ରାଜନଗରବାସୀଙ୍କ ପାଇଁ ଧ୍ରୁବଙ୍କ ସଂକଳ୍ପ, ଆଗାମୀ ୫ ବର୍ଷରେ ୧୦ ପ୍ରତିଶ୍ରୁତି କରିବେ ପାଳନ

ରାଜନଗର : ନାମାଙ୍କନ ପକ୍ରିୟା ସରିବା ପରେ ଏବେ ଗାଁ ଗହଳିରେ ଆରମ୍ଭ ହୋଇଛି ପ୍ରଚାର। ରାଜନଗର ନିର୍ବାଚନମଣ୍ଡଳୀର ଘଡିଆମାଳ, ଇଶ୍ୱରପୁର ପଂଚାୟତରୁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି। ହଂସିଣା ସେତୁ ନିକଟରୁ ଏକ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ଦୁଇ ପଂଚାୟତର କର୍ମୀ ବିଧାୟକ ପ୍ରାର୍ଥୀଙ୍କୁ ପାଛୋଟି ନେଇଥିଲେ। ହଂସିଣା ସେତୁ ନିକଟରୁ ବାହାରିଥିବା ରୋଡସୋ ଘଡିଆମାଳ, ଦାରୁଓରା, ବଳରାମପୁର, ନୂଆଗାଁ, ଜୁଣଗଡି, ପଂଚୁପଲ୍ଲୀ, ତଅଁଳାକୋଲା, ନୂଆଖୁଂଟା, […]

ରାଜନଗରବାସୀଙ୍କ ପାଇଁ ଧ୍ରୁବଙ୍କ ସଂକଳ୍ପ, ଆଗାମୀ ୫ ବର୍ଷରେ ୧୦ ପ୍ରତିଶ୍ରୁତି କରିବେ ପାଳନ
druba sabu

ରାଜନଗର : ନାମାଙ୍କନ ପକ୍ରିୟା ସରିବା ପରେ ଏବେ ଗାଁ ଗହଳିରେ ଆରମ୍ଭ ହୋଇଛି ପ୍ରଚାର। ରାଜନଗର ନିର୍ବାଚନମଣ୍ଡଳୀର ଘଡିଆମାଳ, ଇଶ୍ୱରପୁର ପଂଚାୟତରୁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି। ହଂସିଣା ସେତୁ ନିକଟରୁ ଏକ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ଦୁଇ ପଂଚାୟତର କର୍ମୀ ବିଧାୟକ ପ୍ରାର୍ଥୀଙ୍କୁ ପାଛୋଟି ନେଇଥିଲେ। ହଂସିଣା ସେତୁ ନିକଟରୁ ବାହାରିଥିବା ରୋଡସୋ ଘଡିଆମାଳ, ଦାରୁଓରା, ବଳରାମପୁର, ନୂଆଗାଁ, ଜୁଣଗଡି, ପଂଚୁପଲ୍ଲୀ, ତଅଁଳାକୋଲା, ନୂଆଖୁଂଟା, ଶିଳପୋଖରୀ, ବଳଭଦ୍ରପୁର, ଜୁନୁସନଗର, ଅଜଗରପାଟିଆ, ରାଜବିଜୟନଗର, ରିଘାଗଡ, ପୁରସ୍ତମପୁର, ଇଶ୍ୱରପୁର, ଦିଘି, ଜମ୍ବୁସାଗର, ମଧୁପୁର ପ୍ରଭୃତି ଗାଁ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ। ଗତ ୫ ବର୍ଷରେ ରାଜନଗର ନିର୍ବାଚନମଣ୍ଡଳୀରେ କରିଥିବା ବିକାଶ ଓ ଆଗାମୀ ୫ ବର୍ଷରେ ସେ କଣ କଣ ବିକାଶ କରିବେ, ସେ ନେଇ ଭୋଟର ମାନଙ୍କୁ କହି ମନ ଜିଣିଥିଲେ।

