ଆହୁରି ୩ ଦିନ ବର୍ଷା:  ପ୍ରବଳ ବର୍ଷିବ 

ଆହୁରି ୩ ଦିନ ବର୍ଷା:  ପ୍ରବଳ ବର୍ଷିବ ଭୁବନେଶ୍ୱର,୬।୮: ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆହୁରି ୩ ଦିନ ବର୍ଷିବ। କଟକ ଭୁବନେଶ୍ୱରରେ ସକାଳୁ  ବର୍ଷା ହେଉଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ଏସବୁ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି। […] The post ଆହୁରି ୩ ଦିନ ବର୍ଷା:  ପ୍ରବଳ ବର୍ଷିବ  appeared first on Dharitri Odia News.

ଆହୁରି ୩ ଦିନ ବର୍ଷା:  ପ୍ରବଳ ବର୍ଷିବ 
ଆହୁରି ୩ ଦିନ ବର୍ଷା:  ପ୍ରବଳ ବର୍ଷିବ
ଭୁବନେଶ୍ୱର,୬।୮: ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆହୁରି ୩ ଦିନ ବର୍ଷିବ। କଟକ ଭୁବନେଶ୍ୱରରେ ସକାଳୁ  ବର୍ଷା ହେଉଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି।
ଏସବୁ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ବୁଧବାର ଯାଏ ମଧ୍ୟ  ପ୍ରଭାବ ଜାରି ରହିବ । ବୁଧବାର ୧୯ ଜିଲାକୁ ପାଣିପାଗ ବିଭାଗ  ୟେଲୋ ୱାନିଂ ଦେଇଛି।
ଏଥିରୁ ୪ ଜିଲା ସୁନ୍ଦରଗଡ଼ ଝାରସୁଗୁଡ଼ା ସମ୍ବଲପୁର, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ଏସବୁ ଜିଲାର କିଛି ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି। ୮ ତାରିଖରୁ ପରିମାଣ କମିବ । ଚଳିତ ମୌସୁମୀ ସିଜିନରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ତୁଳନାରେ ୧୧ ପ୍ରତିଶତ କମ ବୃଷ୍ଟିପାତ ହୋଇଛି।

The post ଆହୁରି ୩ ଦିନ ବର୍ଷା:  ପ୍ରବଳ ବର୍ଷିବ  appeared first on Dharitri Odia News.