ବ୍ରିଟେନରୁ ଫେରିଲା ୧୦୨ ଟନ୍ ସୁନା; ଦେଶର ଗୋଲ୍ଡ ରିଜର୍ଭ ବୃଦ୍ଧି
ନୂଆଦିଲ୍ଲୀ: ଦେଶର ଗୋଲ୍ଡ ରିଜର୍ଭ ବୃଦ୍ଧି । ବ୍ରିଟେନରୁ ଫେରିଲା ୧୦୨ ଟନ୍ ସୁନା । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୁନାକୁ ଇଂଲଣ୍ଡରୁ ଫେରାଇ ଆଣିଛି । ଏହା ପୂର୍ବ ମେ’ ମାସରେ ଫେରିଥିଲା ସୁନା । ଆରବିଆଇ ସିକ୍ରେଟ୍ ମିଶନରେ ୨୦୨୨ ସେପ୍ଟେମ୍ବର ପରଠାରୁ ଏପର୍ଯ୍ୟନ୍ତ ୨୪୦ ସୁନା ଭାରତକୁ ଫେରାଇ ଆଣିଛି । RBIର ତଥ୍ୟ ଅନୁଯାୟୀ, ଏପ୍ରିଲ-ସେପ୍ଟେମ୍ବରରେ ଦେଶର ଘରୋଇ ସୁନା ଭଣ୍ଡାରରେ ୧୦୨ ଟନ୍ ବୃଦ୍ଧି ହୋଇ ୫୧୦.୪୬ ଟନ୍ ହୋଇଛି । ଯାହା ମାର୍ଚ୍ଚ ୩୧ ସୁଦ୍ଧା ୪୦୮ ଟନ୍ ଥିଲା। ଏହା ସହ ସେପ୍ଟେମ୍ବରରେ ୩୦ ସୁଦ୍ଧା ଆରବିଆଇ ପାଖରେ ମୋଟ୍ ୮୫୪.୭୩ ଟନ୍ ସୁନା ହୋଇଛି। ଗତ ଆର୍ଥିକ ବର୍ଷରେ ୮୨୨.୧୦ ଟନ୍ ରହିଥିଲା । ପ୍ରକୃତରେ ଦେଶର ଦେଶର ସୁନା ଭଣ୍ଡାର, ବିଦେଶୀ ମୁଦ୍ରା ଭଣ୍ଡାରର ଅଂଶ। ଆରବିଆଇ ଗୋଲ୍ଡ ରିଜର୍ଭର କିଛି ଅଂଶ ଘରୋଇ ସ୍ତରରେ ରଖିଥିବାବେଳେ କିଛି ଅଂଶ ଲଣ୍ଡନ ଏବଂ ସ୍ବିଜରଲାଣ୍ଡ୍ ଭଳି ଦେଶରେ ରଖିଛି। ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟ ପାଇଁ ଏହି ଗୋଲ୍ଡ ବିଦେଶରେ ରଖାଯାଇଥାଏ। ଯେଉଁଭଳି ଭାବରେ ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଆଇଏମଏଫ ପାଖରେ ଥିବା ବିଦେଶୀ ମୁଦ୍ରା ରିଜର୍ଭ କାମର ଲାଗିଥାଏ। ଠିକ୍ ସେହିଭଳି ଗ୍ୟାରେଣ୍ଟି ପାଇଁ ବିଦେଶରେ ରଖାଯାଇଥିବା ସୁନା କାମରେ ଆସିଥାଏ। ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷରେ ଭାରତ ଏହାର ଗୋଲ୍ଡ ରିଜର୍ଭକୁ ଧୀରେ ଧୀରେ ଘରୋଇ ଟ୍ରେଜରିକୁ
ନୂଆଦିଲ୍ଲୀ: ଦେଶର ଗୋଲ୍ଡ ରିଜର୍ଭ ବୃଦ୍ଧି । ବ୍ରିଟେନରୁ ଫେରିଲା ୧୦୨ ଟନ୍ ସୁନା । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୁନାକୁ ଇଂଲଣ୍ଡରୁ ଫେରାଇ ଆଣିଛି । ଏହା ପୂର୍ବ ମେ’ ମାସରେ ଫେରିଥିଲା ସୁନା । ଆରବିଆଇ ସିକ୍ରେଟ୍ ମିଶନରେ ୨୦୨୨ ସେପ୍ଟେମ୍ବର ପରଠାରୁ ଏପର୍ଯ୍ୟନ୍ତ ୨୪୦ ସୁନା ଭାରତକୁ ଫେରାଇ ଆଣିଛି ।
RBIର ତଥ୍ୟ ଅନୁଯାୟୀ, ଏପ୍ରିଲ-ସେପ୍ଟେମ୍ବରରେ ଦେଶର ଘରୋଇ ସୁନା ଭଣ୍ଡାରରେ ୧୦୨ ଟନ୍ ବୃଦ୍ଧି ହୋଇ ୫୧୦.୪୬ ଟନ୍ ହୋଇଛି । ଯାହା ମାର୍ଚ୍ଚ ୩୧ ସୁଦ୍ଧା ୪୦୮ ଟନ୍ ଥିଲା। ଏହା ସହ ସେପ୍ଟେମ୍ବରରେ ୩୦ ସୁଦ୍ଧା ଆରବିଆଇ ପାଖରେ ମୋଟ୍ ୮୫୪.୭୩ ଟନ୍ ସୁନା ହୋଇଛି। ଗତ ଆର୍ଥିକ ବର୍ଷରେ ୮୨୨.୧୦ ଟନ୍ ରହିଥିଲା ।
ପ୍ରକୃତରେ ଦେଶର ଦେଶର ସୁନା ଭଣ୍ଡାର, ବିଦେଶୀ ମୁଦ୍ରା ଭଣ୍ଡାରର ଅଂଶ। ଆରବିଆଇ ଗୋଲ୍ଡ ରିଜର୍ଭର କିଛି ଅଂଶ ଘରୋଇ ସ୍ତରରେ ରଖିଥିବାବେଳେ କିଛି ଅଂଶ ଲଣ୍ଡନ ଏବଂ ସ୍ବିଜରଲାଣ୍ଡ୍ ଭଳି ଦେଶରେ ରଖିଛି। ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟ ପାଇଁ ଏହି ଗୋଲ୍ଡ ବିଦେଶରେ ରଖାଯାଇଥାଏ। ଯେଉଁଭଳି ଭାବରେ ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଆଇଏମଏଫ ପାଖରେ ଥିବା ବିଦେଶୀ ମୁଦ୍ରା ରିଜର୍ଭ କାମର ଲାଗିଥାଏ। ଠିକ୍ ସେହିଭଳି ଗ୍ୟାରେଣ୍ଟି ପାଇଁ ବିଦେଶରେ ରଖାଯାଇଥିବା ସୁନା କାମରେ ଆସିଥାଏ।
ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷରେ ଭାରତ ଏହାର ଗୋଲ୍ଡ ରିଜର୍ଭକୁ ଧୀରେ ଧୀରେ ଘରୋଇ ଟ୍ରେଜରିକୁ ଟ୍ରାନ୍ସଫର କରିବା ଆରମ୍ଭ କରିଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ବ୍ରିଟେନରୁ ୧୦୦ ଟନ୍ରୁ ଅଧିକ ସୁନା ଘରୋଇ ସ୍ଥାନକୁ ସିଫ୍ଟ କରିଥିଲା। ଏହି ସୁନା ୧୯୯୧ରେ ବିଦେଶୀ ମୁଦ୍ରା ସଙ୍କଟ ସହ ମୁକାବିଲା ପାଇଁ ବ୍ରିଟେନର ଗୋଲ୍ଡ ରିଜର୍ଭର ରଖିବାକୁ ପଡ଼ିଥିଲା।