ବ୍ରହ୍ମପୁର-ଫୁଲବାଣୀ ରେଳ ଲାଇନ ପାଇଁ ଉଠିଲା ଦାବି
ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ)- ପ୍ରତ୍ୟେକ ମାସର ତୃତୀୟ ସୋମବାର ସରକାରୀ କାର୍ଯ୍ୟ ଦିବସରେ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଥାଏ। ଏହିଭଳି ଆଜି ଅଭିଯୋଗ ଶୁଣାଣି ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁ ଏଡିଏମ ଦେବଦତ୍ତ ପଣ୍ଡା, ଉପଜିଲାପାଳ ଉମା ଶଙ୍କର ବେହେରା, ଏଏସପି ରଞ୍ଜନ କୁମାର ଦେ ଆଜି ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଏହି ସମୟରେ ଘୁମୁସର ବିକାଶ ପରିଷଦ ତରଫରୁ ସୋମନାଥ ନାୟକ,ପ୍ରକାଶ ଚନ୍ଦ୍ର ସାହୁ, ରବି ନାରାୟଣ ସାମନ୍ତଙ୍କ ନେତୃତ୍ୱରେ […] The post ବ୍ରହ୍ମପୁର-ଫୁଲବାଣୀ ରେଳ ଲାଇନ ପାଇଁ ଉଠିଲା ଦାବି appeared first on Dharitri Odia News.
ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ)- ପ୍ରତ୍ୟେକ ମାସର ତୃତୀୟ ସୋମବାର ସରକାରୀ କାର୍ଯ୍ୟ ଦିବସରେ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଥାଏ। ଏହିଭଳି ଆଜି ଅଭିଯୋଗ ଶୁଣାଣି ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁ ଏଡିଏମ ଦେବଦତ୍ତ ପଣ୍ଡା, ଉପଜିଲାପାଳ ଉମା ଶଙ୍କର ବେହେରା, ଏଏସପି ରଞ୍ଜନ କୁମାର ଦେ ଆଜି ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଏହି ସମୟରେ ଘୁମୁସର ବିକାଶ ପରିଷଦ ତରଫରୁ ସୋମନାଥ ନାୟକ,ପ୍ରକାଶ ଚନ୍ଦ୍ର ସାହୁ, ରବି ନାରାୟଣ ସାମନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏଡିଏମଙ୍କୁ ଭେଟି ବ୍ରହ୍ମପୁର ଭାୟା ଭଞ୍ଜନଗର ଫୁଲବାଣୀ ରେଢ଼ାଖୋଲ ରେଳପଥ ନିର୍ମାଣକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖ ଦିନ ଦକ୍ଷିଣ ଓଡିଶା ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି, ଭଞ୍ଜନଗର ଓକିଲ ସଂଘ ଏବଂ ସହରର ଅନ୍ୟ ସଂଗଠନ ପକ୍ଷରୁ ମିଳିତ ଭାବେ ଉକ୍ତ ରେଳ ପ୍ରକଳ୍ପ ସମେତ ଅନ୍ୟାନ୍ୟ ବିକାଶ ଦାବି ନେଇ ଭଞ୍ଜନଗର ସହରରେ ଶୋଭାଯାତ୍ରା ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଦ୍ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ ଉକ୍ତ ରେଳ ପ୍ରକଳ୍ପ ସର୍ଭେ ପାଇଁ ଏକ ସଂସ୍ଥା ଦାୟିତ୍ୱ ନେଇଛି। କିନ୍ତୁ ସର୍ଭେ ବିଳମ୍ବ ହେଉଛି। ତେଣୁ ତୁରନ୍ତ ସର୍ଭେ କାର୍ଯ୍ୟ ସାରି ଡିପିଆର ପ୍ରଦାନ କରିବା ପାଇଁ ଦାବି ହୋଇଛି।
The post ବ୍ରହ୍ମପୁର-ଫୁଲବାଣୀ ରେଳ ଲାଇନ ପାଇଁ ଉଠିଲା ଦାବି appeared first on Dharitri Odia News.