ବ୍ରିଟିଶ ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ ହସିନାଙ୍କ ଝିଆରୀ ଟୁଲିପ ସିଦ୍ଦିକୀ
ନୂଆଦିଲ୍ଲୀ: ବାରମ୍ବାର ଦାବି ହେବା ପରେ ବ୍ରିଟିସ ସରକାରରୁ ଇସ୍ତଫା ଦେଲେ ଟୁଲିପ ସିଦ୍ଦିକୀ। ଟୁଲିପ ବ୍ରିଟିସ ସରକାରରେ ଦୁର୍ନୀତି ନିବାରଣ ମନ୍ତ୍ରୀ ଥିଲେ। ବିତାଡ଼ିତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ମାଉସୀ ହୋଇଥିବାରୁ ତାଙ୍କର ମନ୍ତ୍ରୀ ପଦକୁ ନେଇ ବିବାଦ ଲାଗି ରହିଥିଲା। ହେଲେ ଗତକାଲି (୧୪ ଜାନୁଆରୀ ୨୦୨୫) ସେ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ କିଏର ଷ୍ଟାରମରଙ୍କୁ ଶକ୍ତ ଝଟ୍କା ଲାଗିଛି। ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ମୋର ପାରିବାରିକ ସମ୍ପର୍କ ସାର୍ବଜନୀନ ରେକର୍ଡରରେ ରହିଛି। ମୁଁ ମନ୍ତ୍ରୀ ହେବା ପରେ ମୋର ସମ୍ପର୍କ ଏବଂ ବ୍ୟକ୍ତିଗତ ଇଣ୍ଟରେଷ୍ଟର ସମ୍ପୂର୍ଣ୍ଣ ବିବରଣୀ ସରକାରଙ୍କୁ ଦେଇଥିଲି। ଅଧିକାରୀଙ୍କ ସହ ବ୍ୟାପକ ପରାମର୍ଶ ପରେ, ସେମାନେ ମୋତେ ଶେଖ ହସିନାଙ୍କ ସମ୍ପର୍କିତ ଘଟଣା କିମ୍ବା ବାଂଲାଦେଶରେ ଘଟୁଥିବା ସମସ୍ତ ଘଟଣା ଠାରୁ ନିଜକୁ ଅଲଗା ରଖିବାକୁ ଘୋଷଣା କରିବି ବୋଲି ପରାମର୍ଶ ଦେଇଥିଲେ। ତେବେ ବ୍ରିଟେନ୍ ସରକାରରେ ମୁଁ ଆଶ୍ୱସ୍ତ କରିବାକୁ ଚାହେଁ ଯେ ମୁଁ ଏହି ବିଷୟଗୁଡ଼ିକରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ ଏବଂ ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିଛି। ଏବଂ ଆଗକୁ ମଧ୍ୟ ଜାରି ରଖିବି ବୋଲି ଟୁଲିପ ସିଦ୍ଦିକୀ କହିଛନ୍ତି। ବ୍ରିଟିସ ସରକାରଙ୍କ ପ୍ରତି ତାଙ୍କର ବିଶ୍ୱାସନୀୟତା ଅଛି ବୋଲି ସେ ଗୁରୁତ୍ୱ ଦେଇଛନ୍ତି। ଏବଂ ବ୍ରିଟେନର ନବୀକରଣ ଓ ର
