ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଗବେଷଣା ଚକ୍ର ଆନୁକୁଲ୍ୟରେ ଆଲୋଚନା ଚକ୍ର ଉଦଯାପିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷ ଠାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନ ଓ ଲୋକ ପ୍ରଶାସନ ବିଭାଗ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଗବେଷଣା ଚକ୍ର ଓ ୩୨ ତମ ବାର୍ଷିକ ସମ୍ମିଳନୀ ଆଜି ଉଦଯାପିତ ହୋଇଛି। ଏହି କାର୍ଯ୍ୟକ୍ରମ ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲାଲ ପ୍ରଫେସର ଅରୁଣ କୁମାର ପଟ୍ଟନାୟକ ଯୋଗ ଦେଇ ଶୀର୍ଷକ ଓଡିଶାରେ ଜଳବାୟୁ ପରିବର୍ତନ ପ୍ରଭାବ, ପ୍ରତିକ୍ରିୟା ଏବଂ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ମାନସ […]

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଗବେଷଣା ଚକ୍ର ଆନୁକୁଲ୍ୟରେ ଆଲୋଚନା ଚକ୍ର ଉଦଯାପିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷ ଠାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନ ଓ ଲୋକ ପ୍ରଶାସନ ବିଭାଗ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଗବେଷଣା ଚକ୍ର ଓ ୩୨ ତମ ବାର୍ଷିକ ସମ୍ମିଳନୀ ଆଜି ଉଦଯାପିତ ହୋଇଛି। ଏହି କାର୍ଯ୍ୟକ୍ରମ ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲାଲ ପ୍ରଫେସର ଅରୁଣ କୁମାର ପଟ୍ଟନାୟକ ଯୋଗ ଦେଇ ଶୀର୍ଷକ ଓଡିଶାରେ ଜଳବାୟୁ ପରିବର୍ତନ ପ୍ରଭାବ, ପ୍ରତିକ୍ରିୟା ଏବଂ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ମାନସ ଜେନା ଭାଗଚାଷୀ ଓ ମତ୍ସ୍ୟଜୀବୀ ମାନଙ୍କର ଦୟନୀୟ ଅବସ୍ଥା ଓ ତାହାର କାରଣକୁ ତଥ୍ୟ ମାଧ୍ୟମରେ ଆଲୋଚନା କରିଥିଲେ।

ରେଭେନ୍ସl ବିଶ୍ୱବିଦ୍ୟାଳର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ବିଜୟଲକ୍ଷ୍ମୀ ଦାସ ଓଡ଼ିଆ କବିତା ଓ ଆଧୁନିକ ଓଡ଼ିଆ କବିତା ଓ ପ୍ରବନ୍ଧ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନର ବାର୍ତ୍ତା କେତେ ପ୍ରତିଫଳିତ ହୋଇଛି ତାହା ଉପରେ ଆଲୋଚନା କରିଥିଲେ। ସନ୍ଦୀପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିବା ତୃତୀୟ ଅଧିବେଶନର ପ୍ରସଙ୍ଗ ଥିଲା “ଜଳବାୟୁ ପରିବର୍ତ୍ତନ, ଉପେକ୍ଷିତ ଏବଂ ତୃଣମୂଳ ସ୍ତରରୁ ସ୍ଵର” ଯେଉଁଠି ସାମାଜିକ କର୍ମୀ ନିରାକାର ବେଉରା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା ପଞ୍ଚାୟତ ଏବଂ ଜନଆନ୍ଦୋଳନର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ସଚିକାନ୍ତ ପ୍ରଧାନ ମାନବ ସଭ୍ୟତାର ଭିତ୍ତିଭୂମି ସ୍ଥାପନ କରିଥିବା ନଦୀ ମାନଙ୍କର ସୁରକ୍ଷା ପାଇଁ ଆହ୍ଵାନ ଦେଇଥିଲେ। ଅନ୍ୟତମ ବକ୍ତା ପ୍ରଦ୍ୟୁମ୍ନ ଦାସ ଧାମରା ବନ୍ଦରର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ଶେଷରେ, ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି, ପ୍ରାଧ୍ୟାପକ ବିଜୟ ବହିଦାର,ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ପ୍ରାଧ୍ୟାପିକା ଉଷାରାଣୀ ଆଚାର୍ଯ୍ୟ, ସୁଦର୍ଶନ ଜେନା, ଭାଲଚନ୍ଦ୍ର ଷଡଙ୍ଗୀ, କାଳୀପଦ ପଣ୍ଡା ମଧ୍ୟ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗ ସମ୍ପର୍କରେ ନିଜର ମତାମତ ରଖିବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଏହି ଅଧିବେଶନରେ ଗବେଷଣା ଚକ୍ର ଓ କଣ୍ଟାବାଞ୍ଜି ମହାବିଦ୍ୟାଳୟ ମଧ୍ୟରେ ପରବର୍ତ୍ତୀ କାର୍ଯ୍ୟପନ୍ଥାକୁ ନେଇ ଏକ ବୁଝାମଣା ଚୁକ୍ତି ସ୍ଵାକ୍ଷର ହୋଇଥିଲା।