କଟକର ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା

କଟକ: କଟକର ତାରକସି କାମକୁ ମିଳିଲା ଜିଆଇ ଟ୍ୟାଗ୍ । ବିଶ୍ଵପ୍ରସିଦ୍ଧ କଟକର ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ନେଇ ଚେନ୍ନାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ଓଡିଶାର ଜିଆଇ ମାନ୍ୟତା ପାଇଥିବା ସମଗ୍ରୀ ତାଲିକା ତାଲିକା ୨୬କୁ ବୃଦ୍ଧି ପାଇଛି । କଟକ ସହରର ତାରକସି କାମ ୫ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଏହି ଶିଳ୍ପ ଉପରେ ଶହ ଶହ ପରିବାର ନିର୍ଭରଶୀଳ। […]

କଟକର ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା
Cuttack Silver Filigree got GI Tag

କଟକ: କଟକର ତାରକସି କାମକୁ ମିଳିଲା ଜିଆଇ ଟ୍ୟାଗ୍ । ବିଶ୍ଵପ୍ରସିଦ୍ଧ କଟକର ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ନେଇ ଚେନ୍ନାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ଓଡିଶାର ଜିଆଇ ମାନ୍ୟତା ପାଇଥିବା ସମଗ୍ରୀ ତାଲିକା ତାଲିକା ୨୬କୁ ବୃଦ୍ଧି ପାଇଛି ।

କଟକ ସହରର ତାରକସି କାମ ୫ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଏହି ଶିଳ୍ପ ଉପରେ ଶହ ଶହ ପରିବାର ନିର୍ଭରଶୀଳ। ୨୦୨୧ ମସିହା ଜୁଲାଇ ୭ତାରିଖରେ ଓଡିଶା ହସ୍ତକଳା ସମବାୟ ସମିତି ତରଫରୁ ରୁପା ତାରକସିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ ହୋଇଥିଲା।  ଆବେଦନକୁ ବିଚାରକୁ ନେଇ କଟକ ତାରକସିର ଇତିହାସ ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବାକୁ ଏକ କନସଲଟାନ୍ସି ଫାର୍ମକୁ ଏହି ଦାୟିତ୍ଵ ଦିଆଯାଇଥିଲା । ଫାର୍ମର ସୁପାରିଶ କ୍ରମେ ତାମିଲନାଡୁର ଜିଆଇ ରେଜିଷ୍ଟ୍ରେସନ୍ ଉତ୍ପାଦର ନୋଡାଲ୍ ଅଫିସର୍ ପି.ସଞ୍ଜୟ ଗାନ୍ଧୀ କଟକ ରୁପା ତାରକସି ସମ୍ପର୍କରେ ୧୧୧ ପୃଷ୍ଟାର ରିପୋର୍ଟ ଜିଆଇ ରେଜିଷ୍ଟାରଙ୍କ ନିକଟରେ ଦାଖଲ କରିଥିଲେ । ଯେଉଁଥିରେ କଟକ ତାରକସିର ଐତିହ୍ୟ ଓ କାରିଗରୀ ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଥିଲା । ଯାହାର ତର୍ଜମା କରି ବିଶ୍ଵପ୍ରସିଦ୍ଧ କଟକର ତାରକସି କାମକୁ ଜିଆଇ ମାନ୍ୟତା ଦିଆଯାଇଛି।

Cuttack Silver Filigree got GI Tag

କଟକର ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ପରେ ଆହୁରି ଚମକିବ ତାରକସି ସାମଗ୍ରୀ । ବିଶ୍ବ ବଜାରରେ ବଢିବ ଏହାର ଚାହିଦା । ଏଣିକି ବିଶ୍ବ ବଜାରରେ ମିଳିବ କଟକର ନିଖୁଣ କାରିଗରୀ । ଉପକୃତ ହେବେ କାରୀଗର ଓ ବଢିବ ରୋଜଗାର ।