ଜେଟ୍ ଏୟାରୱେଜ୍ ସଂସ୍ଥାପକ ନରେଶ ଗୋୟଲଙ୍କ ପତ୍ନୀ ଅନିତା ଗୋୟଲଙ୍କ ପରଲୋକ, କର୍କଟ ରୋଗରେ ଥିଲେ ପୀଡ଼ିତ

ମୁମ୍ବାଇ ୧୬।୫: ଜେଟ୍ ଏୟାରୱେଜ ସଂସ୍ଥାପକ ନରେଶ ଗୋୟଲଙ୍କ ପତ୍ନୀ ଅନିତା ଗୋୟଲଙ୍କ ଗୁରୁବାର ପରଲୋକ ହୋଇଛି। ସେ ଦୀର୍ଘ ସମୟରୁ କର୍କଟ ରୋଗରେ ପୀଡ଼ିତ ଥିଲେ। ଶେଷ ସମୟରେ ତାଙ୍କ ସ୍ୱାମୀ ନରେଶ ଗୋୟଲ ତାଙ୍କ ସହ ଥିଲେ। ଉଲ୍ଲେଖଯୋଗ୍ୟ ଯେ ମନିଲଣ୍ଡ୍ରିଂ କେସରେ ଗିରଫ ହୋଇ ଜେଲରେ ଥିବା ନରେଶ ଗୋୟଲଙ୍କୁ ଗତ ଦିନରେ ତାଙ୍କ ପତ୍ନୀଙ୍କ ସହ ରହିବା ପାଇଁ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଅନିତା ଗୋୟଲଙ୍କ ପରଲୋକ ଦକ୍ଷିଣ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ହୋଇଛି। ଗୋୟଲ ପରିବାରରେ ଅନିତା ଗୋୟଲଙ୍କ ପରେ ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ ନମ୍ରତା ଓ ନିବାନ ଗୋୟଲ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେ ମାସ ଆରମ୍ଭରେ ନିଜ ପତ୍ନୀଙ୍କ ସହ  ରହିବା ପାଇଁ ଡାକ୍ତରୀ ଓ ମାନବୀୟ ଆଧାରରେ ନରେଶ ଗୋୟଲ ବମ୍ବେ ହାଇକୋର୍ଟଙ୍କୁ ଅନ୍ତରୀଣ ଜାମିନ ନିବେଦନ କରିଥିଲେ। କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନରେଶ ଓ ଅନିତା ଗୋୟଲଙ୍କ ଦକ୍ଷିଣ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିଲା। ଅନିତା ଗୋୟଲ ମଧ୍ୟ ଜେଟ୍ ଏୟାରୱେଜ୍ ସଞ୍ଚାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ। ସେ ଏୟାରଲାଇନ୍ସରେ କାର୍ଯ୍ୟକାରୀ ଉପାଧ୍ୟକ୍ଷା ଥିଲେ। ତେବେ ୨୦୧୫ ମସିହା ପରଠାରୁ ସେ ଅଣକାର୍ଯ୍ୟକାରୀ ଉପାଧ୍ୟକ୍ଷା ରୂପେ ନିର୍ଦ୍ଦେଶକମଣ୍ଡଳିରେ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ ଯେ ୭୪ ବର୍ଷ ବୟଷ୍କ ବ୍ୟବସାୟୀ ନରେଶ ଗୋୟଲ ସେପ୍ଟେମ୍ବର ୨୦୨

ଜେଟ୍ ଏୟାରୱେଜ୍ ସଂସ୍ଥାପକ ନରେଶ ଗୋୟଲଙ୍କ ପତ୍ନୀ ଅନିତା ଗୋୟଲଙ୍କ ପରଲୋକ, କର୍କଟ ରୋଗରେ ଥିଲେ ପୀଡ଼ିତ

ମୁମ୍ବାଇ ୧୬।୫: ଜେଟ୍ ଏୟାରୱେଜ ସଂସ୍ଥାପକ ନରେଶ ଗୋୟଲଙ୍କ ପତ୍ନୀ ଅନିତା ଗୋୟଲଙ୍କ ଗୁରୁବାର ପରଲୋକ ହୋଇଛି। ସେ ଦୀର୍ଘ ସମୟରୁ କର୍କଟ ରୋଗରେ ପୀଡ଼ିତ ଥିଲେ। ଶେଷ ସମୟରେ ତାଙ୍କ ସ୍ୱାମୀ ନରେଶ ଗୋୟଲ ତାଙ୍କ ସହ ଥିଲେ। ଉଲ୍ଲେଖଯୋଗ୍ୟ ଯେ ମନିଲଣ୍ଡ୍ରିଂ କେସରେ ଗିରଫ ହୋଇ ଜେଲରେ ଥିବା ନରେଶ ଗୋୟଲଙ୍କୁ ଗତ ଦିନରେ ତାଙ୍କ ପତ୍ନୀଙ୍କ ସହ ରହିବା ପାଇଁ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। 

ଅନିତା ଗୋୟଲଙ୍କ ପରଲୋକ ଦକ୍ଷିଣ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ହୋଇଛି। ଗୋୟଲ ପରିବାରରେ ଅନିତା ଗୋୟଲଙ୍କ ପରେ ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ ନମ୍ରତା ଓ ନିବାନ ଗୋୟଲ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେ ମାସ ଆରମ୍ଭରେ ନିଜ ପତ୍ନୀଙ୍କ ସହ  ରହିବା ପାଇଁ ଡାକ୍ତରୀ ଓ ମାନବୀୟ ଆଧାରରେ ନରେଶ ଗୋୟଲ ବମ୍ବେ ହାଇକୋର୍ଟଙ୍କୁ ଅନ୍ତରୀଣ ଜାମିନ ନିବେଦନ କରିଥିଲେ। କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। 

ନରେଶ ଓ ଅନିତା ଗୋୟଲଙ୍କ ଦକ୍ଷିଣ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିଲା। ଅନିତା ଗୋୟଲ ମଧ୍ୟ ଜେଟ୍ ଏୟାରୱେଜ୍ ସଞ୍ଚାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ। ସେ ଏୟାରଲାଇନ୍ସରେ କାର୍ଯ୍ୟକାରୀ ଉପାଧ୍ୟକ୍ଷା ଥିଲେ। ତେବେ ୨୦୧୫ ମସିହା ପରଠାରୁ ସେ ଅଣକାର୍ଯ୍ୟକାରୀ ଉପାଧ୍ୟକ୍ଷା ରୂପେ ନିର୍ଦ୍ଦେଶକମଣ୍ଡଳିରେ ସାମିଲ ଥିଲେ। 

ଉଲ୍ଲେଖଯୋଗ୍ୟ ଯେ ୭୪ ବର୍ଷ ବୟଷ୍କ ବ୍ୟବସାୟୀ ନରେଶ ଗୋୟଲ ସେପ୍ଟେମ୍ବର ୨୦୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ତାଙ୍କୁ ମନିଲଣ୍ଡ୍ରିଂ ଅଭିଯୋଗରେ ଇଡି ଗିରଫ କରାଯାଇଥିଲା। ଏହା ଛଡା ଜେଟ୍ ଏୟାରୱେଜକୁ ବ୍ୟାଙ୍କ ମଞ୍ଜୁର କରିଥିବା ୫୩୮.୬୨ କୋଟି ଟଙ୍କା ଋଣ ହେରଫେର ନେଇ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ରହିଛି।