କୋଚ୍‌ଙ୍କୁ କ୍ଷୀରରେ ଗାଧୋଇଦେଲେ ଟିମ୍‌ ଇଣ୍ଡିଆ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧୦: ଟିମ୍‌ ଇଣ୍ଡିଆର ଆସିଷ୍ଟାଣ୍ଟ କୋଚ୍‌ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବନ୍ଧୁ ଅଭିଷେକ ନାୟର ଅକ୍ଟୋବର ୮ରେ ୪୧ତମ ଜନ୍ମଦିନ ପାଳନ କରିଥିଲେ। ବାଲାଂଦେଶ ବିପକ୍ଷରେ ଟି୨୦ ସିରିଜ ଖେଳୁଥିବା ଭାରତୀୟ ଟିମ୍‌ର ସମସ୍ତ ଖେଳାଳି ଏହି ଖାସ୍‌ ଦିନକୁ ଜବରଦସ୍ତ ଢ଼ଙ୍ଗରେ ସେଲିବ୍ରେଟ୍‌ କରିଥିଲେ। ଡ୍ରେସିଂ ରୁମ୍‌ରେ ଖେଳାଳିମାନେ ତାଙ୍କ ସହ ମଜା କରିଥିଲେ। ବିଶେଷକରି ରିଙ୍କୁ ସିଂହ ଏବଂ ହର୍ଷିତ ରାଣା ଅଭିଷେକଙ୍କୁ କ୍ଷୀରରେ ଗାଧୋଇ ଦେଇଥିଲେ। ପରେ ରିଙ୍କୁ ଫଟୋ ପୋଷ୍ଟ […] The post କୋଚ୍‌ଙ୍କୁ କ୍ଷୀରରେ ଗାଧୋଇଦେଲେ ଟିମ୍‌ ଇଣ୍ଡିଆ ଖେଳାଳି, କାରଣ ଜାଣିଲେ… appeared first on Dharitri Odia News.

କୋଚ୍‌ଙ୍କୁ କ୍ଷୀରରେ ଗାଧୋଇଦେଲେ ଟିମ୍‌ ଇଣ୍ଡିଆ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧୦: ଟିମ୍‌ ଇଣ୍ଡିଆର ଆସିଷ୍ଟାଣ୍ଟ କୋଚ୍‌ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବନ୍ଧୁ ଅଭିଷେକ ନାୟର ଅକ୍ଟୋବର ୮ରେ ୪୧ତମ ଜନ୍ମଦିନ ପାଳନ କରିଥିଲେ। ବାଲାଂଦେଶ ବିପକ୍ଷରେ ଟି୨୦ ସିରିଜ ଖେଳୁଥିବା ଭାରତୀୟ ଟିମ୍‌ର ସମସ୍ତ ଖେଳାଳି ଏହି ଖାସ୍‌ ଦିନକୁ ଜବରଦସ୍ତ ଢ଼ଙ୍ଗରେ ସେଲିବ୍ରେଟ୍‌ କରିଥିଲେ। ଡ୍ରେସିଂ ରୁମ୍‌ରେ ଖେଳାଳିମାନେ ତାଙ୍କ ସହ ମଜା କରିଥିଲେ। ବିଶେଷକରି ରିଙ୍କୁ ସିଂହ ଏବଂ ହର୍ଷିତ ରାଣା ଅଭିଷେକଙ୍କୁ କ୍ଷୀରରେ ଗାଧୋଇ ଦେଇଥିଲେ। ପରେ ରିଙ୍କୁ ଫଟୋ ପୋଷ୍ଟ କରି କୋଚ୍‌ଙ୍କୁ ବଧେଇ ଜଣାଇଥିଲେ।

ତେବେ ଅଭିଷେକ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ। ହେଲେ ତାଙ୍କ କ୍ୟାରିୟର ଟିମ୍‌ ଇଣ୍ଡିଆ ଲାଗି ସେତେଟା ଭଲ ନ ତିଲେ। ହେଲେ କୋଚିଂରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଯାହା ଫଳରେ ଘରୋଇ କ୍ରିକେଟରଙ୍କ ସହ ଟିମ୍‌ ଇଣ୍ଡିଆ ଖେଳାଳି ତାଙ୍କୁ ବହୁତ ପସନ୍ଦ କରନ୍ତି। ଏଣୁ ଜନ୍ମଦିନ ଅବସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନେକ ଯୁବ ଘରୋଇ କ୍ରିକେଟର ତାଙ୍କୁ ସ୍ନେହରେ ‘ଭାଇ’ ବୋଲି ଡାକି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Abhishek Nayar Birthday

ରୋହିତ ୨୦୦୭ରେ ଦିନିକିଆ ଏବଂ ଟି୨୦ ଡେବ୍ୟୁ କରିଥିଲେ। ୨୦୦୭ରେ ସେ ଟି୨୦ ବିଶ୍ୱକପ୍‌ ଜିତିଥିବା ଟିମ୍‌ ଇଣ୍ଡିଆର ଅଂଶ ଥିଲେ। ହେଲେ ରୋହିତ ନିଜର ପାରଦର୍ଶିତାକୁ ଦେଖାଇ ନ ପାରିବାରୁ ୨୦୧୧ ବିଶ୍ୱକପ୍‌ରେ ତାଙ୍କୁ ସାମିଲ କରାଯାଇ ନ ଥିଲା। ଫଳରେ ସେ ନିରାଶ ହୋଇଥିଲେ। ପରେ ଅଭିଷେକ ତାଙ୍କୁ ଟ୍ରେନ୍‌ କରିଥିଲେ।

The post କୋଚ୍‌ଙ୍କୁ କ୍ଷୀରରେ ଗାଧୋଇଦେଲେ ଟିମ୍‌ ଇଣ୍ଡିଆ ଖେଳାଳି, କାରଣ ଜାଣିଲେ… appeared first on Dharitri Odia News.