ରାସ୍ତା ନିର୍ମାଣ ବେଳେ ପେଟି ଠିକାଦାରଙ୍କୁ ଆକ୍ରମଣ
କେସିଙ୍ଗା,୨୮ା୪ (ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତ ମଶାଣିବନ୍ଧ ଗ୍ରାମଠାରେ ଆର୍ଡ଼ି ବିଭାଗ ପକ୍ଷରୁ ରାସ୍ତାକାମ ଚାଲୁରହିଛି। ଏପରିସ୍ଥଳେ ଗ୍ରାମର ଜଣେ ବ୍ୟକ୍ତି ସୋମବାର ରାସ୍ତାକାମକୁ ବିରୋଧ କରି ପେଟି ଠିକାଦାର ନେପାଳ ପ୍ରଧାନ (୩୪) ଓ ମୁନ୍ସି ଚୌଧୁରୀ ସାହୁଙ୍କୁ ଆକ୍ରମଣ କରି ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ଏ ନେଇ ପେଟି ଠିକାଦାର ବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ମଶାଣିବନ୍ଧ ଗ୍ରାମଠାରୁ କଳାରପଦର […] The post ରାସ୍ତା ନିର୍ମାଣ ବେଳେ ପେଟି ଠିକାଦାରଙ୍କୁ ଆକ୍ରମଣ appeared first on Dharitri Odia News.
କେସିଙ୍ଗା,୨୮ା୪ (ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତ ମଶାଣିବନ୍ଧ ଗ୍ରାମଠାରେ ଆର୍ଡ଼ି ବିଭାଗ ପକ୍ଷରୁ ରାସ୍ତାକାମ ଚାଲୁରହିଛି। ଏପରିସ୍ଥଳେ ଗ୍ରାମର ଜଣେ ବ୍ୟକ୍ତି ସୋମବାର ରାସ୍ତାକାମକୁ ବିରୋଧ କରି ପେଟି ଠିକାଦାର ନେପାଳ ପ୍ରଧାନ (୩୪) ଓ ମୁନ୍ସି ଚୌଧୁରୀ ସାହୁଙ୍କୁ ଆକ୍ରମଣ କରି ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ଏ ନେଇ ପେଟି ଠିକାଦାର ବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ମଶାଣିବନ୍ଧ ଗ୍ରାମଠାରୁ କଳାରପଦର ଗ୍ରାମ ଯାଏ ଆର୍ଡ଼ି ବିଭାଗ ପକ୍ଷରୁ ୧୪.୫କିମି ପିଚୁ ରାସ୍ତା ନିର୍ମାଣାଧୀନ ରହିଛି। ସୋମବାର ମଧ୍ୟାହ୍ନରେ ସମ୍ପୃକ୍ତ ବ୍ୟକ୍ତି ଜଣକ କାର୍ଯ୍ୟସ୍ଥଳରେ ପହଞ୍ଚତ୍ ଗ୍ରାମରେ ବିବାହ କାମ ଅଛି, ଗର୍ଭବତୀ ମହିଳା ହସ୍ପିଟାଲକୁ ଯିବା ଅସୁବିଧା ହେବ କହି ପେଟି ଠିକାଦାର ଓ ମୁନ୍ସିଙ୍କୁ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ପଚାରିବାରୁ ମଙ୍ଗଳବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।
The post ରାସ୍ତା ନିର୍ମାଣ ବେଳେ ପେଟି ଠିକାଦାରଙ୍କୁ ଆକ୍ରମଣ appeared first on Dharitri Odia News.