ବ୍ରଜରାଜନଗର ନାବାଳକ ଯୌନ ନିର୍ଯ୍ୟାତନା ମାମଲା : ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ

ଝାରସୁଗୁଡା : ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଏବଂ ଦୁଷ୍କର୍ମ କରିଥିବାନେଇ ମାମଲା ରୁଜୁ ହେବାର ମାତ୍ର ୫୫ ଦିନରେ ଆସିଛି ରାୟ । ଅଭିଯୁକ୍ତ ଅଜିତ ନାଗକୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଫାଇନ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକସୋ ଜଜ୍ ପୂଜା ଷଡ଼ଙ୍ଗୀ। ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋସ୍କୋ ଜଜ୍ ପୂଜା ଷଡ଼ଙ୍ଗୀ […]

ବ୍ରଜରାଜନଗର ନାବାଳକ ଯୌନ ନିର୍ଯ୍ୟାତନା ମାମଲା : ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ
Brajrajnagar minor sexual assault case: Accused gets 25 years in prison

ଝାରସୁଗୁଡା : ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଏବଂ ଦୁଷ୍କର୍ମ କରିଥିବାନେଇ ମାମଲା ରୁଜୁ ହେବାର ମାତ୍ର ୫୫ ଦିନରେ ଆସିଛି ରାୟ । ଅଭିଯୁକ୍ତ ଅଜିତ ନାଗକୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଫାଇନ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକସୋ ଜଜ୍ ପୂଜା ଷଡ଼ଙ୍ଗୀ।

ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋସ୍କୋ ଜଜ୍ ପୂଜା ଷଡ଼ଙ୍ଗୀ ୨୭ ଜଣ ସାକ୍ଷ୍ୟ ଏବଂ ୬୨ ଟି ଦାସ୍ତାବିଜକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି । ଏହାସହ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଉଭୟ ନାବାଳକଙ୍କୁ ୮ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଦେବାକୁ ସରକାରଙ୍କୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ ପୃଥ୍ଵୀରାଜ ସିଂ ଦେଓ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବ୍ରଜରାଜନଗର ଥାନା ଅଞ୍ଚଳରେ ଗତ ମାର୍ଚ୍ଚ ୨୧ ତାରିଖରେ ଅଜିତ ନାଗ ଜଣେ ନାବାଳଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଦୁଷ୍କର୍ମ କରିଥିଲା । ପରେ ଅନ୍ୟ ଜଣେ ନାବାଳକଙ୍କୁ ମଧ୍ୟ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଅଜିତ ନାଗ । ଏନେଇ ନାବାଳକଙ୍କ ପରିବାର ପକ୍ଷରୁ ବ୍ରଜରାଜନଗର ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ଗତ ଏପ୍ରିଲ ୧୯ ତାରିଖରେ କୋର୍ଟରେ ମାମାଲାର ଶୁଣାଣି ଆରମ୍ଭ ହୋଇ ଆଜି ଅଭିଯୁକ୍ତ ଅଜିତ ନାଗକୁ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛି କୋର୍ଟ । ଏହି ଘଟଣାକୁ ନେଇ ଉତ୍ତରାଞ୍ଚଳ ଆଇଜି ଓ ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ରହିଥିବା ନିର୍ଦେଶ ଏହି ରାୟରେ ପରିପ୍ରକାଶ ପାଇଛି ବୋଲି କହିଛନ୍ତି ।