ବ୍ରହ୍ମପୁରରୁ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ, ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବ୍ରାଉନସୁଗାର କାରବାର। ଦୀର୍ଘ ମାସ ହେଲା ଚଳାଇ ଆସୁଥିଲେ ବେଆଇନ ବ୍ରାଉନ ସୁଗାର ବ୍ୟବସାୟ। ବଡ଼ ବଜାର ଥାନା ପୁଲିସ ସ୍ଥାନୀୟ ଫାଷ୍ଟ ଗେଟ୍ ଶ୍ରୀକ୍ଷେତ୍ର ବିହାର ଛକରେ ତଦାରଖ କରୁଥିବା ବେଳେ ଏକ କାରରୁ ୪୦ଗ୍ରାମ ବ୍ରାଉନ ସୁଗାର ଜବତ କରି ୩ଜଣକୁ ଗିରଫ କରିଛି। ବଡ଼ ବଜାର ଥାନା ପୋଲିସକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ବ୍ରହ୍ମପୁରକୁ କିଛି ଯୁବକ ବ୍ରାଉନସୁଗାର ଚାଲାଣ କରୁଛନ୍ତି। ଏହା ଜାଣିପରି ବଡ଼ ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଚଢ଼ାଉ କରାଯାଇଥିଲା। ଫାଷ୍ଟ ଗେଟ୍ ମୁଖ୍ୟ ରାସ୍ତାରେ ଜଗିରହିଥିଲେ ପୁଲିସ ଟିମ। ସେହି ସମୟରେ ଆସୁଥିବା ଧଳା ରଙ୍ଗର କାରକୁ ତଦାରଖ କରୁଥିବା ସମୟରେ କାର ଭିତରୁ ବ୍ରାଉନ ସୁଗାର ମିଳିଥିଲା। ପୁଲିସ ତିନି ଜଣଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ବେଳେ ସମସ୍ତ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା। ପରେ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା। ଗିରଫ ଯୁବକମାନେ ହେଲେ ହଳଦିଆପଦର ଚନ୍ଦନ ସେଠୀ, କିରଣ କୁମାର ଦଳବେହେରା ଓ ପୋଲସରା ଅଞ୍ଚଳର କାଳୁ ଚରଣ ଭୂୟାଁ। ଗିରଫ ଯୁବକଙ୍କ ନିକଟରୁ କିଛି ମୋବାଇଲ ଓ ଟଙ୍କା ଜବତ କରିଛି ପୁଲିସ। ଉପରୋକ୍ତ ଅଭିଯୁକ୍ତମାନେ ପୋଲସରାରୁ ବ୍ରାଉନସୁଗାର ଆଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ଯୁବପିଢିଙ୍କୁ ବିକ୍ରି କରୁଥିଲେ ବୋଲି ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି।

ବ୍ରହ୍ମପୁରରୁ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ, ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବ୍ରାଉନସୁଗାର କାରବାର। ଦୀର୍ଘ ମାସ ହେଲା ଚଳାଇ ଆସୁଥିଲେ ବେଆଇନ ବ୍ରାଉନ ସୁଗାର ବ୍ୟବସାୟ। ବଡ଼ ବଜାର ଥାନା ପୁଲିସ ସ୍ଥାନୀୟ ଫାଷ୍ଟ ଗେଟ୍ ଶ୍ରୀକ୍ଷେତ୍ର ବିହାର ଛକରେ ତଦାରଖ କରୁଥିବା ବେଳେ ଏକ କାରରୁ ୪୦ଗ୍ରାମ ବ୍ରାଉନ ସୁଗାର ଜବତ କରି ୩ଜଣକୁ ଗିରଫ କରିଛି। ବଡ଼ ବଜାର ଥାନା ପୋଲିସକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ବ୍ରହ୍ମପୁରକୁ କିଛି ଯୁବକ ବ୍ରାଉନସୁଗାର ଚାଲାଣ କରୁଛନ୍ତି। 

ଏହା ଜାଣିପରି ବଡ଼ ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଚଢ଼ାଉ କରାଯାଇଥିଲା। ଫାଷ୍ଟ ଗେଟ୍ ମୁଖ୍ୟ ରାସ୍ତାରେ ଜଗିରହିଥିଲେ ପୁଲିସ ଟିମ। ସେହି ସମୟରେ ଆସୁଥିବା ଧଳା ରଙ୍ଗର କାରକୁ ତଦାରଖ କରୁଥିବା ସମୟରେ କାର ଭିତରୁ ବ୍ରାଉନ ସୁଗାର ମିଳିଥିଲା। ପୁଲିସ ତିନି ଜଣଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ବେଳେ ସମସ୍ତ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା। 

ପରେ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା। ଗିରଫ ଯୁବକମାନେ ହେଲେ ହଳଦିଆପଦର ଚନ୍ଦନ ସେଠୀ, କିରଣ କୁମାର ଦଳବେହେରା ଓ ପୋଲସରା ଅଞ୍ଚଳର କାଳୁ ଚରଣ ଭୂୟାଁ। ଗିରଫ ଯୁବକଙ୍କ ନିକଟରୁ କିଛି ମୋବାଇଲ ଓ ଟଙ୍କା ଜବତ କରିଛି ପୁଲିସ। ଉପରୋକ୍ତ ଅଭିଯୁକ୍ତମାନେ ପୋଲସରାରୁ ବ୍ରାଉନସୁଗାର ଆଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ଯୁବପିଢିଙ୍କୁ ବିକ୍ରି କରୁଥିଲେ ବୋଲି ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି।