ବୌଦ୍ଧ, ବୀରମହାରାଜପୁର ଓ ସୋନପୁରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

ଭୁବନେଶ୍ବର ୫।୫: ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କର ବୌଦ୍ଧ, ବୀରମହାରାଜପୁର ଓ ସୋନପୁରରେ ଧୂଆଁଧାର ପ୍ରଚାର । ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହିସାବ ଦେବାରେ ବିଶ୍ବାସ କରନ୍ତି, ଲୋକଙ୍କ ଅସୁବିଧାକୁ ସମ୍ମାନର ସହ ସମାଧାନ କରନ୍ତି । ନିର୍ବାଚନ ସମୟରେ ବିରୋଧୀ ଦଳ ପର୍ଯ୍ୟଟକ ଭଳି ଆସିବେ, ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ମିଳିବେ ନାହିଁ । ଉନ୍ନତି ଓ ପ୍ରଗତିର ଚିହ୍ନ ହେଉଛି ଶଙ୍ଖ ଚିହ୍ନ  । ପୁରୁଣା କଟକକୁ NAC ଓ ବୌଦ୍ଧକୁ ମ୍ୟୁନିସପାଲଟି ମାନ୍ୟତା ଦିଆଯାଇଛି । ଭୈରବୀ ମନ୍ଦିରକୁ ୪ କୋଟି, ଚନ୍ଦ୍ରଚୂଡ ମନ୍ଦିରକୁ ୩.୫ କୋଟି ଟଙ୍କା, ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମସଜିଦର ରୂପାନ୍ତର ପାଇଁ ପଦକ୍ଷେପ  । ଓଡିଶାର ସମସ୍ତ କ୍ଷେତ୍ରର ବିକାଶ, ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଭି.କେ. ପାଣ୍ଡିଆନଙ୍କ କଠିନ ପରିଶ୍ରମ ଯୋଗୁ ସମ୍ଭବ ହୋଇଛି । ନବୀନ ପଟ୍ଟନୟକଙ୍କ ଯୁଗ ହେଉଛି, ଓଡିଶା ପାଇଁ ଶାନ୍ତିର ଯୁଗ । ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି, । ଓଡିଶାବାସୀଙ୍କୁ ନିଜ ପରିବାର ଭାବି ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରୁଛନ୍ତି । ସୋନପୁର, ବିନିକା ଓ ଡୁଙ୍ଗୁରିପାଲ୍ଲୀ ସହିତ ମୋର ସ୍ବତନ୍ତ୍ର ସଂପର୍କ ରହିଛି, ଏଠାରେ ମୁଁ ପ୍ରଶିକ୍ଷଣ ପାଇଥିଲି । ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶୀ । ବିରୋଧୀଙ୍କର କଥା ବେଶୀ, କାମ କମ୍‌ । ବନ୍ୟା, ମରୁଡି, ସୁଖ ଦୁଃଖ ସବୁଥିରେ ମୁଖ୍ୟମନ୍ତ୍ରୀ ଆପଣଙ୍କ ସାଥି

ବୌଦ୍ଧ, ବୀରମହାରାଜପୁର ଓ ସୋନପୁରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

