ବର୍ଷକରେ ଗଲାଣି ୪୪ ଜୀବନ
ଜମ୍ମୁ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ସେମାନଙ୍କ ଆକ୍ରମଣ ଯୋଗୁ ବର୍ଷକ ମଧ୍ୟରେ ଜମ୍ମୁରେ ୧୮ ଯବାନଙ୍କ ସମେତ ୪୪ ଜଣଙ୍କ ଜୀବନ ଗଲାଣି। ଚଳିତବର୍ଷ ଜମ୍ମୁର ସୀମାନ୍ତ ଜିଲା ରାଜୌରୀ ଏବଂ ପୁଞ୍ଚ୍ରୁ ଆତଙ୍କବାଦୀ କାର୍ଯ୍ୟକଳାପ ଅନ୍ୟ ୬ ଜିଲାକୁ ବ୍ୟାପିଲାଣି। ଏପ୍ରିଲ-ମେ’ରୁ ରେଆସି, ଡୋଡା, କସ୍ତଓ୍ବାର, କଠୁଆ, ଉଧାମପୁର ଏବଂ ଜମ୍ମୁରେ ଅନେକ ଆତଙ୍କବାଦୀ ଆକ୍ରମଣ ଘଟିଲାଣି, ଯାହା ସୁରକ୍ଷା ବଳ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜମ୍ମୁ-କଶ୍ମୀରର ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ଆତଙ୍କବାଦର […] The post ବର୍ଷକରେ ଗଲାଣି ୪୪ ଜୀବନ appeared first on Dharitri Odia News.
ଜମ୍ମୁ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ସେମାନଙ୍କ ଆକ୍ରମଣ ଯୋଗୁ ବର୍ଷକ ମଧ୍ୟରେ ଜମ୍ମୁରେ ୧୮ ଯବାନଙ୍କ ସମେତ ୪୪ ଜଣଙ୍କ ଜୀବନ ଗଲାଣି। ଚଳିତବର୍ଷ ଜମ୍ମୁର ସୀମାନ୍ତ ଜିଲା ରାଜୌରୀ ଏବଂ ପୁଞ୍ଚ୍ରୁ ଆତଙ୍କବାଦୀ କାର୍ଯ୍ୟକଳାପ ଅନ୍ୟ ୬ ଜିଲାକୁ ବ୍ୟାପିଲାଣି। ଏପ୍ରିଲ-ମେ’ରୁ ରେଆସି, ଡୋଡା, କସ୍ତଓ୍ବାର, କଠୁଆ, ଉଧାମପୁର ଏବଂ ଜମ୍ମୁରେ ଅନେକ ଆତଙ୍କବାଦୀ ଆକ୍ରମଣ ଘଟିଲାଣି, ଯାହା ସୁରକ୍ଷା ବଳ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଜମ୍ମୁ-କଶ୍ମୀରର ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ଆତଙ୍କବାଦର ପ୍ରସାର ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡ଼ିକ ଉଦ୍ୟମ ଚଳାଇଛନ୍ତି। ଏହାକୁ ପ୍ରତିହତ କରିବା ନିମନ୍ତେ ସେନା ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ପିଏପିଏଫ୍) ସହ ମିଶି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅଭିଯାନ ଚଳାଇଥିବା ଜଣେ ସେନା ଅଧିକାରୀ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଆତଙ୍କବାଦୀ ଆକ୍ରମଣରେ ଡୋଡା, କଠୁଆ ଏବଂ ରେଆସି ଜିଲାରେ ଚଳିତବର୍ଷ ୯ ଜଣ ଲେଖାଏ ନିହତ ହୋଇଥିବାବେଳେ କିସ୍ତଓ୍ବାରରେ ୫, ଉଧାମପୁରରେ ୪, ଜମ୍ମୁ ଏବଂ ରାଜୌରୀରେ ୩ ଜଣ ଲେଖାଏ ଏବଂ ପୁଞ୍ଚ୍ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଆତଙ୍କବାଦୀ ଏବଂ ୧୪ ସାଧାରଣ ଲୋକ ରହିଛନ୍ତି। ୭ ଜଣ ତୀର୍ଥଯାତ୍ରୀ ଏବଂ ୩ ଗ୍ରାମ ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଏନ୍କାଉଣ୍ଟର ବେଳେ କଠୁଆରେ ୭ ସୁରକ୍ଷା ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଡୋଡାରେ ୫, କିସ୍ତଓ୍ବାରରେ ୩, ପୁଞ୍ଚ୍ରେ ୨ ଏବଂ ଉଧାମପୁରରେ ଜଣେ ଯବାନ ପ୍ରାଣ ହରାଇଛନ୍ତି। ଜମ୍ମୁ ଅଞ୍ଚଳର ଅଖନୁରରେ ତଲାସି ଅଭିଯାନ ବେଳେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିବାବେଳେ ଡୋଡାରେ ୪, କଠୁଆ, ଉଧାମପୁର ଏବଂ ରାଜୌରୀରେ ଏନ୍କାଉଣ୍ଟର ବେଳେ ୨ ଜଣ ଲେଖାଏ ନିହତ ହୋଇଥିଲେ।
ଜମ୍ମୁର ଅନ୍ୟ ଅଞ୍ଚଳଗୁଡ଼ିକ ଭଳି ରାଜୌରୀ-ପୁଞ୍ଚ୍ ବେଲ୍ଟରେ ୧୦ ବର୍ଷ ପୂର୍ବରୁ ଆତଙ୍କବାଦ ପ୍ରାୟତଃ ବନ୍ଦ ହୋଇଯାଇଥିବାବେଳେ ୨୦୨୧ ଅକ୍ଟୋବର ପରଠୁ ଆକ୍ରମଣ ବଢ଼ିଛି। ସେନା ଗାଡ଼ିଗୁଡ଼ିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ ଘଟାଉଥିବାରୁ ୪୭ ଯବାନ, ୪୮ ଆତଙ୍କବାଦୀ ଏବଂ ୭ ସାଧାରଣ ଲୋକଙ୍କ ସମେତ ଶତାଧିକ ପ୍ରାଣ ହରାଇଲେଣି। ୨୦୨୧ରେ ରାଜୌରୀରେ ୧୯ ଜଣ ନିହତ ହୋଇଥିବାବେଳେ ୨୦୨୨ରେ ୧୪ ଏବଂ ୨୦୨୩ରେ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ପୁଞ୍ଚ୍ରେ ଆକ୍ରମଣ ଯୋଗୁ ୨୦୨୧ରେ ୧୫, ୨୦୨୨ରେ ୪ ଏବଂ ୨୦୨୩ରେ ୨୪ ଜଣଙ୍କ ଜୀବନ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଫଳରେ ଉକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବଳ ବଢ଼ାଇ ଦିଆଯିବା ସହ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବା ପାଇଁ ସୀମାନ୍ତ ଗ୍ରାମଗୁଡ଼ିକରେ ରାତ୍ର ପାଟ୍ରୋଲିଂକୁ ଜୋର୍ଦାର କରାଯାଇଛି।
The post ବର୍ଷକରେ ଗଲାଣି ୪୪ ଜୀବନ appeared first on Dharitri Odia News.