ଚର୍ଚ୍ଚାରେ ଧ୍ରୁବଙ୍କ ସଂକଳ୍ପ ପତ୍ର

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଥାଏ। ଆମେ କ୍ଷମତାକୁ ଆସିଲେ ଏହି ଏହି ପ୍ରତିଶ୍ରୁତି ପୂରଣ କରିବୁ ବୋଲି ଘୋଷଣା କରାଯାଇଥାଏ। ଯେଉଁ ପ୍ରତିଶ୍ରୁତି ବା ଗ୍ୟାରେଂଟିକୁ ନେଇ ବିଭିନ୍ନ ରାଜନୈତିକ ଦଳ ଲୋକଙ୍କୁ ପ୍ରଭାବିତ କରି ଭୋଟ ହାତେଇବାକୁ ପ୍ରୟାସ କରିଥାନ୍ତି। ବିଭିନ୍ନ ସମୟରେ ରାଜନୈତିକ ଦଳ ନୁହେଁ ବିଧାୟକ ଓ ସାଂସଦ ପ୍ରାର୍ଥୀ ସେମାନଙ୍କୁ ଆମେ ନିର୍ବାଚିତ କଲେ ସେମାନେ ଆମ ଅଂଚଳ ପାଇଁ କ’ଣ ବିକାଶ କରିବେ, ତାର ଇସ୍ତାହାର ରଖିବା ଦରକାର ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥାଏ। ଚଳିତ ନିର୍ବାଚନରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ବିଧାୟକ ପ୍ରାର୍ଥୀ ଭାବେ ରାଜନଗର ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଧ୍ରୁବ ସାହୁ ସ୍ୱତନ୍ତ୍ର ଭାବେ ନିଜର ସଂକଳ୍ପ ପତ୍ର ଜାରି କରିଛନ୍ତି। ବିଭିନ୍ନ ସ୍ଥାନରେ ଏ ନେଇ ହୋର୍ଡିଂ ମାରିବା ସହ ପ୍ରାଚୀର ପତ୍ର ମଧ୍ୟ ମାରିଛନ୍ତି। ସେ ବିଧାୟକ ଭାବେ ନିର୍ବାଚିତ ହେଲେ ୫ ବର୍ଷରେ ୧୦ଟି ସଂକଳ୍ପ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

RAJNAGAR DHRUBA NKA SANKALP PATRA

ପ୍ରଥମଥର ପାଇଁ ରାଜନଗର ନିର୍ବାଚନରେ କୌଣସି ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ର ଜାରି କରି ଭୋଟରଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି। ବର୍ତମାନର ବିଧାୟକ ତଥା ବିଧାୟକ ପ୍ରାର୍ଥୀଙ୍କ ସଂକଳ୍ପ ପତ୍ର ବୁଦ୍ଧିଜୀବିଙ୍କୁ ପ୍ରଭାବିତ କରିଛି। ତାଙ୍କ ସଂକଳ୍ପ ପତ୍ରରେ ଭିତରକନିକାକୁ ବିଶ୍ୱ ଐତିହ୍ୟ ସ୍ଥଳିରେ ପରିଣତ କରିବା, ପେଣ୍ଠ ସମୁଦ୍ର ତଟରେ ଉଇଣ୍ଡ୍‌ ସର୍ପିଙ୍ଗ୍‌ ଗେମର ଏକ ଏକାଡେମୀ ପ୍ରତିଷ୍ଠା କରିବା ସହ ବେଳାଭୂମିର ପରିବେଶ ପର୍ଯ୍ୟଟନକୁ ଆନ୍ତର୍ଯ୍ୟାତିୟ ସ୍ତରରେ ପହଁଚାଇ ସ୍ଥାନୀୟ ଲୋକଙ୍କୁ କର୍ମନିଯୁକ୍ତି ସହ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।

ସେହିପରି ପଟ୍ଟାମୁଣ୍ଡାଇ ଠାରେ ଥିବା ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ୍‌ ପ୍ଲମ୍ବିଙ୍ଗ୍‌ ଟେକ୍ନୋଲୋଜିର ୨ୟ କ୍ୟାମ୍ପସ ନିର୍ମାଣ କରି ଏହାକୁ ଏକ ସେଂଟର ଅଫ୍‌ ଏକ୍ସିଲେନ୍ସରେ ରୂପାନ୍ତରିତ କରି ଜାଗୁଆର ଭଳି ଆନ୍ତର୍ଯ୍ୟାତିକ କମ୍ପାନୀ ଦ୍ୱାରା ଟ୍ରେନିଂ ଏବଂ ପ୍ଲେସମେଂଟ ସେଂଟର ପ୍ରତିଷ୍ଠା କରି ରାଜନଗର-ପଟ୍ଟାମୁଣ୍ଡାଇ ଯୁବକଙ୍କୁ ନିଯୁକ୍ତି ଏବଂ ଆତ୍ମ ନିଯୁକ୍ତି ଯୋଗାଇ ଦେବା, ବଗପାଟିଆ ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଗାର୍ମେଂଟ ମ୍ୟାନୁଫ୍ୟାକ୍‌ଚରିଂ ୟୁନିଟ ପ୍ରତିଷ୍ଠା କରି ମହିଳା ମାନଙ୍କୁ ରୋଜଗାର ଯୋଗାଇ ଦେବା, ଅଳଭା ଠାରେ ମେଗା ଲିପ୍ଟ ଇରିଗେସନ ପ୍ରୋଜେକ୍ଟ ନିର୍ମାଣ କରି ପଟ୍ଟାମୁଣ୍ଡାଇ ବ୍ଲକର ୧୫ଟି ପଂଚାୟତର କୃଷକମାନଙ୍କୁ ୩୬୫ ଦିନ ଜଳସେଚନ ସୁବିଧା ଯୋଗାଇ ଦେବା, ପଟ୍ଟାମୁଣ୍ଡାଇର ବଡପଡା ଓ ଡାଙ୍ଗମାଳ ଠାରେ ଦୁଇଟି ଦମକଳ କେନ୍ଦ୍ର ପ୍ରତିଷ୍ଠା କରିବା, ଗୁପ୍ତି-ଜୁନୁସନଗର, ନଗଡ-ନଳଦିଆ, ଚନ୍ଦନପୁର-ମହୁ ଓ ଶ୍ରୀରାମପୁର-ମାଣିକପାଟଣା ସେତୁ ନିର୍ମାଣ କରିବା, ପଟ୍ଟାମୁଣ୍ଡାଇ ସହର ଚତୁଃପାଶ୍ୱର୍ରେ ଏକ ରିଂ ରୋଡ ନିର୍ମାଣ, ପଟ୍ଟାମୁଣ୍ଡାଇ ଇଣ୍ଡୋର ଷ୍ଟାଣ୍ଡିୟମରେ ସୁଇମିଂପୁଲ ନିର୍ମାଣ ସହ ସମସ୍ତ ଅତ୍ୟାଧୁନିକ କ୍ରୀଡା ଭିତିଭୂମିର ବିକାଶ, ବନ୍ତ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିକଟରେ ଏକ ପ୍ଲାନେଟୋରିୟମ ନିର୍ମାଣ, ପଟ୍ଟାମୁଣ୍ଡାଇ ସବ୍‌ଡିଭିଜିନାଲ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ସମସ୍ତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହ ସମସ୍ତ ଅତ୍ୟାଧୂନିକ ଡାକ୍ତରୀ ପରୀକ୍ଷାର ସୁବିଧା ସହିତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଡାକ୍ତର ପଦବୀ ପୂରଣ ସହ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ରୂପେ ଘୋଷଣା କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ଧ୍ରୁବ ତାଙ୍କ ସଂକଳ୍ପ ପତ୍ରରେ ପ୍ରକାଶ କରିଛନ୍ତି। ରାଜନଗର ରାଜନୀତି ଇତିହାସରେ ଧ୍ରୁବ ପ୍ରଥମ ପ୍ରାର୍ଥୀ ଭାବେ ନିର୍ବାଚନ ପୂର୍ବରୁ ଆଗାମୀ ୫ ବର୍ଷରେ କି କି କାର୍ଯ୍ୟ କରିବେ, ତାର ସଂକଳ୍ପ ପତ୍ର ପ୍ରକାଶ କରି ଅନ୍ୟ ମାନଙ୍କ ପୋଷ୍ଟର, ବ୍ୟାନର ଓ ସୋସିଆଲ ମିଡିଆ ପ୍ରଚାରରେ ଆଗରେ ରହିଛନ୍ତି।