ଦୁର୍ଗମ ଅଞ୍ଚଳର ଦୁର୍ଭାଗ୍ୟ କେବଳ ଦାମୀ ମୋବାଇଲ ସେଟରେ ଆସୁଛି ଟାବର
ଭବାନୀପାଟଣା, ୨୪/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ରେ ଫେଲ ମାରିଛି ବିଏସଏନ୍ଏଲ ନେଟୱର୍କ । ପ୍ରାୟ ୧୯ ଦିନ ଆଦୌ ନେଟୱର୍କ ନାହିଁ। ଫଳରେ ଗରିବ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ କେବଳ ଦାମିକିଆ ମୋବାଇଲରେ ନେଟୱର୍କ ଆସୁଛି। ପ୍ରକାଶ ଯେ, ଥୁଆମୂଳ ରାମପୁର ବ୍ଲକରେ ୨୪ ଟି ପଞ୍ଚାୟତ ଅଛି। ଏହି ପଞ୍ଚାୟତରେ ଥିବା ଗାଁ ଗୁଡିକ ଅତି ଦୁର୍ଗମ […] The post ଦୁର୍ଗମ ଅଞ୍ଚଳର ଦୁର୍ଭାଗ୍ୟ କେବଳ ଦାମୀ ମୋବାଇଲ ସେଟରେ ଆସୁଛି ଟାବର appeared first on Odisha.News.

ଭବାନୀପାଟଣା, ୨୪/୧୨
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ରେ ଫେଲ ମାରିଛି ବିଏସଏନ୍ଏଲ ନେଟୱର୍କ । ପ୍ରାୟ ୧୯ ଦିନ ଆଦୌ ନେଟୱର୍କ ନାହିଁ। ଫଳରେ ଗରିବ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ କେବଳ ଦାମିକିଆ ମୋବାଇଲରେ ନେଟୱର୍କ ଆସୁଛି। ପ୍ରକାଶ ଯେ, ଥୁଆମୂଳ ରାମପୁର ବ୍ଲକରେ ୨୪ ଟି ପଞ୍ଚାୟତ ଅଛି। ଏହି ପଞ୍ଚାୟତରେ ଥିବା ଗାଁ ଗୁଡିକ ଅତି ଦୁର୍ଗମ ଅଞ୍ଚଳମାନଙ୍କରେ ଅବସ୍ଥିତ। କେତେକ ଗାଁକୁ ପାହାଡ଼ ଚଢି ଯିବାକୁ ହେଉଛି ତ ଆଉ କେତେକ ଗାଁକୁ ନଈ ପାରି ହୋଇ ଯିବାକୁ ପଡ଼ିଥାଏ। ଏହି ବ୍ଲକରେ ୧୦୦ ରୁ ଅଧିକ ବିଏସଏନ୍ଏଲ ପକ୍ଷରୁ ଟାୱାର ଥିବାବେଳେ ବର୍ତ୍ତମାନ ୪୦ ଟାୱାର କାର୍ଯ୍ୟକ୍ଷମ ଅଛି। ସେହି ୪୦ ଟି ଟାୱାର ମଧ୍ୟରୁ ଗରିବ ଲୋକଙ୍କ ମୋବାଇଲ ସିଗନାଲ ଆସୁ ନାହିଁ। ୫୦ ହଜାର ରୁ ଅଧିକ ଟଙ୍କାର ଦାମୀ ମୋବାଇଲ ସେଟରେ ନେଟୱାର୍କ ଆସୁଛି। ବିଏସଏନ୍ଏଲ ଟାୱାର ନିର୍ମାଣ ହୋଇ ଅନେକ ବର୍ଷ ବିତି ଯାଇଥିଲେ ସୁଦ୍ଧା କୌଣସି ଟାୱାର କାର୍ଯ୍ୟକ୍ଷମ ହେଉ ନାହିଁ। ଯେତେବେଳେ ବି ବିଏସଏନ୍ଏଲ ଅଫିସକୁ ଗଲେ ତାଳା ଝୁଲୁଛି। ଦୁର୍ଗମ ଅଞ୍ଚଳ ବୋଲି ଏଠି କେହି ରହୁନାହାନ୍ତି। ଏହି ବ୍ଲକ ଅଧିକାଂଶ ଲୋକ ଗରିବ ଆଦିବାସୀ ଦଳିତ ସମ୍ପ୍ରଦାୟର। ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ଏହି ଗରିବ ଲୋକଙ୍କ ପାଖରେ କିପ୍ୟାଡ଼ ମୋବାଇଲ କିଣିବା କଷ୍ଟର । ଏମିତି ସ୍ଥିତିରେ ବିଏସଏନ୍ଏଲ କେବଳ ଦାମୀ ମୋବାଇଲ ସେଟକୁ ନେଟୱାର୍କ ସେବା ଦେବା ପରିତାପର ବିଷୟ। ଏନେଇ ବିଏସଏନ୍ଏଲ ଏସଡିଓଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଥୁଆମୂଳ ରାମପୁର ବ୍ଲକର ବିଏସଏନ୍ଏଲ ଟାୱାର ମାନଙ୍କରେ ୭୦୦ ବ୍ୟାଣ୍ଡ ଲାଗିଛି ତେଣୁ ଅନେକ ମୋବାଇଲରେ ନେଟୱାର୍କ ଆସିବ ନାହିଁ । ଆମେ ୨୧୦୦ ବ୍ୟାଣ୍ଡ ଲଗାଇବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁଁ ଯଦି ତାହା ଲାଗେ ତାହାହେଲେ ସବୁ ମୋବାଇଲ ସେଟରେ ନେଟୱାର୍କ ଆସିବ ବୋଲି କହିଥିଲେ । ଅନ୍ୟ ପକ୍ଷରେ ବିଏସଏନ୍ଏଲ ଡିଜିଏମ୍ ସୁରେଶ କୁମାର ପାଢ଼ିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମୁଁ ଜାଣିଛି ଥୁଆମୂଳ ରାମପୁରରେ ଅନେକ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଛନ୍ତି ହେଲେ କଣ କରିବୁ ସରକାରଙ୍କ ନିର୍ଦ୍ଦେଶରେ କାମ ହେଉଛି ବୋଲି କହିଥିଲେ ।
The post ଦୁର୍ଗମ ଅଞ୍ଚଳର ଦୁର୍ଭାଗ୍ୟ କେବଳ ଦାମୀ ମୋବାଇଲ ସେଟରେ ଆସୁଛି ଟାବର appeared first on Odisha.News.