ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ମହାନଦୀ ଅପରପାର୍ଶ୍ୱ ସୁବଳୟା ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ସୁବଳୟା ଥାନା ଅଞ୍ଚଳ ରେ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ପ୍ରତିଦିନ ସୁବଳୟା ଅଞ୍ଚଳର ଦେଇ ଲକ୍ଷାଧିକ ଟଙ୍କା ଗଞ୍ଜେଇ ବାହାର ରାଜ୍ୟକୁ ବିଭିନ୍ନ ମାଧ୍ୟମରେ ଚୋରାଚାଲାଣ ହେଉଛି।‌ ବୈ।ଦ୍ଧ ଜିଲା ରୁ ଗଞ୍ଜେଇ ମାଫିଆ ମାନେ ଦଲାଲ ମାଧ୍ୟମରେ ସୁବଳୟା ର ବିଭିନ୍ନ ରାସ୍ତା ଦେଇ ରାଜ୍ୟ ତଥା ‌ରାଜ୍ୟ ବାହାରକୁ ଯଥା ଛତିଶଗଡ଼ […] The post ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ମହାନଦୀ ଅପରପାର୍ଶ୍ୱ ସୁବଳୟା ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ appeared first on Odisha.News.

ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ମହାନଦୀ ଅପରପାର୍ଶ୍ୱ ସୁବଳୟା ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ସୁବଳୟା ଥାନା ଅଞ୍ଚଳ ରେ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ପ୍ରତିଦିନ ସୁବଳୟା ଅଞ୍ଚଳର ଦେଇ ଲକ୍ଷାଧିକ ଟଙ୍କା ଗଞ୍ଜେଇ ବାହାର ରାଜ୍ୟକୁ ବିଭିନ୍ନ ମାଧ୍ୟମରେ ଚୋରାଚାଲାଣ ହେଉଛି।‌ ବୈ।ଦ୍ଧ ଜିଲା ରୁ ଗଞ୍ଜେଇ ମାଫିଆ ମାନେ ଦଲାଲ ମାଧ୍ୟମରେ ସୁବଳୟା ର ବିଭିନ୍ନ ରାସ୍ତା ଦେଇ ରାଜ୍ୟ ତଥା ‌ରାଜ୍ୟ ବାହାରକୁ ଯଥା ଛତିଶଗଡ଼ , ମଧ୍ୟପ୍ରଦେଶର ସହ ଜିଲ୍ଲା ତଥା ଅନ୍ୟ ଜିଲ୍ଲାକୁ ଦିନ ଦ୍ବିପହରରେ ଖୋଲା ମେଲାରେ ବାଇକ , ଅଟୋ , ଆମ୍ବୁଲାନ୍ସ ଓ ପନିପରିବା ଗାଡ଼ି ସାହାଯ୍ୟରେ ଚୋରାଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଜଣାପଡିଛି। ବୈ।ଦ୍ଧ ଜିଲ୍ଲା ପଟୁ ମହାନଦୀ ଘାଟ ଦେଇ ଗଞ୍ଜେଇ ମାଫିଆ ମାନେ ପ୍ରତ୍ୟେକ ଦିନ ପିତାମହୁଲ ମହାନଦୀ ଘାଟ , ସୁବଳୟା ଫେରିଘାଟ , କେଉଟିପାଲି ଫେରିଘାଟ , କେଲଗାଁ ମହାନଦୀ ଘାଟ , ଫୁଳଚରା ମହାନଦୀ ଘାଟ , କମୁରୁସିଙ୍ଗା ମହାନଦୀ ଘାଟ ଦେଇ ଗଞ୍ଜେଇ ମାଫିଆ ମାନେ ଲଙ୍କା ବସ୍ତା , ମୁଢ଼ି ବସ୍ତା ରେ ଗଞ୍ଜେଇ ଭର୍ତ୍ତି କରି ଅସାଧୁ ଡଙ୍ଗା ଚାଳକକୁ ଆର୍ଥିକ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରାଚାଲାଣ କରୁଥିବା ଜଣେ ଡଙ୍ଗା ଚାଳକଙ୍କ ଠାରୁ ସୂଚନା ମିଳିଛି। ସେହିପରି ମାଫିଆ ମାନେ ଜଟେସିଂହା ଛକ, ଡୁଙ୍ଗୁରି ଛକ, ପିତାମହୁଲ ଛକ ଓ ଟିକରାପଡା ଛକ ନିକଟରୁ ରାତ୍ରୀ କାଳୀନ ବସ ଯୋଗେ ରାଜ୍ୟ ବିଭିନ୍ନ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳରେ ଗଞ୍ଜେଇ ଚାଷ ହେଉନଥିବା ବେଳେ ଏଠାରେ ପ୍ରଚୁର ପରିମାଣରେ ଗଚ୍ଛିତ ରଖି ଚୋରାଚାଲାଣ କରାଯାଉଛି। ଏନେଇ ବହୁ ବାର ସ୍ଥାନୀୟ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ ।‌ ଅସାଧୁ ପୋଲିସ କର୍ମଚାରୀ ଓ ଗଞ୍ଜେଇ ମାଫିଆ ସହ ମଧୁଚ୍ରନ୍ଦିକା ଯୋଗୁଁ ମାଫିଆ ମାନେ ଗିରଫ ହୋଇପାରୁନଥିବା କିମ୍ବା ହାତ ଗୁଞ୍ଜା ଦେଇ ଖସି ଯାଉଥିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

The post ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ମହାନଦୀ ଅପରପାର୍ଶ୍ୱ ସୁବଳୟା ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ appeared first on Odisha.News.