ବ୍ରାହ୍ମଣୀଗାଁରେ ନେଟୱର୍କ ଅଚଳ, ଲୋକେ ହନ୍ତସନ୍ତ

ଦାରିଙ୍ଗବାଡ଼ି /ବ୍ରାହ୍ମଣୀଗାଁ,୨୮/୧୨(ଅରୁଣ ସାହୁ /ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବ୍ରାହ୍ମଣୀଗାଁରେ ନେଟୱାର୍କ ଅଚଳ ପାଇଁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସରକାର ଏବେ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ଅନୁଦାନ ପ୍ରଦାନ କରୁଥିବା ବେଳେ ଏଥିପାଇଁ ବ୍ୟାଙ୍କରେ ଇ-କେୱାଇସି କରିବାକୁ ପଡ଼ୁଛି। ସେହିପରି ସାଧାରଣ ବଣ୍ଟନ ଚାଉଳ ମିଳୁଥିବା ହିତାଧିକାରୀ ଇ- କେୱାଇସି କରିବା ବାଧ୍ୟତାମୂଳକ ଓ ଏହା ସମୟସୀମା ମଧ୍ୟରେ ସାରିବାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ବ୍ରାହ୍ମଣୀଗାଁରେ […] The post ବ୍ରାହ୍ମଣୀଗାଁରେ ନେଟୱର୍କ ଅଚଳ, ଲୋକେ ହନ୍ତସନ୍ତ appeared first on Dharitri Odia News.

ବ୍ରାହ୍ମଣୀଗାଁରେ ନେଟୱର୍କ ଅଚଳ, ଲୋକେ ହନ୍ତସନ୍ତ

ଦାରିଙ୍ଗବାଡ଼ି /ବ୍ରାହ୍ମଣୀଗାଁ,୨୮/୧୨(ଅରୁଣ ସାହୁ /ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବ୍ରାହ୍ମଣୀଗାଁରେ ନେଟୱାର୍କ ଅଚଳ ପାଇଁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସରକାର ଏବେ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ଅନୁଦାନ ପ୍ରଦାନ କରୁଥିବା ବେଳେ ଏଥିପାଇଁ ବ୍ୟାଙ୍କରେ ଇ-କେୱାଇସି କରିବାକୁ ପଡ଼ୁଛି। ସେହିପରି ସାଧାରଣ ବଣ୍ଟନ ଚାଉଳ ମିଳୁଥିବା ହିତାଧିକାରୀ ଇ- କେୱାଇସି କରିବା ବାଧ୍ୟତାମୂଳକ ଓ ଏହା ସମୟସୀମା ମଧ୍ୟରେ ସାରିବାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ବ୍ରାହ୍ମଣୀଗାଁରେ ଏକମାତ୍ର ନେଟୱାର୍କ ବିଏସ୍‌ଏନ୍‌ଏଲ ରହିଥିବା ବେଳେ ତାହା ବାରମ୍ବାର ଅଚଳ ହେବା ସହ ବହୁ ସମୟରେ ଏହା ଲୋକଙ୍କ କାର୍ଯ୍ୟରେ ଲାଗୁନାହିଁ। ଫଳରେ ଅଞ୍ଚଳରେ ଘରୋଇ କିମ୍ବା ଅନ୍ୟ ନେଟୱାର୍କର ବିକଳ୍ପ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଦାରିଙ୍ଗବାଡ଼ି ବ୍ଲକ ହେଡକ୍ୱାଟର ଠାରୁ ବ୍ରାହ୍ମଣୀଗାଁ ସମେତ ୮ ପଞ୍ଚାୟତବାସୀ ବ୍ରାହ୍ମଣୀଗାଁ ଆସି ବ୍ୟାଙ୍କ, ଲ୍ୟାମ୍ପସକୁ ଇ-କେୱାଇସି କରିବାକୁ ଆସି ନିରାଶ ହୋଇ ଘରକୁ ଫେରିବା ସହ କୌଣସି କାର୍ଯ୍ୟ ସୁବିଧାରେ ହେଉନଥିବାରୁ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେବା ସମ୍ଭାବନା ରହିଥିବା ନେଇ ଲୋକଙ୍କ ଚିନ୍ତା ବଢ଼ିଛି। ଗୋଟିଏ ପଟେ ଫିଙ୍ଗରପ୍ରିଣ୍ଟ ଦେଇ ଚାଉଳ ପାଇବାକୁ ରହିଥିବା ବେଳେ ହିତାଧିକାରୀ ନିଜ ଇ-କେୱାଇସି ସମ୍ପୂର୍ଣ୍ଣ ନ କରିପାରି ଚିନ୍ତାରେ ପଡିଛନ୍ତି। ବ୍ରାହ୍ମଣୀଗାଁ ସ୍ଥିତ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ଅଫିସ ସମ୍ମୁଖରେ ଇ-କେୱାଇସି କରିବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ୭୫ ପ୍ରତିଶତ ଲୋକ ଏବେ ବି ସେବାରୁ ବଞ୍ଚିତ ଅଛନ୍ତି।

The post ବ୍ରାହ୍ମଣୀଗାଁରେ ନେଟୱର୍କ ଅଚଳ, ଲୋକେ ହନ୍ତସନ୍ତ appeared first on Dharitri Odia News.