ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା!

ନୂଆଦିଲ୍ଲୀ,୨।୫: ଉତ୍ତର ପ୍ରଦେଶର ଏକ ଉଚ୍ଚ ପ୍ରୋଫାଇଲ ଆସନ ମଧ୍ୟରୁ ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀଙ୍କ ଉପରେ ସସପେନ୍ସ ଶେଷ ହେବା ପରି ମନେ ହେଉଛି। ସୂଚନା ଅନୁଯାୟୀ, ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗରେ ବିବାଦରେ ରହିଥିବା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ଟିକେଟ କାଟି ଦେଇଛି ଭାଜପା। ତାଙ୍କ ସ୍ଥାନରେ ତାଙ୍କ ସାନ ପୁଅ କରଣ ଭୂଷଣ ସିଂଙ୍କୁ ଟିକେଟ ଦିଆଯାଇଛି। ଯଦିଓ ଏହା ଆନୁଷ୍ଠାନିକ ଭାବେ ଭାଜପା […] The post ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା! appeared first on Dharitri Odia News.

ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା!

ନୂଆଦିଲ୍ଲୀ,୨।୫: ଉତ୍ତର ପ୍ରଦେଶର ଏକ ଉଚ୍ଚ ପ୍ରୋଫାଇଲ ଆସନ ମଧ୍ୟରୁ ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀଙ୍କ ଉପରେ ସସପେନ୍ସ ଶେଷ ହେବା ପରି ମନେ ହେଉଛି। ସୂଚନା ଅନୁଯାୟୀ, ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗରେ ବିବାଦରେ ରହିଥିବା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ଟିକେଟ କାଟି ଦେଇଛି ଭାଜପା। ତାଙ୍କ ସ୍ଥାନରେ ତାଙ୍କ ସାନ ପୁଅ କରଣ ଭୂଷଣ ସିଂଙ୍କୁ ଟିକେଟ ଦିଆଯାଇଛି। ଯଦିଓ ଏହା ଆନୁଷ୍ଠାନିକ ଭାବେ ଭାଜପା ଘୋଷଣା କରିନାହିଁ, କିନ୍ତୁ କରଣ ଟିକେଟ ପାଇବେ ବୋଲି ବ୍ରିଜ ଭୂଷଣ ଶରଣ ସିଂ ତାଙ୍କ ସମର୍ଥକଙ୍କୁ କହିଛନ୍ତି। କରଣ ଭୂଷଣ ସିଂ ୩ ମେ’ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ।
ସୋସିଆଲ ମିଡିଆରେ ସମର୍ଥକମାନେ ମଧ୍ୟ କହିଛନ୍ତି ଯେ କରଣ ଭୂଷଣ ଟିକେଟ ପାଇବେ। ଏହି ସମୟରେ କରଣ ଭୂଷଣ ସିଂ ତାଙ୍କ ପିତାଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଥିଲେ। ଏହା ପରେ ବ୍ରିଜ ଭୂଷଣ ତାଙ୍କ ସମର୍ଥକଙ୍କୁ କରଣଙ୍କ ଅଭିଯାନରେ ସାମିଲ ହେବାକୁ କହିଛନ୍ତି। କୁହାଯାଉଛି ଯେ ଦଳ ଗୁରୁବାର ରାଏବରେଲି ଏବଂ କେସରଗଞ୍ଜ ଆସନରୁ ପ୍ରାର୍ଥୀ ଘୋଷଣା କରିପାରନ୍ତି।

ୟୁପି ରେସଲିଂ ଆସୋସିଏସନର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ସାନପୁଅ କରଣ ଭୂଷଣ ସିଂ। ଏହା ବ୍ୟତୀତ କରଣ ମଧ୍ୟ ଜାତୀୟ ସ୍ତରର ସୁଟର। ସେ ଅଷ୍ଟ୍ରେଲିଆରୁ ବିଜନେସ ମ୍ୟାନେଜମେଣ୍ଟ ଉପରେ ଅଧ୍ୟୟନ କରିଛନ୍ତି। କରଣଙ୍କ ବଡ ଭାଇ ପ୍ରତୀକ ଭୂଷଣ ସିଂ ବର୍ତ୍ତମାନ ଜଣେ ବିଧାୟକ। ସୂଚନାଯୋଗ୍ୟ ଯେ କେସରଗଞ୍ଜ ଆସନରୁ ବ୍ରିଜଭୂଷଣ ଶରଣ ସିଂ ତିନିଥର ଏମପି ଅଟନ୍ତି।

The post ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା! appeared first on Dharitri Odia News.