କମେଣ୍ଟ ମରାକୁ ନେଇ ବୋମାମାଡ : ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ଭୁବନେଶ୍ବର ୮।୬: ବରମୁଣ୍ଡା ବୋମାମାଡ ଘଟଣାର ପର୍ଦ୍ଦାଫାଶ । କମେଣ୍ଟ ମରାକୁ ନେଇ ବୋମାମାଡ ହୋଇଥିଲା । ଖଣ୍ଡଗିରି ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ କାବୁ କଲା ପୋଲିସ । ଗତ ୨୭ ତାରିଖ ସକାଳୁ ହୋଇଥିଲା ବୋମାମାଡ । ବୋମାମାଡ଼ କରିବା ସହ ବୋମା ତିଆରି କରୁଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀରେ ହୋଇଥିବା ବୋମାମାଡ଼ର ପର୍ଦ୍ଦାଫାଶ କରିଛି କମିସନରେଟ୍ ପୋଲିସ । କମେଣ୍ଟ ମରାରୁ ବଚସା ପରେ ପ୍ରତିଶୋଧ ପରାୟଣ ହୋଇ ରାଜେଶ ସାମନ୍ତ ସିଂହାରଙ୍କ ସ୍କର୍ପିଓ ଉପରକୁ ଶାହନାୱାଜ ମଲିକ ଓରଫ ମୁଫି ଏବଂ ଉଦିତ ନାରାୟଣ ପ୍ରଧାନ ନାମକ ଦୁଇ ଜଣ ଯୁବକ ବୋମାମାଡ଼ କରି ଫେରାର ହୋଇ ଯାଇଥିଲେ । ତେବେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଚେକ୍ ସହ ଅପରାଧୀଙ୍କୁ ଚିହ୍ନଟ କରିବା ପରେ ପୋଲିସ କରିଥିଲା ମାରାଥନ୍ ଚଢ଼ାଉ । ଘଟଣାର ଦୁଇ ସପ୍ତାହ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ମୁଫି ଏବଂ ତାର ସହଯୋଗୀ ଉଦିତ ନାରାୟଣ ପ୍ରଧାନକୁ ଗିରଫ କରିବାରେ ସଫଳ ହୋଇଛି ଖଣ୍ଡଗିରି ଥାନା ପୋଲିସ । ସେପଟେ ମୁଫି ନିଜେ ବୋମା ତିଆରି କରିଥିବା ସୂଚନା ମିଳିଥିବା ପରେ ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ପୋଲିସ ।You Can Read :ମୋ ବସ୍କୁ ପଛରୁ ପିଟିଲା ଟ୍ରକ୍, ୧୬ ଯାତ୍ରୀ ଆହତ
ଭୁବନେଶ୍ବର ୮।୬: ବରମୁଣ୍ଡା ବୋମାମାଡ ଘଟଣାର ପର୍ଦ୍ଦାଫାଶ । କମେଣ୍ଟ ମରାକୁ ନେଇ ବୋମାମାଡ ହୋଇଥିଲା । ଖଣ୍ଡଗିରି ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ କାବୁ କଲା ପୋଲିସ । ଗତ ୨୭ ତାରିଖ ସକାଳୁ ହୋଇଥିଲା ବୋମାମାଡ । ବୋମାମାଡ଼ କରିବା ସହ ବୋମା ତିଆରି କରୁଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ ।
ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀରେ ହୋଇଥିବା ବୋମାମାଡ଼ର ପର୍ଦ୍ଦାଫାଶ କରିଛି କମିସନରେଟ୍ ପୋଲିସ । କମେଣ୍ଟ ମରାରୁ ବଚସା ପରେ ପ୍ରତିଶୋଧ ପରାୟଣ ହୋଇ ରାଜେଶ ସାମନ୍ତ ସିଂହାରଙ୍କ ସ୍କର୍ପିଓ ଉପରକୁ ଶାହନାୱାଜ ମଲିକ ଓରଫ ମୁଫି ଏବଂ ଉଦିତ ନାରାୟଣ ପ୍ରଧାନ ନାମକ ଦୁଇ ଜଣ ଯୁବକ ବୋମାମାଡ଼ କରି ଫେରାର ହୋଇ ଯାଇଥିଲେ । ତେବେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଚେକ୍ ସହ ଅପରାଧୀଙ୍କୁ ଚିହ୍ନଟ କରିବା ପରେ ପୋଲିସ କରିଥିଲା ମାରାଥନ୍ ଚଢ଼ାଉ । ଘଟଣାର ଦୁଇ ସପ୍ତାହ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ମୁଫି ଏବଂ ତାର ସହଯୋଗୀ ଉଦିତ ନାରାୟଣ ପ୍ରଧାନକୁ ଗିରଫ କରିବାରେ ସଫଳ ହୋଇଛି ଖଣ୍ଡଗିରି ଥାନା ପୋଲିସ । ସେପଟେ ମୁଫି ନିଜେ ବୋମା ତିଆରି କରିଥିବା ସୂଚନା ମିଳିଥିବା ପରେ ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ପୋଲିସ ।
You Can Read :
ମୋ ବସ୍କୁ ପଛରୁ ପିଟିଲା ଟ୍ରକ୍, ୧୬ ଯାତ୍ରୀ ଆହତ