ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଜଗତସିଂହପୁର ୧୧।୭: ବ୍ରିଜ୍ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ । ଜଗତସିଂହପୁର ତିର୍ତ୍ତୋଲ ନିକଟରେ ବ୍ରିଜ୍ ଉପରୁ ଡେଇଁଲେ ଯୁବତୀ ।ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିକଟରେ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ ହୋଇଛନ୍ତି । ନିଖୋଜ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ  ତିର୍ତ୍ତୋଲ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବୋଟ୍ ଅଚଳ ହେବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯୁବତୀ ଜଣକ କିଏ ଓ ସେ ନଦୀକୁ କାହିଁକି ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି । ସେପଟେ ନଦୀର କିଛି ଦୂରରେ ସ୍ଥାନୀୟ ଗୋପିଆକୁଦ  ଅଞ୍ଚଳର ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହେଲେ ଉଭୟ ଘଟଣାର କିଛି ସମ୍ପର୍କ ରହିଛି କି ନାହିଁ ତାହା ଜଣା ପଡ଼ିନାହିଁ ।You Can Read:ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା : ୨ ଗୁରୁତର, ୨ ଆହତ

ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଜଗତସିଂହପୁର ୧୧।୭: ବ୍ରିଜ୍ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ । ଜଗତସିଂହପୁର ତିର୍ତ୍ତୋଲ ନିକଟରେ ବ୍ରିଜ୍ ଉପରୁ ଡେଇଁଲେ ଯୁବତୀ ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିକଟରେ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ ହୋଇଛନ୍ତି । ନିଖୋଜ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ  ତିର୍ତ୍ତୋଲ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବୋଟ୍ ଅଚଳ ହେବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯୁବତୀ ଜଣକ କିଏ ଓ ସେ ନଦୀକୁ କାହିଁକି ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି । 

ସେପଟେ ନଦୀର କିଛି ଦୂରରେ ସ୍ଥାନୀୟ ଗୋପିଆକୁଦ  ଅଞ୍ଚଳର ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହେଲେ ଉଭୟ ଘଟଣାର କିଛି ସମ୍ପର୍କ ରହିଛି କି ନାହିଁ ତାହା ଜଣା ପଡ଼ିନାହିଁ ।

You Can Read:

ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା : ୨ ଗୁରୁତର, ୨ ଆହତ