ବ୍ରହ୍ମପୁରରେ ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା
ବ୍ରହ୍ମପୁର: ରାତି ପାହିଲେ ଭୋଟ ଗଣତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗର, ଛତ୍ରପୁର ଓ ବ୍ରହ୍ମପୁରର ଦୁଇଟି ସ୍ଥାନରେ ଭୋଟ ଗଣତି ବ୍ୟବସ୍ଥା କରାଯାଇଛି। ଭଞ୍ଜନଗରର କେଏସୟୁବି କଲେଜଠାରେ ଆସିକା, ଭଞ୍ଜନଗର, ସୋରଡ଼ା, ବ୍ରହ୍ମପୁର ଇଞ୍ଜିନିଅରିଂ ସ୍କୁଲ, ବ୍ରହ୍ମପୁର ପଲିଟେକନିକ ସ୍କୁଲ, ଦିଗପହଣ୍ଡି, ଗୋପାଳପୁର, ସାନଖେମୁଣ୍ଡି ଓ ଛତ୍ରପୁର ଅନସ୍ଲୋ ସରକାରୀ ହାଇସ୍କୁଲ, ହିଞ୍ଜିଳି, ଖଲିକୋଟ, ପୋଲସରା, କବିସୂର୍ଯ୍ୟନଗର ବିଧାନସଭା ଆସନର ଭୋଟଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ଥ ଷ୍ଟ୍ରଙ୍ଗ ରୁମ୍ଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ସିସିଟିଭି ଭିଜୁଆଲର କଡା ପ୍ରହରର ନଜରରେ ରଖାଯାଇଛି।
ବ୍ରହ୍ମପୁର: ରାତି ପାହିଲେ ଭୋଟ ଗଣତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗର, ଛତ୍ରପୁର ଓ ବ୍ରହ୍ମପୁରର ଦୁଇଟି ସ୍ଥାନରେ ଭୋଟ ଗଣତି ବ୍ୟବସ୍ଥା କରାଯାଇଛି।

ଭଞ୍ଜନଗରର କେଏସୟୁବି କଲେଜଠାରେ ଆସିକା, ଭଞ୍ଜନଗର, ସୋରଡ଼ା, ବ୍ରହ୍ମପୁର ଇଞ୍ଜିନିଅରିଂ ସ୍କୁଲ, ବ୍ରହ୍ମପୁର ପଲିଟେକନିକ ସ୍କୁଲ, ଦିଗପହଣ୍ଡି, ଗୋପାଳପୁର, ସାନଖେମୁଣ୍ଡି ଓ ଛତ୍ରପୁର ଅନସ୍ଲୋ ସରକାରୀ ହାଇସ୍କୁଲ, ହିଞ୍ଜିଳି, ଖଲିକୋଟ, ପୋଲସରା, କବିସୂର୍ଯ୍ୟନଗର ବିଧାନସଭା ଆସନର ଭୋଟଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ଥ ଷ୍ଟ୍ରଙ୍ଗ ରୁମ୍ଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ସିସିଟିଭି ଭିଜୁଆଲର କଡା ପ୍ରହରର ନଜରରେ ରଖାଯାଇଛି।