ବୌଦ୍ଧ ବ୍ରାଇଟମାଇଣ୍ଡ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବୌଦ୍ଧ: ବୌଦ୍ଧର ଅଗ୍ରଣୀ ଇଂରାଜୀ ମାଧ୍ୟମ ବ୍ରାଇଟମାଇଣ୍ଡ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ବିନୟ କୁମାର କରଡିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଊତ୍ସବରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ଆଇନଜିବୀ ଅଶୋକ କୁମାର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପନ୍ଦ୍ରେ କୁମାର ପ୍ରଧାନ,ଜିଲା ସାମ୍ବାଦିକ ସଂଘର ସଂପାଦକ ରବିନ୍ଦ୍ର କୁମାର ପଟ୍ଟନାୟକ […]

ବୌଦ୍ଧ: ବୌଦ୍ଧର ଅଗ୍ରଣୀ ଇଂରାଜୀ ମାଧ୍ୟମ ବ୍ରାଇଟମାଇଣ୍ଡ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ବିନୟ କୁମାର କରଡିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଊତ୍ସବରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ଆଇନଜିବୀ ଅଶୋକ କୁମାର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦଘାଟନ କରିଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପନ୍ଦ୍ରେ କୁମାର ପ୍ରଧାନ,ଜିଲା ସାମ୍ବାଦିକ ସଂଘର ସଂପାଦକ ରବିନ୍ଦ୍ର କୁମାର ପଟ୍ଟନାୟକ ଓ ସ୍ୱରୂପ କୁମାର ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ଅପୂର୍ବ ପଟ୍ଟନାୟକ ବିବରଣୀ ପାଠ କରିଥିବାବେଳେ ଶିକ୍ଷୟିତ୍ରୀ ନଳିନୀ ପାତ୍ର, ସୁମତି ମେହେର ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନୃତ୍ୟ ପ୍ରଶିକ୍ଷକ ଶଙ୍କର ନାୟକଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅଭିଭାବକ ଓ ଅଭିଭାବିକାମାନେ ମଧ୍ୟ ରେମ୍ପ ସୋ ରେ ଅଂଶଗ୍ରହଣ କରିଥିଲେ।