ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ମହଙ୍ଗା ଉପହାର; ସଂସଦକୁ ସୂଚନା ନଦେଇ ଫସିଲେ କୀର ଷ୍ଟାର୍ମର

ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମରଙ୍କ ଉପରେ ସଂସଦୀୟ ନିୟମ ଉଲ୍ଳଙ୍ଘନ ଅଭିଯୋଗ । ଷ୍ଟାର୍ମରଙ୍କ ପତ୍ନୀ ଭିକ୍ଟୋରିଆଙ୍କୁ ଦାମି ଉପହାର ଗ୍ରହଣ କରିବା ପରେ ଏହି ଅଭିଯୋଗ ଆସିଛି । ଏହା ସହିତ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ସମାଲୋଚିତ ହୋଇଛନ୍ତି । ତାଙ୍କ ବିରୋଧରେ ଯାଞ୍ଚ ଦାବି ହୋଇଛି । ଅନ୍ତର୍ଜତୀୟ ଗଣମାଧ୍ୟମ ସନଡେ’ ଟାଇମ୍ସ ମୁତାବକ, ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ଏହି ଘଟଣାରୁ ଲୁଚାଇବା ନେଇ ଯାଞ୍ଚ ସାମ୍ନାରୁ କରିବାକୁପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଏହି ଦାବି ଉପହାର ସବୁ ଲେବର ପାର୍ଟିର ପ୍ରମୁଖ ଓ୍ବାହିଦ ଅଲ୍ଲୀଙ୍କ ଠାରୁ ମିଳିଛି । ଏଥିରେ ଦାମୀ ଉପହାର, ଦାମୀ ଡ୍ରେସ୍ ଏବଂ ଅନ୍ୟା ସମଗ୍ରୀ ରହିଛି ।  ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀ ଏବଂ ଲେବର ପାର୍ଟିର ଦାନକର୍ତ୍ତା ପିଏମ୍ ପତ୍ନୀ ଭିକ୍ଟୋରିଆଙ୍କ ପାଇଁ ଦାମି କପଡ଼ା ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ । ଲେବର ପାର୍ଟି ପ୍ରମୁଖ ଏହାର ସୂଚନା କୀର ଷ୍ଚାର୍ମରଙ୍କୁ ଦେଇନଥିଲେ କି ସଂସଦରେ ପଞ୍ଜୀକରଣ କରିନଥିଲେ । ବ୍ରିଟେନ୍ ସମ୍ବିଧାନର ନିୟମ ଅନୁଯାୟୀ,ସାସଂଦ ମାନଙ୍କୁ ୨୮ ଦିନ ଭିତରେ  ଉପହାର ଏବଂ ଦାନରେ ମିଳିଥିବା ସାମଗ୍ରୀ ବାବଦରେ ସଂସଦରେ ସୂଚନା ଦେବା ଜରୁରୀ । ବ୍ରିଟେନ ସଂସଦ ମାର୍ଗଦର୍ଶିକାରେ କୁହାଯାଇଛି, ସାଂସଦମାନେ କୌଣସି ତୃତୀୟ ପକ୍ଷ ଠାରୁ ମିଳିଥିବା ଉପହାର ବା ଲାଭ ଦାୟକ ଜିନିଷର ସୂଚନା ଦେବା ଆବଶ୍ୟକ

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ମହଙ୍ଗା ଉପହାର; ସଂସଦକୁ ସୂଚନା ନଦେଇ ଫସିଲେ କୀର ଷ୍ଟାର୍ମର

ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମରଙ୍କ ଉପରେ ସଂସଦୀୟ ନିୟମ ଉଲ୍ଳଙ୍ଘନ ଅଭିଯୋଗ । ଷ୍ଟାର୍ମରଙ୍କ ପତ୍ନୀ ଭିକ୍ଟୋରିଆଙ୍କୁ ଦାମି ଉପହାର ଗ୍ରହଣ କରିବା ପରେ ଏହି ଅଭିଯୋଗ ଆସିଛି । ଏହା ସହିତ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ସମାଲୋଚିତ ହୋଇଛନ୍ତି । ତାଙ୍କ ବିରୋଧରେ ଯାଞ୍ଚ ଦାବି ହୋଇଛି । 

