ବ୍ରେକିଙ୍ଗ ନ୍ୟୁଜ
୨୮ ଏପ୍ରିଲ ୨୦୨୫-୨୧.୨୭: ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ – ଆଜି ଫ୍ରାନ୍ସ ସହ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି ଭାରତ – ୨୨ଟି ସିଙ୍ଗଲ ସିଟର ଏବଂ ୪ଟି ଡବଲ ସିଟର ସାମୁଦ୍ରିକ ଯୁଦ୍ଧ ବିମାନ ରହିଛି – ବିମାନଗୁଡିକୁ ଭାରତୀୟ ନୌସେନାର ଆବଶ୍ୟକତା ଅନୁଯାୟୀ ଡିଜାଇନ୍ ଓ ପ୍ରସ୍ତୁତ କରାଯିବ ୨୮ ଏପ୍ରିଲ ୨୦୨୫-୨୧.୨୦: ୮୯ ବର୍ଷରେ ଓଡ଼ିଆ ଚଳଚ୍ଚିତ୍ର ଇତିହାସ – ୧୯୩୬, ଏପ୍ରିଲ ୧ରେ ସ୍ବତନ୍ତ୍ର […]

୨୮ ଏପ୍ରିଲ ୨୦୨୫-୨୧.୨୭: ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ
– ଆଜି ଫ୍ରାନ୍ସ ସହ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି ଭାରତ
– ୨୨ଟି ସିଙ୍ଗଲ ସିଟର ଏବଂ ୪ଟି ଡବଲ ସିଟର ସାମୁଦ୍ରିକ ଯୁଦ୍ଧ ବିମାନ ରହିଛି
– ବିମାନଗୁଡିକୁ ଭାରତୀୟ ନୌସେନାର ଆବଶ୍ୟକତା ଅନୁଯାୟୀ ଡିଜାଇନ୍ ଓ ପ୍ରସ୍ତୁତ କରାଯିବ
୨୮ ଏପ୍ରିଲ ୨୦୨୫-୨୧.୨୦: ୮୯ ବର୍ଷରେ ଓଡ଼ିଆ ଚଳଚ୍ଚିତ୍ର ଇତିହାସ
– ୧୯୩୬, ଏପ୍ରିଲ ୧ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଆଜିର ଦିନରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ କଥାକୁହା ଚଳଚ୍ଚିତ୍ର ‘ସୀତା ବିବାହ’
୨୮ ଏପ୍ରିଲ ୨୦୨୫-୨୧.୧୦: ଭିସା ନିଷେଧାଦେଶ ସମୟସୀମା ସାରିବା ପରେ ଓଡିଶାରୁ ଫେରିଛନ୍ତି ମାତ୍ର ଜଣେ ପାକିସ୍ତାନୀ ନାଗରିକ
– ଓଡ଼ିଶାରେ ରହିବାକୁ ଅନୁରୋଧ କରିଛନ୍ତି ଅନ୍ୟ ୧୧ ଜଣ
୨୮ ଏପ୍ରିଲ ୨୦୨୫-୨୧.୦୫: ରାଜଧାନୀରେ କାଳବୈଶାଖୀ ବର୍ଷା, ଯାତାୟାତ ବାଧାପ୍ରାପ୍ତ
୨୮ ଏପ୍ରିଲ ୨୦୨୫-୨୧.୦୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କଲେ ପଦ୍ମଶ୍ରୀ ପୁରସ୍କାର
– କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ଅଦୈତ୍ୟ ଚରଣ ଗଡନାୟକ ପାଇଲେ ପଦ୍ମଶ୍ରୀ
– ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ଗ୍ରହଣ କଲେ ପଦ୍ମଶ୍ରୀ ପୁରସ୍କାର
୨୮ ଏପ୍ରିଲ ୨୦୨୫-୨୦.୨୫: ଜମା ଟଙ୍କା ଫେରି ପାଇଲେ ସହରାଞ୍ଚଳ ସମବାୟ ବ୍ୟାଙ୍କ୍ ଜମାକାରୀ
-୧୧୭ ଜମାକାରୀଙ୍କୁ ୨ କୋଟି ୮୦ ଲକ୍ଷ ଫେରାଇଲେ ମୁଖ୍ୟମନ୍ତ୍ରୀ
-୯ ହଜାର ୫୩୭ ଜମାକାରୀଙ୍କୁ ଫେରସ୍ତ କରାଯିବ ୨୦ କୋଟିରୁ ଅଧିକ ଟଙ୍କା