ଭୁବନେଶ୍ବର ୫।୫: ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କର ବୌଦ୍ଧ, ବୀରମହାରାଜପୁର ଓ ସୋନପୁରରେ ଧୂଆଁଧାର ପ୍ରଚାର । ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହିସାବ ଦେବାରେ ବିଶ୍ବାସ କରନ୍ତି, ଲୋକଙ୍କ ଅସୁବିଧାକୁ ସମ୍ମାନର ସହ ସମାଧାନ କରନ୍ତି । ନିର୍ବାଚନ ସମୟରେ ବିରୋଧୀ ଦଳ ପର୍ଯ୍ୟଟକ ଭଳି ଆସିବେ, ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ମିଳିବେ ନାହିଁ । ଉନ୍ନତି ଓ ପ୍ରଗତିର ଚିହ୍ନ ହେଉଛି ଶଙ୍ଖ ଚିହ୍ନ  । ପୁରୁଣା କଟକକୁ NAC ଓ ବୌଦ୍ଧକୁ ମ୍ୟୁନିସପାଲଟି ମାନ୍ୟତା ଦିଆଯାଇଛି । ଭୈରବୀ ମନ୍ଦିରକୁ ୪ କୋଟି, ଚନ୍ଦ୍ରଚୂଡ ମନ୍ଦିରକୁ ୩.୫ କୋଟି ଟଙ୍କା, ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମସଜିଦର ରୂପାନ୍ତର ପାଇଁ ପଦକ୍ଷେପ  । ଓଡିଶାର ସମସ୍ତ କ୍ଷେତ୍ରର ବିକାଶ, ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଭି.କେ. ପାଣ୍ଡିଆନଙ୍କ କଠିନ ପରିଶ୍ରମ ଯୋଗୁ ସମ୍ଭବ ହୋଇଛି । ନବୀନ ପଟ୍ଟନୟକଙ୍କ ଯୁଗ ହେଉଛି, ଓଡିଶା ପାଇଁ ଶାନ୍ତିର ଯୁଗ । ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି, । ଓଡିଶାବାସୀଙ୍କୁ ନିଜ ପରିବାର ଭାବି ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରୁଛନ୍ତି । ସୋନପୁର, ବିନିକା ଓ ଡୁଙ୍ଗୁରିପାଲ୍ଲୀ ସହିତ ମୋର ସ୍ବତନ୍ତ୍ର ସଂପର୍କ ରହିଛି, ଏଠାରେ ମୁଁ ପ୍ରଶିକ୍ଷଣ ପାଇଥିଲି । ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶୀ । ବିରୋଧୀଙ୍କର କଥା ବେଶୀ, କାମ କମ୍‌ । ବନ୍ୟା, ମରୁଡି, ସୁଖ ଦୁଃଖ ସବୁଥିରେ ମୁଖ୍ୟମନ୍ତ୍ରୀ ଆପଣଙ୍କ ସାଥିରେ ଅଛନ୍ତି । କାମର ହିସାବ ଦିଅନ୍ତି, ସେବାରେ ବିଶ୍ବାସ କରନ୍ତି । କିନ୍ତୁ ବିରୋଧୀ ଭୋଟ୍ ପାଇଁ ଆସନ୍ତି, କାମ ପାଇଁ ନୁହେଁ । ୫ ବର୍ଷରେ ଥରେ ଆସିବେ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ କରିବୁ କହିବେ ଘୋଡା ଦେବୁ ହାତୀ ଦେବୁ – ଭୋଟ୍ ସରିଲେ ସବୁ ଭୁଲିଯିବେ । ୨ କୋଟି ଚାକିରି ଓ ଦୁଇ ଗୁଣ MSP କୁଆଡେ ଗଲା ? ଆଜି ଆସିବେ, ପୁଣି ମିଛ କହିବେ । ଓଡିଶା ଏକମାତ୍ର ରାଜ୍ୟ, ଯେଉଁଠି ୯୫ ପ୍ରତିଶତ କଲେଜ ପିଲା ବୃତ୍ତି ପାଉଛନ୍ତି, ଝିଅ ୧୦ ହଜାର, ପୁଅ ୯ ହଜାର । ପାତାଳୀ ଶ୍ରୀକ୍ଷେତ୍ର ପାଇଁ ୨୮ କୋଟି ଟଙ୍କା ମଞ୍ଜୁର । ବୀରମହାରାଜପୁରରେ ୩ ହଜାର କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ । ଅଚ୍ୟୁତ ବାବୁ ଆସିଛନ୍ତି ରାଜନୀତିକୁ ସେବା ମନୋବୃତ୍ତି ନେଇ । ପ୍ରଦୀପ ବାବୁଙ୍କର ଅଞ୍ଚଳର ବିକାଶ ପାଇଁ ଯଥେଷ୍ଟ ଅବଦାନ ରହିଛି । 

