ବ୍ରାଜିଲିଆନ ଫୁଟ୍ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା
ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍ ଖେଳିଥିବା ବ୍ରାଜିଲିଆନ ଫୁଟ୍ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ ଅବସର ନେବାଲାଗି ଯୋଜନା କରିଛନ୍ତି। ସିଏନ୍ଏନ୍ ବ୍ରାଜିଲକୁ ଏକ ସାକ୍ଷାତ୍କାରରେ କହିଛନ୍ତି, ପ୍ୟାରିସରେ ହେବାକୁଥିବା ଅଲିମ୍ପିକ୍ସରେ ଖେଳିବା ଲାଗି ତାଙ୍କର ଆଶା ରହିଛି। ଜାତୀୟ ଦଳ ତରଫରୁ ଏହା ହେବ ତାଙ୍କର ଅନ୍ତିମ ପ୍ରମୁଖ ଟୁର୍ନାମେଣ୍ଟ। ତେବେ ୨୦୨୫ରେ ସେ ତାଙ୍କ କ୍ଲବ କ୍ୟାରିୟର ଜାରି ରଖିବେ କି ନା […] The post ବ୍ରାଜିଲିଆନ ଫୁଟ୍ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା appeared first on Dharitri Odia News.
ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍ ଖେଳିଥିବା ବ୍ରାଜିଲିଆନ ଫୁଟ୍ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ ଅବସର ନେବାଲାଗି ଯୋଜନା କରିଛନ୍ତି। ସିଏନ୍ଏନ୍ ବ୍ରାଜିଲକୁ ଏକ ସାକ୍ଷାତ୍କାରରେ କହିଛନ୍ତି, ପ୍ୟାରିସରେ ହେବାକୁଥିବା ଅଲିମ୍ପିକ୍ସରେ ଖେଳିବା ଲାଗି ତାଙ୍କର ଆଶା ରହିଛି। ଜାତୀୟ ଦଳ ତରଫରୁ ଏହା ହେବ ତାଙ୍କର ଅନ୍ତିମ ପ୍ରମୁଖ ଟୁର୍ନାମେଣ୍ଟ।
ତେବେ ୨୦୨୫ରେ ସେ ତାଙ୍କ କ୍ଲବ କ୍ୟାରିୟର ଜାରି ରଖିବେ କି ନା ସେ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ମାର୍ଟା କହିଛନ୍ତି ସେ ପ୍ୟାରିସ ଗେମ୍ସ ଖେଳିବାକୁ ଚାହୁଁଛନ୍ତି, ଯାହା ତାଙ୍କର ୬ଷ୍ଠ ଅଲିମ୍ପିକ ହେବ। ତାଙ୍କ ସହାୟତାରେ ବ୍ରାଜିଲ ୨୦୦୪ ଓ ୨୦୦୮ରେ ରୌପ୍ୟ ଜିତିଥିଲା। ମାର୍ଟାଙ୍କ ପ୍ରଭାବୀ ପ୍ରଦର୍ଶନରେ ବ୍ରାଜିଲ ଆହୁରି ମଧ୍ୟ ଦୁଇ ଥର ପାନ୍ ଆମେରିକାନ ଗେମ୍ସ (୨୦୦୩ ଓ ୨୦୦୭) ଏବଂ ୩ଥର କୋପା ଆମେରିକା (୨୦୦୩, ୨୦୧୦ ଓ ୨୦୧୮) ଜିତିଥିଲା।
ସେ ହେଉଛନ୍ତି ବ୍ରାଜିଲର ଅଗ୍ରଣୀ ଗୋଲ ସ୍କୋରର। ୧୭ ଗୋଲ ସହ ସେ ମହିଳା ବିଶ୍ୱକପ୍ର ଟପ୍ ସ୍କୋରର ହେବାର ଗୌରବ ଅର୍ଜନ କରିଛନ୍ତି। ହେଲେ ସେ ଥରେ ହେଲେ ବିଶ୍ୱକପ୍ ଜିତିପାରି ନାହାନ୍ତି। ୨୦୦୭ରେ ଚାଇନାରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ଜର୍ମାନୀଠାରୁ ହାରି ବ୍ରାଜିଲ ରନରଅପ୍ ହୋଇଥିଲା।
The post ବ୍ରାଜିଲିଆନ ଫୁଟ୍ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା appeared first on Dharitri Odia News.