ରାଜଧାନୀରେ ଯୁବତୀଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ ! ଥାନାରେ ଏତଲା

ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବତୀଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ ଅଭିଯୋଗ । ଥାନାରେ ଏତଲା ଦେଲେ ଯୁବତୀ। ଏଭଳି ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳରେ।ସୂଚନା ଅନୁସାରେ, ସହିଦନଗର ମହର୍ଷି କଲେଜ ରୋଡରେ ଯୁବତୀ ଜଣଙ୍କ ନିଜ ସ୍କୁଟିରେ ଯାଉଥିବାବେଳେ କିଛି ଯୁବକ ପ୍ରଥମେ ତାଙ୍କ ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ। ଏଥିରେ ଯୁବତୀ ଜଣକ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ହାତ ମଧ୍ୟ ଭାଙ୍ଗିଯାଇଥିଲା। ପରେ ପୁଣି ସେହି ସ୍ଥାନରେ ଯୁବତୀଙ୍କ ନିକଟକୁ ଅନ୍ୟ ଦୁଇ ଜଣ ଯୁବକ ଆସି ତାଙ୍କୁ ଧମକ ଦେବା ସହ ଗାଡ଼ି ମଡ଼ାଇ ଜୀବନରୁ ମାରିଦେବାକୁ କହି ସେଠାରୁ ପଳାଇଯାଇଥିଲେ। ତେବେ ଘଟଣା ପରେ ତୁରନ୍ତ ସହିଦନଗର ଥାନାରେ ପହଞ୍ଚି ଏତଲା ଦେଇଥିଲେ ଯୁବତୀ। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ତେବେ ଜଣାପଡ଼ିଛି, ଯୁବତୀଙ୍କ ବାପାଙ୍କର ବଡ଼ଗଡ଼ ଅଞ୍ଚଳରେ ଏକ ଜିମ୍ ଅଛି। ପୂର୍ବରୁ ଏହି ଜିମ୍‌ ବିଲଡିଂର ମାଲିକଙ୍କ ସହ ଭଡ଼ା ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏମିତିକି ବଡ଼ଗଡ଼ ଥାନାରେ ମଧ୍ୟ ଏନେଇ ଅଭିଯୋଗ କରିଥିବା କହିଛନ୍ତି ଯୁବତୀ। ଆଉ ଏଫଆଇଆର କାରଣରୁ ତାଙ୍କୁ ମାରିବାକୁ ଚେଷ୍ଟା କରୁଯାଉଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ରାଜଧାନୀରେ ଯୁବତୀଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ ! ଥାନାରେ ଏତଲା

ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବତୀଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ ଅଭିଯୋଗ । ଥାନାରେ ଏତଲା ଦେଲେ ଯୁବତୀ। ଏଭଳି ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳରେ।

ସୂଚନା ଅନୁସାରେ, ସହିଦନଗର ମହର୍ଷି କଲେଜ ରୋଡରେ ଯୁବତୀ ଜଣଙ୍କ ନିଜ ସ୍କୁଟିରେ ଯାଉଥିବାବେଳେ କିଛି ଯୁବକ ପ୍ରଥମେ ତାଙ୍କ ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ। ଏଥିରେ ଯୁବତୀ ଜଣକ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ହାତ ମଧ୍ୟ ଭାଙ୍ଗିଯାଇଥିଲା। ପରେ ପୁଣି ସେହି ସ୍ଥାନରେ ଯୁବତୀଙ୍କ ନିକଟକୁ ଅନ୍ୟ ଦୁଇ ଜଣ ଯୁବକ ଆସି ତାଙ୍କୁ ଧମକ ଦେବା ସହ ଗାଡ଼ି ମଡ଼ାଇ ଜୀବନରୁ ମାରିଦେବାକୁ କହି ସେଠାରୁ ପଳାଇଯାଇଥିଲେ। ତେବେ ଘଟଣା ପରେ ତୁରନ୍ତ ସହିଦନଗର ଥାନାରେ ପହଞ୍ଚି ଏତଲା ଦେଇଥିଲେ ଯୁବତୀ। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ତେବେ ଜଣାପଡ଼ିଛି, ଯୁବତୀଙ୍କ ବାପାଙ୍କର ବଡ଼ଗଡ଼ ଅଞ୍ଚଳରେ ଏକ ଜିମ୍ ଅଛି। ପୂର୍ବରୁ ଏହି ଜିମ୍‌ ବିଲଡିଂର ମାଲିକଙ୍କ ସହ ଭଡ଼ା ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏମିତିକି ବଡ଼ଗଡ଼ ଥାନାରେ ମଧ୍ୟ ଏନେଇ ଅଭିଯୋଗ କରିଥିବା କହିଛନ୍ତି ଯୁବତୀ। ଆଉ ଏଫଆଇଆର କାରଣରୁ ତାଙ୍କୁ ମାରିବାକୁ ଚେଷ୍ଟା କରୁଯାଉଥିବା ଅଭିଯୋଗ କରିଛନ୍ତି ଯୁବତୀ ।