ନିର୍ବାଚନ ପ୍ରଚାରର ୧୧ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ ବୌଦ୍ଧ ଜିଲ୍ଲାରେ ବୌଦ୍ଧ, ସୋନପୁର ଜିଲ୍ଲାରେ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଧୂଆଁଧାର ପ୍ରଚାର ଜାରି ରଖିଛନ୍ତି । ବୌଦ୍ଧରେ ସମବେତ ବିପୁଳ ଜନସମାବେତକୁ ସମ୍ବୋଧନ କରି ପାଣ୍ଡିଆନ କହିଥିଲେ ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ବାସ କରନ୍ତି । ଲୋକଙ୍କୁ କାମର ହିସାବ ଦେବାରେ ବିଶ୍ବାସ କରନ୍ତୁ । ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି । କିନ୍ତୁ ବିରୋଧୀ ଦଳ ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି । ନିର୍ବାଚନ ଆସିଲେ ସେମାନେ ପର୍ଯ୍ୟଟକ ଭଳି ଆସନ୍ତି, ବଡ ବଡ କଥା କୁହନ୍ତି । ମିଠା ମିଠା ପ୍ରତିଶୃତି ଦିଅନ୍ତି । ନିର୍ବାଚନ ସରିଗଲେ ଆଉ ମିଳନ୍ତି ନାହିଁ । ଶଙ୍ଖ ଚିହ୍ନକୁ ଓଡିଶାର ପ୍ରଗତିର ଚିହ୍ନ ଭାବରେ ଅଭିହିତ କରି ଭି.କେ. ପାଣ୍ଡିଆନ କହିଲେ ବିଜୁ ଜନତା ଦଳ ଓଡିଶାର ବିକାଶ ପାଇଁ ସମର୍ପିତ ଭାବେ କାମ କରିଚାଲିଛି ।

ବୌଦ୍ଧ ଜିଲ୍ଲାର ପୁରୁଣା କଟକକୁ NAC ଓ ବୌଦ୍ଧକୁ ମ୍ୟୁନିସପାଲଟି ମାନ୍ୟତା ଦିଆଯାଇଛି । ଲୋକଙ୍କ ପ୍ରସ୍ତାବକ୍ରମେ ଭୈରବୀ ମନ୍ଦିର ଓ ଚନ୍ଦ୍ରଚୂଡ ମନ୍ଦିରର ବିକାଶ ପାଇଁ ଯଥାକ୍ରମେ ୪ କୋଟି ଓ ସାଢେ ତିନି କୋଟି ଟଙ୍କା ଦିଆଯାଇଛି । ଏହାସହିତ ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମସଜିଦର ରୂପାନ୍ତର ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଭି.କେ. ପାଣ୍ଡିଆନ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ ।       

