ବ୍ରିଜ ତଳକୁ ଖସିଲା ବସ୍ : ଜଣେ ମୃତ, ୩୦ ଆହତ
ନୟାଗଡ଼ ୧୦।୦୧ : ନୟାଗଡ଼ ଗୋପାଳପୁର ନିକଟରେ ଦୁର୍ଘଟଣା । ବ୍ରିଜ୍ ତଳକୁ ଖସିଲା ବସ୍ । ଯେଉଁଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ରଣପୁର ଏବଂ ଚାନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ଗୁରୁବାର ରାତିରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗୁଣ୍ଠୁଣି ଗାଁରୁ ଏକ ବସ୍ ଯୋଗେ ୪୦ରୁ ଅଧିକ ଯାତ୍ରୀ କାଳିଜାଇ ଏବଂ ତାରାତାରିଣୀ ପୀଠକୁ ବୁଲିବାକୁ ବାହାରିଥିଲେ । ରାତି ପ୍ରାୟ ୨ଟା ସମୟରେ ଗୋପାଳପୁର ଖଣ୍ଡିସି ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିଲା । ଯେଉଁଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ରଣପୁର ଏବଂ ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ନୟାଗଡ଼ ୧୦।୦୧ : ନୟାଗଡ଼ ଗୋପାଳପୁର ନିକଟରେ ଦୁର୍ଘଟଣା । ବ୍ରିଜ୍ ତଳକୁ ଖସିଲା ବସ୍ । ଯେଉଁଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ରଣପୁର ଏବଂ ଚାନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଗୁରୁବାର ରାତିରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗୁଣ୍ଠୁଣି ଗାଁରୁ ଏକ ବସ୍ ଯୋଗେ ୪୦ରୁ ଅଧିକ ଯାତ୍ରୀ କାଳିଜାଇ ଏବଂ ତାରାତାରିଣୀ ପୀଠକୁ ବୁଲିବାକୁ ବାହାରିଥିଲେ । ରାତି ପ୍ରାୟ ୨ଟା ସମୟରେ ଗୋପାଳପୁର ଖଣ୍ଡିସି ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିଲା । ଯେଉଁଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ରଣପୁର ଏବଂ ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।