ବ୍ରିଜ ନେଲା ଜୀବନ, ବାଇକ ଆରୋହୀ ମୃତ

କାମାକ୍ଷାନଗର : ମକର ସଂକ୍ରାନ୍ତିରେ ଅଘଟଣ I ମହୁଲପାଳ ରାମିଆଳ ବ୍ରିଜ ଉପରୁ ତଳକୁ ଏକ ବାଇକ୍ ଖସିପଡ଼ିବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଲୁଅଝରଣ ଗ୍ରାମର ଦିପୁ ପ୍ରଧାନ। ତାଙ୍କ ବାପାଙ୍କ ନାଁ ଦୁର୍ଯ୍ୟୋଧନ ପ୍ରଧାନ I ଦିପୁ ଆଜି ସକାଳେ ବାଇକ ନେଇ କୌଣସି ଏକ କାମରେ କାମାକ୍ଷାନଗର ଯାଇଥିଲେ ଇ ସେଠାରୁ କାମସାରି ନିଜ ଗାଁ ଆଲୁଅଝରଣକୁ ଫେରୁଥିବାବେଳେ,ଭାରସାମ୍ୟ ହରାଇ ରାମିଆଳ ବ୍ରିଜ ଉପରୁ ତଳକୁ ଖସିପଡି ଗୁରୁତର ହୋଇଥିଲେ […]

ବ୍ରିଜ ନେଲା ଜୀବନ, ବାଇକ ଆରୋହୀ ମୃତ
ବ୍ରିଜ ନେଲା ଜୀବନ, ବାଇକ ଆରୋହୀ ମୃତ

କାମାକ୍ଷାନଗର : ମକର ସଂକ୍ରାନ୍ତିରେ ଅଘଟଣ I ମହୁଲପାଳ ରାମିଆଳ ବ୍ରିଜ ଉପରୁ ତଳକୁ ଏକ ବାଇକ୍ ଖସିପଡ଼ିବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଲୁଅଝରଣ ଗ୍ରାମର ଦିପୁ ପ୍ରଧାନ। ତାଙ୍କ ବାପାଙ୍କ ନାଁ ଦୁର୍ଯ୍ୟୋଧନ ପ୍ରଧାନ I ଦିପୁ ଆଜି ସକାଳେ ବାଇକ ନେଇ କୌଣସି ଏକ କାମରେ କାମାକ୍ଷାନଗର ଯାଇଥିଲେ ଇ ସେଠାରୁ କାମସାରି ନିଜ ଗାଁ ଆଲୁଅଝରଣକୁ ଫେରୁଥିବାବେଳେ,ଭାରସାମ୍ୟ ହରାଇ ରାମିଆଳ ବ୍ରିଜ ଉପରୁ ତଳକୁ ଖସିପଡି ଗୁରୁତର ହୋଇଥିଲେ I ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପେୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଦିପୁଙ୍କ ଅକାଳ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I