ନୂଆଦିଲ୍ଲୀ: ବାରମ୍ବାର ଦାବି ହେବା ପରେ ବ୍ରିଟିସ ସରକାରରୁ ଇସ୍ତଫା ଦେଲେ ଟୁଲିପ ସିଦ୍ଦିକୀ। ଟୁଲିପ ବ୍ରିଟିସ ସରକାରରେ ଦୁର୍ନୀତି ନିବାରଣ ମନ୍ତ୍ରୀ ଥିଲେ। ବିତାଡ଼ିତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ମାଉସୀ ହୋଇଥିବାରୁ ତାଙ୍କର ମନ୍ତ୍ରୀ ପଦକୁ ନେଇ ବିବାଦ ଲାଗି ରହିଥିଲା। ହେଲେ ଗତକାଲି (୧୪ ଜାନୁଆରୀ ୨୦୨୫) ସେ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ କିଏର ଷ୍ଟାରମରଙ୍କୁ ଶକ୍ତ ଝଟ୍କା ଲାଗିଛି।
ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ମୋର ପାରିବାରିକ ସମ୍ପର୍କ ସାର୍ବଜନୀନ ରେକର୍ଡରରେ ରହିଛି। ମୁଁ ମନ୍ତ୍ରୀ ହେବା ପରେ ମୋର ସମ୍ପର୍କ ଏବଂ ବ୍ୟକ୍ତିଗତ ଇଣ୍ଟରେଷ୍ଟର ସମ୍ପୂର୍ଣ୍ଣ ବିବରଣୀ ସରକାରଙ୍କୁ ଦେଇଥିଲି। ଅଧିକାରୀଙ୍କ ସହ ବ୍ୟାପକ ପରାମର୍ଶ ପରେ, ସେମାନେ ମୋତେ ଶେଖ ହସିନାଙ୍କ ସମ୍ପର୍କିତ ଘଟଣା କିମ୍ବା ବାଂଲାଦେଶରେ ଘଟୁଥିବା ସମସ୍ତ ଘଟଣା ଠାରୁ ନିଜକୁ ଅଲଗା ରଖିବାକୁ ଘୋଷଣା କରିବି ବୋଲି ପରାମର୍ଶ ଦେଇଥିଲେ। ତେବେ ବ୍ରିଟେନ୍ ସରକାରରେ ମୁଁ ଆଶ୍ୱସ୍ତ କରିବାକୁ ଚାହେଁ ଯେ ମୁଁ ଏହି ବିଷୟଗୁଡ଼ିକରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ ଏବଂ ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିଛି। ଏବଂ ଆଗକୁ ମଧ୍ୟ ଜାରି ରଖିବି ବୋଲି ଟୁଲିପ ସିଦ୍ଦିକୀ କହିଛନ୍ତି।
ବ୍ରିଟିସ ସରକାରଙ୍କ ପ୍ରତି ତାଙ୍କର ବିଶ୍ୱାସନୀୟତା ଅଛି ବୋଲି ସେ ଗୁରୁତ୍ୱ ଦେଇଛନ୍ତି। ଏବଂ ବ୍ରିଟେନର ନବୀକରଣ ଓ ରୂପାନ୍ତରଣ ତାଙ୍କର ଏଜେଣ୍ଡା ଥିଲା ବୋଲି କହିଛନ୍ତି। ଖବର ମୁତାବକ ଶେଖ ହସିନା ପ୍ରଧାନମନ୍ତ୍ରୀ ଥିବା ସମୟରେ ଟୁଲିପ ସିଦ୍ଦିକୀ ଓ ତାଙ୍କ ପରିବାରକୁ ଉପହାର ଦେଇଥିଲେ। ସେହି ଉପହାରକୁ ଟୁଲିପ ସିଦ୍ଦିକୀ ବ୍ୟବହାର କରୁଥିବା ନେଇ ବାଂଲାଦେଶର ଅନ୍ତରୀଣ ସରକାର ନିନ୍ଦା କରିଥିଲେ। ଏହାପରେ ତାଙ୍କ ଇସ୍ତଫା ନେଇ ଦାବି ଜୋର ଧରିଥିଲା।