ପରେ ପରେ ବୀରମହାରାଜପୁରରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ଭି.କେ. ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସାରା ଓଡିଶାବାସୀଙ୍କୁ ନିଜ ପରିବାର ଭାବେ ଭାବନ୍ତି ଓ ସେମାନଙ୍କ ଉନ୍ନତି ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। କଥା କମ୍‌, କାମ ବେଶୀ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପରିଚୟ । ମୁଖ୍ୟମନ୍ତ୍ରୀ ସବୁବେଳେ ବନ୍ୟା, ବାତ୍ୟା, ମରୁଡି, ସୁଖ ଦୁଃଖ ସବୁଥିରେ ଓଡିଶାବାସୀଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ପାଇଁ କାମ କରୁଛନ୍ତି । କିନ୍ତୁ ବିରୋଧୀ ଦଳ କେବଳ ଭୋଟ ପାଇଁ ଓଡିଶା ଆସନ୍ତି । ବଡ ବଡ କଥା କୁହନ୍ତି। କିନ୍ତୁ କାମ ଘର ଶୂନ । କଥା ବେଶି କାମ କମ୍‌ - ହେଉଛି ବିରୋଧୀଙ୍କ ପରିଚୟ । ଭୋଟ୍ ପାଇଁ ସେମାନେ ଆସନ୍ତି । ୫ ବର୍ଷରେ ଥରେ ଆସନ୍ତି । ଘୋଡା ଦେବୁ, ହାତୀ ଦେବୁ କୁହନ୍ତି । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ କରିବେ ବୋଲି କୁହନ୍ତି । କିନ୍ତୁ, ଭୋଟ ସରିଲେ ସବୁ ଭୁଲିଯାନ୍ତି । ବିଜେପି ଦଳର ନିର୍ବାଚନୀ ପ୍ରତିଶୃତି ସଂପର୍କରେ ସ୍ମରଣ କରାଇଦେଇ ଭି.କେ. ପାଣ୍ଡିଆନ କହିଥିଲେ ଯେ ଯୁବକଙ୍କ ପାଇଁ  ଦୁଇ କୋଟି ଚାକିରୀ ଓ ଚାଷୀଙ୍କ ପାଇଁ ଧାନର MSP ଦୁଇ ଗୁଣ କରିବା ପ୍ରତିଶୃତି କରିବା କୁଆଡେ ଗଲା ? 

ଭି.କେ. ପାଣ୍ଡିଆନ କହିଥିଲେ ଯେ, ବିରୋଧୀ ବାରମ୍ବାର ମିଛ କହୁଛନ୍ତି, ମିଛ ପ୍ରତିଶୃତି ଦେଉଛନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଲୋକଙ୍କୁ କାମର ହିସାବ ଦିଅନ୍ତି । ଭୋଟ୍ ନୁହେଁ, ସେବାରେ ବିଶ୍ବାସ କରନ୍ତି । ଲୋକଙ୍କ ମୁହଁରେ ହସ ଫୁଟିଲେ, ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି । 

ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆରମ୍ଭ କରାଯାଇଥିବା ନୂଆ-ଓ ବୃତ୍ତି ସଂପର୍କରେ ସୂଚନା ଦେଇ ଭି.କେ. ପାଣ୍ଡିଆନ କହିଥିଲେ ଯେ, ଓଡିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ କଲେଜ ଯାଉଥିବା ୯୫ ପ୍ରତିଶତ ଛାତ୍ରଛାତ୍ରୀ   ବୃତ୍ତି ପାଉଛନ୍ତି । ଝିଅମାନେ ୧୦ ହଜାର ଓ ପୁଅମାନେ ୯ ହଜାର ଟଙ୍କା ।

 ବୀରମହାରାଜପୁର ବିକାଶ ସଂପର୍କରେ ସୂଚନା ଦେଇ ପାଣ୍ଡିଆନ କହିଥିଲେ ଯେ ବୀରମହାରାଜପୁରରେ ୩୦୦୦ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଚାଲିଛି । ଉଲୁଣ୍ଡା, ସୁବଳୟା ଓ ବୀରମହାରାଜପୁରକୁ NAC ମାନ୍ୟତା ମିଳିଛି । ପାତଳୀ ଶ୍ରୀକ୍ଷେତ୍ର ପାଇଁ ୨୮ କୋଟି ଟଙ୍କା ଦିଆଯାଇଛି । ବୀରମହାରାଜପୁର ସହିତ ତାଙ୍କ ସଂପର୍କ ବିଷୟ ଉଲ୍ଲେଖ କରି ସେ କହିଥିଲେ ଯେ ବିନିକାରୁ ହିଁ ସେ ତାଙ୍କର ଚାକିରୀ ଜୀବନର ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ସେ କହିଥିଲେ  ଲୋକଙ୍କ ସେବାରେ ମୁଖ୍ୟମନ୍ତ୍ରୀ ନିଜକୁ ସମର୍ପିତ କରିଛନ୍ତି। ଲୋକଙ୍କ ମୁହଁରେ ହସ ଫୁଟିଲେ, ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି । ତେଣୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଦୁଇ ଥର ଭୋଟ ଦେଇ ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ ।

