ବ୍ରଡକାଷ୍ଟିଂ ବିଲ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର, କହିଲେ-ତିଆରି ହେବ ନୂଆ ଡ୍ରାଫ୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବ୍ରଡକାଷ୍ଟିଂ ବିଲ୍ ୨୦୨୪କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ୟାପକ ଆଲୋଚନା ପରେ ନୂଆ ଚିଠା ପ୍ରସ୍ତୁତ କରାଯିବ । ମିନିଷ୍ଟ୍ରି ଅଫ୍ ଇନଫର୍ମେଶନ ଆଣ୍ଡ ବ୍ରଡକାଷ୍ଟିଙ୍ଗ (ଏମଆଇବି) ଗତ ବର୍ଷ ନଭେମ୍ୱରରେ ଏକ ନୂଆ ବ୍ରଡକାଷ୍ଟିଂ ରେଗୁଲେସନ୍ ବିଲ୍ ଡ୍ରାଫ୍ଟ କରିଥିଲେ । ଏହି ବିଲ୍‌ର ଡ୍ରାଫ୍ଟ ଉପରେ ପବ୍ଲିକ୍ କମେଣ୍ଟ ଡେଡ୍‌ ଲାଇନ୍ ୨୦୨୪ ଜାନୁଆରୀ ୧୫ ଥିଲା । ବ୍ରଡ୍‌କାଷ୍ଟିଂ ବିଲ୍‌ର ଦ୍ୱିତୀୟ ଡ୍ରାଫ୍ଟ ଚଳିତ ବର୍ଷ ଜୁଲାଇରେ ପ୍ରସ୍ତୁତ କରାଯାଇଥିଲା । ବ୍ରଡକାଷ୍ଟିଂ ବିଲ୍ ୨୦୨୪କୁ ନେଇ ବିରୋଧୀ ଅଭିଯୋଗ ଆଣିଥିଲେ ଯେ ସଂଶୋଧିତ ଡ୍ରାଫ୍ଟ ସଂସଦରେ ଆଗତ କରାଯିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କୁ ଗୁପ୍ତ ଭାବେ ଲିକ୍ କରାଯାଇଥିଲା । ଡିଜିଟାଲ୍ ନ୍ୟୁଜ୍ ପବ୍ଲିଶର୍ସ ଏବଂ ଇଣ୍ଡିଭିଜୁଆଲ୍ କଣ୍ଟେଣ୍ଟ କିଏଟର୍ସ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ ।ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, 'ଆମେ ବ୍ରଡକାଷ୍ଟିଂ ସର୍ଭିସ୍ (ରେଗୁଲେସନ୍) ବିଲ୍‌ର ଡ୍ରାଫ୍ଟ୍ ଉପରେ କାମ କରୁଛୁ । ଏହି ବିଧେୟକର ଡ୍ରାଫ୍ଟକୁ ବିଭିନ୍ନ ପକ୍ଷ ଏବଂ ସାଧାରଣ ଜନତାଙ୍କ ଟିପ୍ପଣୀ ପାଇଁ ୨୦୨୩ ନଭେମ୍ୱର ୧୦ ଯାଏ ସର୍ବାଜନୀନ ମଞ୍ଚରେ ରଖାଯାଇଥିଲା । ଆମ ପାଖକୁ ଏହା ଉପରେ ବିଭିନ୍ନ ସୁପାରିଶ, ଟିପ୍ପଣୀ ଏବଂ ପରାମର୍ଶ ମିଳିଥିଲା । ମନ୍ତ୍ରଣାଳୟ ଡ୍ରାଫ୍

ବ୍ରଡକାଷ୍ଟିଂ ବିଲ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର, କହିଲେ-ତିଆରି ହେବ ନୂଆ ଡ୍ରାଫ୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବ୍ରଡକାଷ୍ଟିଂ ବିଲ୍ ୨୦୨୪କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ୟାପକ ଆଲୋଚନା ପରେ ନୂଆ ଚିଠା ପ୍ରସ୍ତୁତ କରାଯିବ । ମିନିଷ୍ଟ୍ରି ଅଫ୍ ଇନଫର୍ମେଶନ ଆଣ୍ଡ ବ୍ରଡକାଷ୍ଟିଙ୍ଗ (ଏମଆଇବି) ଗତ ବର୍ଷ ନଭେମ୍ୱରରେ ଏକ ନୂଆ ବ୍ରଡକାଷ୍ଟିଂ ରେଗୁଲେସନ୍ ବିଲ୍ ଡ୍ରାଫ୍ଟ କରିଥିଲେ । ଏହି ବିଲ୍‌ର ଡ୍ରାଫ୍ଟ ଉପରେ ପବ୍ଲିକ୍ କମେଣ୍ଟ ଡେଡ୍‌ ଲାଇନ୍ ୨୦୨୪ ଜାନୁଆରୀ ୧୫ ଥିଲା । ବ୍ରଡ୍‌କାଷ୍ଟିଂ ବିଲ୍‌ର ଦ୍ୱିତୀୟ ଡ୍ରାଫ୍ଟ ଚଳିତ ବର୍ଷ ଜୁଲାଇରେ ପ୍ରସ୍ତୁତ କରାଯାଇଥିଲା । ବ୍ରଡକାଷ୍ଟିଂ ବିଲ୍ ୨୦୨୪କୁ ନେଇ ବିରୋଧୀ ଅଭିଯୋଗ ଆଣିଥିଲେ ଯେ ସଂଶୋଧିତ ଡ୍ରାଫ୍ଟ ସଂସଦରେ ଆଗତ କରାଯିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କୁ ଗୁପ୍ତ ଭାବେ ଲିକ୍ କରାଯାଇଥିଲା । ଡିଜିଟାଲ୍ ନ୍ୟୁଜ୍ ପବ୍ଲିଶର୍ସ ଏବଂ ଇଣ୍ଡିଭିଜୁଆଲ୍ କଣ୍ଟେଣ୍ଟ କିଏଟର୍ସ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, 'ଆମେ ବ୍ରଡକାଷ୍ଟିଂ ସର୍ଭିସ୍ (ରେଗୁଲେସନ୍) ବିଲ୍‌ର ଡ୍ରାଫ୍ଟ୍ ଉପରେ କାମ କରୁଛୁ । ଏହି ବିଧେୟକର ଡ୍ରାଫ୍ଟକୁ ବିଭିନ୍ନ ପକ୍ଷ ଏବଂ ସାଧାରଣ ଜନତାଙ୍କ ଟିପ୍ପଣୀ ପାଇଁ ୨୦୨୩ ନଭେମ୍ୱର ୧୦ ଯାଏ ସର୍ବାଜନୀନ ମଞ୍ଚରେ ରଖାଯାଇଥିଲା । ଆମ ପାଖକୁ ଏହା ଉପରେ ବିଭିନ୍ନ ସୁପାରିଶ, ଟିପ୍ପଣୀ ଏବଂ ପରାମର୍ଶ ମିଳିଥିଲା । ମନ୍ତ୍ରଣାଳୟ ଡ୍ରାଫ୍ଟ ସହ ଜଡ଼ିତ ବିଭିନ୍ନ ପକ୍ଷ ସହ ଲଗାତାର ଆଲୋଚନା କରୁଛି । ପରାମର୍ଶ ଏବଂ ଟିପ୍ପଣୀ ପାଇଁ ୨୦୨୪ ଅକ୍ଟୋବର ୧୫ ଯାଏଁ ଅତିରିକ୍ତ ସମୟ ପ୍ରଦାନ କରାଯାଉଛି । ବିସ୍ତୃତ ବିଚାର-ବିମର୍ଶ ପରେ ବିଲ୍‌ର ଏକ ନୂଆ ଡ୍ରାଫ୍ଟ ପ୍ରକାଶିତ କରାଯିବ ।'

ବ୍ରଡକାଷ୍ଟିଂ ବିଲ୍‌ର ବର୍ତ୍ତମାନ ଡ୍ରାଫ୍ଟ ଅନୁସାରେ ଡିଜିଟାଲ୍ ବା OTT ପ୍ଲାଟଫର୍ମ ଯେପରି କି ୟୁଟ୍ୟୁବ୍, ଏକ୍ସ, ଫେସ୍‌ବୁକ୍, ଇନଷ୍ଟାଗ୍ରାମ୍, ନେଟ୍‌ଫ୍ଲିକ୍ସ, ପ୍ରାଇମ୍ ଭିଡିଓରେ ପ୍ରସାରିତ ହେବାକୁ ଥିବା କେଣ୍ଟେଣ୍ଟକୁ ସରକାର ରେଗୁଲେଟ୍ କରିଥାନ୍ତେ । ଡ୍ରାଫ୍ଟର ପ୍ରାବଧାନରେ କୁହାଯାଇଛି ଯେ ଡିଜିଟାଲ୍ ପ୍ଲାଟଫର୍ମରେ ନ୍ୟୁଜ୍ ପ୍ରସାରଣ କରୁଥିବା ପବ୍ଲିସର୍ସକୁ ଡିଜିଟାଲ୍ ନ୍ୟୁଜ୍ ବ୍ରଡକାଷ୍ଟର୍ସ କୁହାଯିବ । ଡ୍ରାଫ୍ଟରେ ଡିଜିଟାଲ୍ ବ୍ରଡକାଷ୍ଟର୍ସ ପାଇଁ ଏକ ନୂଆ ନିୟାମକ ବ୍ରଡକାଷ୍ଟିଂ ଅଥରିଟି ଅଫ୍ ଇଣ୍ଡିଆ ଗଠନର ପ୍ରସ୍ତାବ ଥିଲା । ଏହା ବ୍ୟତୀତ ସେଲ୍ଫ ରେଗୁଲେସନ୍ ପାଇଁ ଟୁ-ଟିୟର ସିଷ୍ଟମ୍ ପ୍ରସ୍ତାବ ଏହି ଡ୍ରାଫ୍ଟରେ କରାଯାଇଥିଲା । ସେଲ୍ଫ ରେଗୁଲେସନ ପାଇଁ ଟୁ-ଟିୟର ସିଷ୍ଟମ ଅନୁକରଣ ନକରିଲେ ସରକାରଙ୍କ ହସ୍ତକ୍ଷେପର ପ୍ରାବଧାନ ଡ୍ରାଫ୍ଟରେ ଥିଲା ।