ବୋହୂଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରୁଥିଲେ ଶ୍ୱଶୁର: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ଆନନ୍ଦ ଗୌଡ଼ଙ୍କୁ ରବିବାର ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫ କରି ବ୍ରହ୍ମପୁର ସଦର କୋର୍ଟଚାଲାଣ କରିଛନ୍ତି।ଥାନା ମାମଲା ନଂ.୧୭୮/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରାୟ ୯ଟାରେ ଆନନ୍ଦ ତାଙ୍କ ବଡପୁଅ ଶଙ୍କର ଗୌଡ଼ ରହୁଥିବା ଘରକୁ ଯାଇ ସେଠାରୁ ଏକ କବାଟ,ଶାବଳ ଏବଂ ହାତୁଡ଼ି ଜବରଦସ୍ତ ନେଇଗଲେ। ବୋହୁ ପଙ୍କଜିନୀ ପ୍ରତିବାଦ […] The post ବୋହୂଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରୁଥିଲେ ଶ୍ୱଶୁର: ବାନ୍ଧିଲା ପୋଲିସ appeared first on Dharitri Odia News.

ବୋହୂଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରୁଥିଲେ ଶ୍ୱଶୁର: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ଆନନ୍ଦ ଗୌଡ଼ଙ୍କୁ ରବିବାର ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫ କରି ବ୍ରହ୍ମପୁର ସଦର କୋର୍ଟଚାଲାଣ କରିଛନ୍ତି।ଥାନା ମାମଲା ନଂ.୧୭୮/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରାୟ ୯ଟାରେ ଆନନ୍ଦ ତାଙ୍କ ବଡପୁଅ ଶଙ୍କର ଗୌଡ଼ ରହୁଥିବା ଘରକୁ ଯାଇ ସେଠାରୁ ଏକ କବାଟ,ଶାବଳ ଏବଂ ହାତୁଡ଼ି ଜବରଦସ୍ତ ନେଇଗଲେ। ବୋହୁ ପଙ୍କଜିନୀ ପ୍ରତିବାଦ କରିବାରୁ ଶ୍ୱଶୁର ତାଙ୍କ କଥା ଶୁଣିନଥିଲେ। ପଙ୍କଜିନୀ ଶଶୁର ଘର ସମ୍ମୁଖରେ ରଖାଯାଇଥିବା କିଛି ଇଟା ନେଇଆସିବାରୁ ଶ୍ୱଶୁର ଉତ୍ତେଜିତ ହୋଇ ତାଙ୍କୁ ଏକ ପଥର ଖଣ୍ଡରେ ମୁଣ୍ଡକୁ ପିଟି ଦେବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ପଥର ଛେଚି ହତ୍ୟା ଉଦ୍ୟମ କରିଥିଲେ। ପାଖରେ ଥିବା ପଙ୍କଜିନୀଙ୍କ ସ୍ବାମୀ ଶଙ୍କର ଏବଂ କିଛି ବ୍ୟକ୍ତି ଆନନ୍ଦଙ୍କ ହାତରୁ ପଥରଖଣ୍ଡ ଛଡାଇ ନେଇଥିଲେ। ଆହାତ ପଙ୍କଜିନୀଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସେଠାରୁ ଫେରି ସେ ଥାନାରେ ଏତଲା ଦେଇଥିଲେ। ସେହିପରି ଶଙ୍କର ଗୌଡ଼ ତାଙ୍କ ବାପା ଆନନ୍ଦ ଏବଂ ମା’ ବଙ୍ଗିଙ୍କୁ ଶନିବାର ସକାଳେ ପାରିବାରିକ ବିବାଦକୁ କେନ୍ଦ୍ରକରି ଏକ ଲୁହାଛଡ଼ ରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମା’ ବିଙ୍ଗି ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ପୋଲିସ ଥାନା ମାମଲା ନଂ.୧୭୭/୨୫ ଅନୁଯାୟୀ ଶଙ୍କରଙ୍କୁ ରବିବାର ଗିରଫ କରି ବ୍ରହ୍ମପୁର ସଦର କୋର୍ଟ କୁ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

The post ବୋହୂଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରୁଥିଲେ ଶ୍ୱଶୁର: ବାନ୍ଧିଲା ପୋଲିସ appeared first on Dharitri Odia News.