ଏହାପରେ ସୋନପୁରର ବିନିକା ଠାରେ ଆୟୋଜିତ ସଭାରେ ଯୋଗ ଦେଇ ପାଣ୍ଡିଆନ କହିଥିଲେ ଯେ, ବିନିକା ଓ ଡୁଙ୍ଗୁରିପାଲ୍ଲୀ ସହିତ ମୋର ସ୍ବତନ୍ତ୍ର ସଂପର୍କ ରହିଛି । ଏଠାରେ ମୁଁ ପ୍ରଶିକ୍ଷଣ ପାଇଥିଲି । ନିର୍ବାଚନ ସରିଗଲେ ବିରୋଧୀ ଦଳଙ୍କୁ ଆପଣ ଖୋଜିଲେ ବି ପାଇବେ ନାହିଁ । କିନ୍ତୁ ନିର୍ବାଚନ ସରିଲେ ଆମେ ଆସିବୁ ଓ ପୁଣି ହିସାବ ଦେବୁ। ସେ କହିଥିଲେ ଯେ ଡୁଙ୍ଗୁରିପାଲ୍ଲୀ ଓ ରାମପୁରକୁ NACର ମାନ୍ୟତା ଦିଆଯାଇଛି । ସୁବର୍ଣ୍ଣମେରୁ, ରାମେଶ୍ବର ଓ ସୁରଶ୍ବେରୀ ମନ୍ଦିର ପାଇଁ ୫.୪୦ କୋଟି ଟଙ୍କା, ସୋନପୁର ସୁରଶ୍ବେରୀ ମନ୍ଦିର ପାଇଁ ୨.୧୦ କୋଟି ଟଙ୍କା, ଭୀମଭୋଇ ସମାଧୀ ପୀଠର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା, ଅଙ୍ଗ ଜଳସେଚନର ସଂପ୍ରସାରଣ ପାଇଁ ୨୩୧ କୋଟି ଟଙ୍କା, ଚୂଡାଖାଇ ପାହାଡର ସୌନ୍ଦର୍ଯ୍ୟକରଣ ପାଇଁ ୧ କୋଟି ଟଙ୍କା, ପୂଜାଡୁଙ୍ଗୁରୀର ବିକାଶ ପାଇଁ ୧ କୋଟି ଟଙ୍କା, ତରଭା ବରପାହାଡ ବିକାଶ ପାଇଁ ୫୦ ଲକ୍ଷ ଟଙ୍କାର କାମ ଚାଲିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ନିରଞ୍ଜନ ପୂଜାରୀ ବହୁତ ଦକ୍ଷତାର ସହ କାମ କରିଥାନ୍ତି। ତାଙ୍କ କାମ କରିବାର ଉଦାହରଣ ସୋନପୁରର ଜିଲ୍ଲା ହସ୍ପିଟାଲ ୬୦ ହଜାର ମାର୍ଜିନରେ ଉଭୟ ନିରଞ୍ଜନ ପୂଜାରୀ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କୁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଜିତାଇ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ପାଇଁ ନିବେଦନ କରିଥିଲେ ।

କାର୍ଯ୍ୟକ୍ରମରେ ବୌଦ୍ଧରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ, ବୀରମହାରାଜପୁରରେ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଏବଂ ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଏବଂ ସୋନପୁରର ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଓ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ   ଭୋଟ ଦେବାକୁ ନିବେଦନ କରିଥିଲେ ।

You Can Read :

ଶଙ୍ଖ ଭବନରେ ମିଶ୍ରଣ ପର୍ବ : ଦଳରେ ସାମିଲ ହେଲେ କଂଗ୍ରେସ ନେତ୍ରୀ ଶ୍ରୀୟା ସମ୍ବେଦନା ଓ ମୋହନ ହେମ୍ବ୍ରମ