ଦ୍ରର ମହିଳା ପରୀକ୍ଷା ନିୟନ୍ତ୍ରକ ବିରୋଧ କରିଥିଲେ। ପରୀକ୍ଷା ଆରମ୍ଭ ହେବାର ଠିକ୍ ପୂର୍ବରୁ ସେ ୨ ଜଣ ଛାତ୍ରୀ ପିନ୍ଧିଥିବା ହିଜାବକୁ ଜବରଦସ୍ତି କାଢ଼ିଦେଇଥିବା […] The post ବୋର୍ଡ ପରୀକ୍ଷାରେ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ: ପରୀକ୍ଷା ନିୟନ୍ତ୍ରକଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.
ଭରୁଚ୍,୧୪।୩: ଗୁଜରାଟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବାବେଳେ ହିଜାବକୁ ନେଇ ବିବାଦ ଦେଖାଦେଇଛି। ଭରୁଚ୍ ଜିଲା ଏକ ବେସରକାରୀ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଛି। ଗୁରୁବାର ଗଣିତ ପରୀକ୍ଷା ଦେବାକୁ କେତେଜଣ ମୁସଲ୍ମାନ୍ ଛାତ୍ରୀ ହିଜାବ ପିନ୍ଧି ଆସିଥିବାରୁ ଏହାକୁ ସମ୍ପୃକ୍ତ କେନ୍ଦ୍ରର ମହିଳା ପରୀକ୍ଷା ନିୟନ୍ତ୍ରକ ବିରୋଧ କରିଥିଲେ।
ପରୀକ୍ଷା ଆରମ୍ଭ ହେବାର ଠିକ୍ ପୂର୍ବରୁ ସେ ୨ ଜଣ ଛାତ୍ରୀ ପିନ୍ଧିଥିବା ହିଜାବକୁ ଜବରଦସ୍ତି କାଢ଼ିଦେଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ଶେଷ ହେବା ପରେ ଉକ୍ତ ୨ ଛାତ୍ରୀ ଓ ସେମାନଙ୍କ ଅଭିଭାବକ ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ସମ୍ପୃକ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅଭିଯୋଗ ପରେ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ହଟାଇ ଦିଆଯାଇଛି। ତେବେ ଏନେଇ ଗୁଜରାଟ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟିକରଣ ରଖିଛି।
The post ବୋର୍ଡ ପରୀକ୍ଷାରେ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ: ପରୀକ୍ଷା ନିୟନ୍ତ୍ରକଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.