ଏହା ବାଦ୍ ଜମି ଦୁର୍ନୀତି ନେଇ ମଧ୍ୟ ସିଦ୍ଦିକିଙ୍କ ଲିଙ୍କ୍ ସାମ୍ନାକୁ ଆସିଥିଲା। ବାଂଲାଦେଶର ଅନ୍ତରୀଣ ସରକାର ଶେଖ ହସିନାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ପରେ ଦୁର୍ନୀତି କଥା ଜଣାପଡ଼ିଥିଲା ବୋଲି ନ୍ୟୁୟର୍କ ଟାଇମ୍ସ ଖବର ପ୍ରକାଶ ପାଇଛି।
ରାଜଧାନୀ ଢାକା ଉପକଣ୍ଠରେ ଏକ ବହୁ ମୂଲ୍ୟ ଜମି ହଡ଼ପ ହେବା ନେଇ ବାଂଲାଦେଶର ଦୁର୍ନୀତି ନିବାରଣ କମିଶନର ତଦନ୍ତ କରି ଜାଣିବାକୁ ପାଇଛି। ଏଥିରେ ସିଦ୍ଦିକୀଙ୍କ ନାଁ ରହିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ମଧ୍ୟ ୫ ବିଲିୟନ ଡଲାରର ଦୁର୍ନୀତି ଅଭିଯୋଗରେ ହସିନା, ସିଦ୍ଦିକ୍ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ତଦନ୍ତକାରୀ ଟିମ୍ର ଟାର୍ଗେଟ୍ରେ ଥିଲେ। ରୁଷିଆ-ସହଯୋଗରେ ହେଉଥିବା ପରମାଣୁ ଶକ୍ତି କେନ୍ଦ୍ର ସହିତ ଏହି ଦୁର୍ନୀତି ଜଡିତ ଥିଲା।
ସଣ୍ଡେ ଟାଇମ୍ସର ରିପୋର୍ଟ ଅନୁସାରେ, ଟୁଲିପ ସିଦ୍ଦିକୀ ଲଣ୍ଡନରେ ଯେଉଁ ଫ୍ଲାଟ୍ରେ ରହୁଥିଲେ,ତାକୁ ବାଂଲାଦେଶର ଜଣେ ବ୍ୟବସାୟୀ କିଣିଥିଲେ। ଏହାପରେ ସେହି ବିଲ୍ଡିଂକୁ ଜଣେ ବାଂଲାଦେଶୀ ଓକିଲଙ୍କୁ ଉପହାର ସ୍ୱରୂପ ଦିଆଯାଇଥିଲା। ଯାହାଙ୍କର ହସିନା ପରିବାର ସହିତ ଭଲ ସମ୍ପର୍କ ରହିଥିଲା। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଟୁଲିପ ସିଦ୍ଦିକ୍ ଏବଂ ତାଙ୍କ ପରିବାର ଲଣ୍ଡନରେ ଅନେକ ସମ୍ପତ୍ତି ବ୍ୟବହାର କରୁଥିଲେ, ଯେଉଁଗୁଡ଼ିକୁ ଆୱାମୀ ଲିଗ୍ର ନେତା କିଣିଥିଲେ।
ଏହିସବୁ ଅଭିଯୋଗ ଆସିବା ପରେ ଟୁଲିପ ସିଦ୍ଦିକୀଙ୍କ ଇସ୍ତଫା ନେଇ ଦାବି ଜୋର ଧରିଥିଲା। ବିରୋଧୀ କଞ୍ଜରଭେଟିବ୍ ପାର୍ଟି ନେତା କେମି ବାଦେନୋଚ୍ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମରଙ୍କୁ କଡ଼ା ସମାଲୋଚନା କରିଥିଲେ। କହିଥିଲେ ଷ୍ଟାର୍ମର ଏମିତି ଜଣେ ବ୍ୟକ୍ତିଙ୍କୁ ଦୁର୍ନୀତି ନିବାରଣ ମନ୍ତ୍ରୀ କରିଛନ୍ତି ଯାହାଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ରହିଛି। ଏହାପରେ ଟୁଲିପଙ୍କ ଇସ୍ତଫା ନେଇ ପ୍ରବଳ ଦାବି ଉଠିଥିଲା।