ଅନ୍ତର୍ଜତୀୟ ଗଣମାଧ୍ୟମ ସନଡେ’ ଟାଇମ୍ସ ମୁତାବକ, ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ଏହି ଘଟଣାରୁ ଲୁଚାଇବା ନେଇ ଯାଞ୍ଚ ସାମ୍ନାରୁ କରିବାକୁପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଏହି ଦାବି ଉପହାର ସବୁ ଲେବର ପାର୍ଟିର ପ୍ରମୁଖ ଓ୍ବାହିଦ ଅଲ୍ଲୀଙ୍କ ଠାରୁ ମିଳିଛି । ଏଥିରେ ଦାମୀ ଉପହାର, ଦାମୀ ଡ୍ରେସ୍ ଏବଂ ଅନ୍ୟା ସମଗ୍ରୀ ରହିଛି ।  ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀ ଏବଂ ଲେବର ପାର୍ଟିର ଦାନକର୍ତ୍ତା ପିଏମ୍ ପତ୍ନୀ ଭିକ୍ଟୋରିଆଙ୍କ ପାଇଁ ଦାମି କପଡ଼ା ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ । ଲେବର ପାର୍ଟି ପ୍ରମୁଖ ଏହାର ସୂଚନା କୀର ଷ୍ଚାର୍ମରଙ୍କୁ ଦେଇନଥିଲେ କି ସଂସଦରେ ପଞ୍ଜୀକରଣ କରିନଥିଲେ । 

ବ୍ରିଟେନ୍ ସମ୍ବିଧାନର ନିୟମ ଅନୁଯାୟୀ,ସାସଂଦ ମାନଙ୍କୁ ୨୮ ଦିନ ଭିତରେ  ଉପହାର ଏବଂ ଦାନରେ ମିଳିଥିବା ସାମଗ୍ରୀ ବାବଦରେ ସଂସଦରେ ସୂଚନା ଦେବା ଜରୁରୀ । ବ୍ରିଟେନ ସଂସଦ ମାର୍ଗଦର୍ଶିକାରେ କୁହାଯାଇଛି, ସାଂସଦମାନେ କୌଣସି ତୃତୀୟ ପକ୍ଷ ଠାରୁ ମିଳିଥିବା ଉପହାର ବା ଲାଭ ଦାୟକ ଜିନିଷର ସୂଚନା ଦେବା ଆବଶ୍ୟକ । ଏହା ଲାଭାଂଶ ସହିତ ଯୋଡ଼ି ହେଇଥାଉ କି ନଥାଉ ।  

ହାଉସ୍ ଅଫ୍ କମନ୍ସର ଆଚାର ସଂହିତା ଅନୁଯାୟୀ, ସଂସଦର ସଦସ୍ୟଙ୍କୁ ସେମାନଙ୍କର ଅର୍ଥନୈତିକ ହିସାବ ସୂଚନା ଦେବାରୁ ପଡ଼ିଥାଏ । ଯାହା ତାଙ୍କ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ବିରୋଧରେ କନଞ୍ଜରଭେଟିଭ୍ ପାର୍ଟି ମୁଖପାତ୍ର କହିଛନ୍ତି, ପିଏମଙ୍କ ପତ୍ନୀ ଉପହାର ନେଇ ସୂଚନା ନଥିବାର ଅର୍ଥ ସଂସଦୀୟ ନିୟମକୁ ସ୍ପଷ୍ଟ ଉଲ୍ଲଙ୍ଘନ କରାଯାଉଛି । ଏହାର ସେ ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି ।