ବ୍ରହ୍ମାଣ୍ଡ ତ ମୋଦି ତିଆରି କରିଛନ୍ତି: କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୫: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଶବ୍ଦ ଯୁଦ୍ଧ ଜୋରଦାର ହେଉଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଏଏପି ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ଭାଜପା ନେତାମାନଙ୍କୁ ଅହଂକାରରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିବା ସହ ଅହଂକାରୀ ଭାଜପାକୁ ପରାସ୍ତ କରିବାକୁ ଲୋକଙ୍କୁ […] The post ବ୍ରହ୍ମାଣ୍ଡ ତ ମୋଦି ତିଆରି କରିଛନ୍ତି: କେଜରିଓ୍ବାଲ appeared first on Dharitri Odia News.

ବ୍ରହ୍ମାଣ୍ଡ ତ ମୋଦି ତିଆରି କରିଛନ୍ତି: କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୫: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଶବ୍ଦ ଯୁଦ୍ଧ ଜୋରଦାର ହେଉଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଏଏପି ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ଭାଜପା ନେତାମାନଙ୍କୁ ଅହଂକାରରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିବା ସହ ଅହଂକାରୀ ଭାଜପାକୁ ପରାସ୍ତ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ଫେରୋଜପୁରରେ ବ୍ୟବସାୟୀଙ୍କ ସହ ଏକ ବୈଠକ କରିବା ପରେ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ … … ଭଗବାନ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି, କିନ୍ତୁ ଭାଜପାର ଲୋକମାନେ ବର୍ତ୍ତମାନ ଭାବିବା ଆରମ୍ଭ କରିଛନ୍ତି ଯେ ମୋଦି ଜୀ ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି। ତେଣୁ ଅହଂକାରୀଭାଜପାକୁ ପରାସ୍ତ କରିବା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସେ କହିଛନ୍ତି ଯେ ସ୍ବାଧୀନତା ସଂଗ୍ରାମରେ ପଞ୍ଜାବର ଲୋକମାନେ ସର୍ବାଧିକ ଯୋଗଦାନ ଦେଇଛନ୍ତି। ସେଥିପାଇଁ ଆଜି ମୁଁ ଦେଶକୁ ବଞ୍ଚାଇବା ପାଇଁ ଏକ ନିବେଦନ ସହିତ ଆପଣଙ୍କ ନିକଟକୁ ଆସିଛି। ଏବେ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ର ବିପଦରେ। ଏହାକୁ ବଞ୍ଚାଇବା ପାଇଁ ଆମକୁ ପୁଣି ଆଗକୁ ଆସିବାକୁ ପଡିବ। ଯଦି ଆମେ ଏଥର ନରେନ୍ଦ୍ର ମୋଦିଙ୍କୁ ପରାସ୍ତ ନକରିବା ତେବେ ଗଣତନ୍ତ୍ର ଏବଂ ସମ୍ବିଧାନ ନଷ୍ଟ ହୋଇଯିବ। ତେବେ ଦେଶର ପରିସ୍ଥିତି ପାକିସ୍ତାନ, ବାଂଲାଦେଶ ଏବଂ ରୁଷିଆ ଭଳି ହେବ।

The post ବ୍ରହ୍ମାଣ୍ଡ ତ ମୋଦି ତିଆରି କରିଛନ୍ତି: କେଜରିଓ୍ବାଲ appeared first on Dharitri Odia News.