୨୮ ଏପ୍ରିଲ ୨୦୨୫-୨୦.୨୦: ଭାରତ ସହ ଲାଗନାହିଁ
– ସାନଭାଇ ଶେହଓ୍ବାଜ ସରିଫଙ୍କୁ ପରାମର୍ଶ ଦେଲେ ବଡ଼ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ
କାଲି ଦେଉଥିଲେ ଧମକ, ଆଜି ଦେଶ ଛାଡ଼ିଲେ ପରିବାର
– ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାଓ୍ବଲ ଭୁଟ୍ଟୋଙ୍କ ପରିବାର ଦେଶ ଛାଡ଼ି କାନାଡ଼ା ପଳାୟନ କରିଥିବା ସୂଚନା
୨୮ ଏପ୍ରିଲ ୨୦୨୫-୨୦.୧୫: ପାରାଦୀପ ଜିରୋ ପଏଣ୍ଟରେ ଷ୍ଟକ୍ୟାର୍ଡରେ ଭୟଙ୍କର ନିଆଁ
୨୮ ଏପ୍ରିଲ ୨୦୨୫-୨୦.୧୦: ରାଜଧାନୀରେ ୧ କୋଟି ଟଙ୍କାର ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ
୨୮ ଏପ୍ରିଲ ୨୦୨୫-୨୦.୦୫: ଓପିଏସସି/ଓଏସ୍ଏସ୍ସି ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା
– ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଲିଷ୍ଟ ଅଛି ତଦନ୍ତ ହେବ, ଯିଏ ଦୋଷୀ ତାକୁ ଛଡାଯିବନି
୨୮ ଏପ୍ରିଲ ୨୦୨୫-୨୦.୦୦: ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ୍ ବ୍ୟାନ୍
– ସୋଏବ ଅଖତରଙ୍କ ଚ୍ୟାନେଲ ବି ସାମିଲ
୨୮ ଏପ୍ରିଲ ୨୦୨୫-୧୯.୩୦: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୈଠକ
– ପହଲଗାମ୍ ଆତଙ୍କୀ ହମ୍ଲାକୁ ନେଇ ହୋଇଛି ଆଲୋଚନା
୨୭ ଏପ୍ରିଲ ୨୦୨୫-୨୨.୩୫: ୨୯ ଯାଏଁ ବଢ଼ିଲା ପାକିସ୍ତାନକୁ ଫେରିବା ସମୟସୀମା, ଆଜି ସୁଦ୍ଧା ଭାରତ ଛାଡିଲେଣି ୫୩୭ ପାକିସ୍ତାନୀ
– ଆଜି ସନ୍ଧ୍ୟା ସୁଦ୍ଧା ପାକିସ୍ତାନରୁ ଫେରିଛନ୍ତି ୧୩୮୭ ଜଣ ଭାରତୀୟ
୨୭ ଏପ୍ରିଲ ୨୦୨୫-୨୨.୩୪: ପହଲଗାମ୍ ଘଟଣାରେ ପାକିସ୍ତାନର ନିରପେକ୍ଷ ତଦନ୍ତ ଦାବିକୁ ସମର୍ଥନ କଲା ଚୀନ୍
୨୭ ଏପ୍ରିଲ ୨୦୨୫-୨୨.୩୩: ଓଡ଼ିଶାରେ ବୃଦ୍ଧି ପାଉଛି ନାରୀ ନିର୍ଯାତନା, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
୨୭ ଏପ୍ରିଲ ୨୦୨୫-୧୮.୪୦: ଗୋପବନ୍ଧୁଙ୍କ ସତ୍ୟବାଦୀର ବାର୍ଷିକ ସମାରୋହରେ କଥାଶିଳ୍ପୀ ତରୁଣକାନ୍ତି ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ପ୍ରଦାନ
– ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ପରିସରସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ବାବାଜୀ ଚରଣ ପଟ୍ଟନାୟକ, ମମତା ଦାଶ, ପ୍ରଫେସର ଶରତ ଚନ୍ଦ୍ର ଶତପଥୀ, ଡ. ନାରାୟଣ ଚନ୍ଦ୍ର ଶତପଥୀ, ଡ. ରମେଶ ପତ୍ରୀ ଏବଂ ହରିହର ଶୁକ୍ଳଙ୍କୁ ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୪ ପ୍ରଦାନ
– ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟବକ୍ତା ଭାବେ ଲବ୍ଧପ୍ରତିଷ୍ଠ ସାହିତ୍ୟିକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ଏବଂ ସମ୍ମାନିତ ଅତିଥିଭାବେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗ ଦେଇଥିଲେ
– ସମାରୋହରେ ପତ୍ରିକାର ସଂଘର୍ଷପୂର୍ଣ୍ଣ ଯାତ୍ରା ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ
୨୭ ଏପ୍ରିଲ ୨୦୨୫-୧୭.୪୦: ଭାରତକୁ ପାକିସ୍ତାନର ପରମାଣୁ ବୋମା ଧମକ
– ରାଓଲପିଣ୍ଡରେ ସାମ୍ବାଦିକ ସମ୍ମିଳନୀରେ ଧମକ ଦେଲେ ପାକ୍ ରେଳମନ୍ତ୍ରୀ ହନିଫ ଆବାସୀ
– କହିଲେ ଆମ ପାଖରେ ଥିବା ୧୩୦ଟି ପରମାଣୁ ବୋମା ଭାରତ ପାଇଁ ଉଦ୍ଦିଷ୍ଟ
୨୭ ଏପ୍ରିଲ ୨୦୨୫-୧୭.୩୫: ନିଟ -ସୁପର ସ୍ପେଶାଲିଟି ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ବଲାଙ୍ଗୀର କଣ୍ଟାବାଞ୍ଜିର ୟଶ୍ ଜୈନ୍
୨୭ ଏପ୍ରିଲ ୨୦୨୫-୧୭.୪୦: ମେ’ ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ
୨୭ ଏପ୍ରିଲ ୨୦୨୫-୧୭.୨୦: ଆଜି ୨ଟି ବଡ଼ ପରୀକ୍ଷାରେ ଗୁରୁତର ତ୍ରୁଟି
– ଓଡିଶା ଷ୍ଟାଫ ସିଲେକସନ କମିଶନ ଓ ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ପରୀକ୍ଷାରେ ହୋଇଛି ତ୍ରୁଟି
– ତ୍ରୁଟି ହୋଇଥିବା ସ୍ବୀକାର କଲେ ଓଡିଶା ପବ୍ଲିକ ସର୍ଭିସ କମିଶନ କର୍ତ୍ତୃପକ୍ଷ
– ଓଡିଶା ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷାର ପ୍ରଥମ ଓ ଦ୍ଵିତୀୟ ପେପର ପରୀକ୍ଷାରେ ପ୍ରଶ୍ନ ଅଦଳବଦଳ ସୂଚନା
– ସେହିପରି ତ୍ରୁଟି ସ୍ବୀକାର କଲେ ଓଡିଶା ଷ୍ଟାଫ ସିଲେକସନ କମିଶନ
– ଆଉ ଏକ ପରୀକ୍ଷା କରିବା ପାଇଁ ବିଚାରବିମର୍ଶ ଚାଲିଥିବା ସୂଚନା
୨୭ ଏପ୍ରିଲ ୨୦୨୫-୧୬.୨୦: ପାକିସ୍ତାନ ଯିବା ଲାଗି ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ
– ୨୦୦୮ରେ ଜଣେ ଭାରତୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ ମଧ୍ୟ ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରି ନଥିଲେ
– ଦୀର୍ଘମିଆଦି ଭିସା ପାଇଁ ଆବେଦନ କରିଥିଲେ ନଗମା
– ପହଲଗାମ୍ ଘଟଣା ପରେ ଭିସା ରଦ୍ଦ ହେବାରୁ ଛାