ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ଝାମ୍ପି ନେଲେ ୪ ଲକ୍ଷ

ହଳଦିଆ ଗାଁର ସୋନା ଟ୍ରେଡର ନାଁରେ ଏକ ବ୍ରଏଲର କୁକୁଡ଼ା କମ୍ପାନୀ ରହିଛି। ସେହି କମ୍ପାନୀର କଲେକ୍‌ସନ୍‌ ଏଜେଣ୍ଟ ଭାବେ କାମ କରୁଥିଲେ ଆଲମ ଗିରି। ସବୁଦିନ ପରି ସେ ଆଜି ବିଭିନ୍ନ ସ୍ଥାନରୁ ଟଙ୍କା କଲେକ୍‌ସନ୍‌ କରି ବାଇକ୍‌ରେ ଫେରୁଥିଲେ।

ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ଝାମ୍ପି ନେଲେ ୪ ଲକ୍ଷ

ଦିନ ଦି’ ପହରରେ ହୋଇଛି ଲୁଟ୍‌। ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ଝାମ୍ପି ନେଲେ ୪ ଲକ୍ଷ ୯୦ ହଜାର ଟଙ୍କା। ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମାଡ଼ ମାରି ଟଙ୍କା ବ୍ୟାଗ ଝାମ୍ପି ନେଲେ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରୁ ଆସିଛି।

ହଳଦିଆ ଗାଁର ସୋନା ଟ୍ରେଡର ନାଁରେ ଏକ ବ୍ରଏଲର କୁକୁଡ଼ା କମ୍ପାନୀ ରହିଛି। ସେହି କମ୍ପାନୀର କଲେକ୍‌ସନ୍‌ ଏଜେଣ୍ଟ ଭାବେ କାମ କରୁଥିଲେ ଆଲମ ଗିରି। ସବୁଦିନ ପରି ସେ ଆଜି ବିଭିନ୍ନ ସ୍ଥାନରୁ ଟଙ୍କା କଲେକ୍‌ସନ୍‌ କରି ବାଇକ୍‌ରେ ଫେରୁଥିଲେ। ତେବେ ଭାଟବାଗ ଆମ୍ବତୋଟା ନିକଟରେ ଦୁଇ ଯୁବକ ଆସି ଆଲମ୍‌ଙ୍କୁ ଠେଲି ଦେଇଥିଲେ। ସେ ରାସ୍ତା ପାର୍ଶ୍ୱରେ ପଡ଼ି ଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ। ଲୁଟ୍‌ର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି।

ସ୍ଥାନୀୟ ଲୋକେ ଶ୍ରୀ ଆଲମ୍‌ଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏଥିସହ ପହଞ୍ଚି ସିସିଟିଭିରେ କଏଦ ହୋଇଥିବା ଭିଡିଓର ଯାଞ୍ଚ କରୁଛି। ତେବେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ପତ୍ତା ପାଉନି ପୁଲିସ୍‌।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