ବ୍ରାହ୍ମଣୀଗାଁ ପୋଲିସକୁ ସଫଳତା, ପାହାଡ ଉପରୁ ଗଞ୍ଜେଇ,ବନ୍ଧୁକ ଜବତ

ଦାରିଙ୍ଗବାଡି ୧୫/୬: ୩ ଦିନ ଧରି ପାଟ୍ରୋଲିଂ କରୁଥିଲା ପୋଲିସ । ମିଳିଲା ଗଞ୍ଜେଇ ଓ ବନ୍ଧୁକ । ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରାମୁଳି ଗ୍ରାମପଞ୍ଚାୟତ ନାଗେଟି ଗାଁ ପାହାଡରୁ ୧୪ଶହ ୩୦ କେଜି ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରେଡ୍‌ କରିଥିଲା ପୋଲିସ । ଗଞ୍ଜେଇର ହବ୍‌ ପାଲଟିଥିଲା ନାଗେଟି ଜଙ୍ଗଲ । ଗଜପତି ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ଏଠାରେ ରଖୁଥିଲେ ବାହାର ରାଜ୍ୟ ବେପାରୀ । ଆଉ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ । କାରବାରରେ ଜଣେ ଦିଲ୍ଲୀ ବ୍ୟବସାୟୀଙ୍କ ହାତ ଥିବା ସୁରାକ ପାଇଛି ପୋଲିସ । ବ୍ରାହ୍ମଣୀଗାଁ ଥାନା ପକ୍ଷରୁ କେସ ନଂ ୭୧/୨୪ ରୁଜୁ କରା ଯାଇଛି।