ଆଉ ଏକ ଆତ୍ମହତ୍ୟା, କାଠଯୋଡ଼ି ବ୍ରିଜରୁ ଡେଇଁ ପଡ଼ିଲେ ସ୍ବାମୀ-ସ୍ତ୍ରୀ

କଟକ: ଆଉ ଏକ ଆତ୍ମହତ୍ୟା। କଟକ କାଠଯୋଡ଼ି ବ୍ରିଜରୁ ଡେଇଁପଡ଼ିଲେ ସ୍ବାମୀ-ସ୍ତ୍ରୀ । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବେଳେ, ବାରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ସେପେଟ ଏମାନେ ଡେଇଁଥିବା ସ୍ଥାନରୁ ମିଳିଛି ଆଧାରକାର୍ଡ। ଯେଉଁଥିରୁ ଜଣାପଡ଼ିଛି ଯେ,  ନଦୀକୁ ଡେଇଁଥିବା ବ୍ୟକ୍ତି ହେଉଛନ୍ତି ବାଙ୍କୀ ଅଞ୍ଚଳର ପ୍ରଦ୍ୟୁମ୍ନ ଲେଙ୍କା ଓ ବର୍ଷା ଲେଙ୍କା। ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଗତ ଶୁକ୍ରବାର ମଧ୍ୟ ସୁଭାଷ ସେତୁ ଉପରୁ ଜଣେ ବ୍ୟକ୍ତି ଡେଇଁ ପଡ଼ିଥିଲେ। 

ଆଉ ଏକ ଆତ୍ମହତ୍ୟା, କାଠଯୋଡ଼ି ବ୍ରିଜରୁ ଡେଇଁ ପଡ଼ିଲେ ସ୍ବାମୀ-ସ୍ତ୍ରୀ

କଟକ: ଆଉ ଏକ ଆତ୍ମହତ୍ୟା। କଟକ କାଠଯୋଡ଼ି ବ୍ରିଜରୁ ଡେଇଁପଡ଼ିଲେ ସ୍ବାମୀ-ସ୍ତ୍ରୀ । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବେଳେ, ବାରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। 

ସେପେଟ ଏମାନେ ଡେଇଁଥିବା ସ୍ଥାନରୁ ମିଳିଛି ଆଧାରକାର୍ଡ। ଯେଉଁଥିରୁ ଜଣାପଡ଼ିଛି ଯେ,  ନଦୀକୁ ଡେଇଁଥିବା ବ୍ୟକ୍ତି ହେଉଛନ୍ତି ବାଙ୍କୀ ଅଞ୍ଚଳର ପ୍ରଦ୍ୟୁମ୍ନ ଲେଙ୍କା ଓ ବର୍ଷା ଲେଙ୍କା। ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଗତ ଶୁକ୍ରବାର ମଧ୍ୟ ସୁଭାଷ ସେତୁ ଉପରୁ ଜଣେ ବ୍ୟକ୍ତି ଡେଇଁ ପଡ଼ିଥିଲେ।