ବୌଦ୍ଧ: ଯୁବକଙ୍କୁ ଲୁଟି ମହାନଦୀ ଉପରୁ ଫିଙ୍ଗି ଦେଲେ ଦୁର୍ବୃତ୍ତ !
ବୌଦ୍ଧ: ବୌଦ୍ଧ କିଆକଟା ମହାନଦୀ ବ୍ରିଜ ତଳେ ଜଣେ ଯୁବକ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣକ ହେଉଛନ୍ତି ବ୍ରାହ୍ମଣୀ ପାଲି ଗ୍ରାମର ଯୁବକ ରାକେଶ ବାଘ। ରାକେଶଙ୍କ ଠାରୁ ଲୁଟ୍ କରି ତାଙ୍କୁ ତଳେ ଫିଙ୍ଗିଦେଇ ଦୁର୍ବୃତ୍ତ ମାନେ ଫେରାର ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଗୁରୁତର ଅବସ୍ଥାରେ ଥିବା ବେଳେ ତାଙ୍କ ଗୋଡ ହାତ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ନଦୀ ମଝିରେ ଯୁବକ ଜଣକ ବାଲିରେ ପଡ଼ିଥିବା ବେଳେ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କରି ମେଡିକାଲ୍ ପଠାଇଛି । ତେବେ ଯୁବକଙ୍କୁ ନିକଟକୁ ପହଞ୍ଚିବା ବେଳେ ନଦୀରେ ପାଣି ଅଧିକ ଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା । ପରିବାର ଲୋକଙ୍କ ସୂଚନା ଅନୁଯାୟୀ ରାକେଶ ଆଜି ନିଜ ଗ୍ରାମରୁ ବୌଦ୍ଧ ସହରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ପାଖକୁ ଆସିଥିଲେ ଏବଂ ସେଠାରେ ରାକେଶଙ୍କ ଜଣେ ସାଙ୍ଗ ତାଙ୍କୁ ଫୋନ କରି ଡାକି ଥିଲେ । ତେବେ ରାକେଶ ତାଙ୍କ ସମ୍ପର୍କୀୟଙ୍କ ଘରୁ ବାହାରି ଆସିଥିବା ବେଳେ ତାଙ୍କ ପରିବାର ଲୋକେ ଫୋନ କରିବାରୁ ସେ ଫୋନ ଉଠାଇନଥିଲେ । ତେବେ ବ୍ରିଜ ଉପରେ କିଛି ଲୋକ ବୁଲୁଥିବା ବେଳେ ଜଣେ ବ୍ୟକ୍ତି ବ୍ରିଜ ତଳେ ପଡି ଚିତ୍କାର କରୁଥିବା ଶୁଣିବାକୁ ପାଇ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ଙ୍କ ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ବୌଦ୍ଧ: ବୌଦ୍ଧ କିଆକଟା ମହାନଦୀ ବ୍ରିଜ ତଳେ ଜଣେ ଯୁବକ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣକ ହେଉଛନ୍ତି ବ୍ରାହ୍ମଣୀ ପାଲି ଗ୍ରାମର ଯୁବକ ରାକେଶ ବାଘ। ରାକେଶଙ୍କ ଠାରୁ ଲୁଟ୍ କରି ତାଙ୍କୁ ତଳେ ଫିଙ୍ଗିଦେଇ ଦୁର୍ବୃତ୍ତ ମାନେ ଫେରାର ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଗୁରୁତର ଅବସ୍ଥାରେ ଥିବା ବେଳେ ତାଙ୍କ ଗୋଡ ହାତ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ନଦୀ ମଝିରେ ଯୁବକ ଜଣକ ବାଲିରେ ପଡ଼ିଥିବା ବେଳେ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କରି ମେଡିକାଲ୍ ପଠାଇଛି । ତେବେ ଯୁବକଙ୍କୁ ନିକଟକୁ ପହଞ୍ଚିବା ବେଳେ ନଦୀରେ ପାଣି ଅଧିକ ଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ ରାକେଶ ଆଜି ନିଜ ଗ୍ରାମରୁ ବୌଦ୍ଧ ସହରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ପାଖକୁ ଆସିଥିଲେ ଏବଂ ସେଠାରେ ରାକେଶଙ୍କ ଜଣେ ସାଙ୍ଗ ତାଙ୍କୁ ଫୋନ କରି ଡାକି ଥିଲେ । ତେବେ ରାକେଶ ତାଙ୍କ ସମ୍ପର୍କୀୟଙ୍କ ଘରୁ ବାହାରି ଆସିଥିବା ବେଳେ ତାଙ୍କ ପରିବାର ଲୋକେ ଫୋନ କରିବାରୁ ସେ ଫୋନ ଉଠାଇନଥିଲେ । ତେବେ ବ୍ରିଜ ଉପରେ କିଛି ଲୋକ ବୁଲୁଥିବା ବେଳେ ଜଣେ ବ୍ୟକ୍ତି ବ୍ରିଜ ତଳେ ପଡି ଚିତ୍କାର କରୁଥିବା ଶୁଣିବାକୁ ପାଇ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ଙ୍କ ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।