ବ୍ରହ୍ମପୁର ଜେଲ ରୋଡ ନିକଟରୁ ୩ଟି ଅଫୁଟା ବୋମା ସହ ୫ ଖଣ୍ଡା ଜବତ
ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ଜେଲ ରୋଡ ନିକଟରୁ ୩ଟି ଅଫୁଟା ବୋମା ସହ ୫ଟି ଖଣ୍ଡା ଜବତ ହୋଇଛି। ଜବତ... The post ବ୍ରହ୍ମପୁର ଜେଲ ରୋଡ ନିକଟରୁ ୩ଟି ଅଫୁଟା ବୋମା ସହ ୫ ଖଣ୍ଡା ଜବତ appeared first on .
ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ଜେଲ ରୋଡ ନିକଟରୁ ୩ଟି ଅଫୁଟା ବୋମା ସହ ୫ଟି ଖଣ୍ଡା ଜବତ ହୋଇଛି। ଜବତ କରିଛି ଲାଞ୍ଜିପଲ୍ଲୀ ଫାଣ୍ଡି ଓ ବୈଦ୍ୟନାଥ ପୋଲିସ। ଆଜିଠୁ ଲାଞ୍ଜିପଲ୍ଲୀ ମାଆ ତାରା ଦେବୀ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ବୋମା ଓ ଖଣ୍ଡା ଜବତ ହୋଇଛି। ଯାତ୍ରା ପୂର୍ବରୁ ଅପରାଧୀଙ୍କ ବଡ଼ ଧରଣର କ୍ରାଇମ ଷଡଯନ୍ତ୍ରକୁ ପଣ୍ଡ କରିଛି ପୋଲିସ। କିଏ କାହିଁକି ଏଠାରେ ବୋମା ରଖିଥିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ। କେଉଁ ଗ୍ୟାଙ୍ଗର ଅପରାଧୀକୁ ଅନ୍ୟ ଗ୍ୟାଙ୍ଗ ଟାର୍ଗେଟ କରିଥିବା ଅନୁମାନ କରାଯାଉଛି। ବୋମା ନିଷ୍କ୍ରିୟ ଟିମ ପହଂଚି ୩ଟି ବୋମାକୁ ନିଷ୍କ୍ରିୟ କରିଛି।
The post ବ୍ରହ୍ମପୁର ଜେଲ ରୋଡ ନିକଟରୁ ୩ଟି ଅଫୁଟା ବୋମା ସହ ୫ ଖଣ୍ଡା ଜବତ appeared first on .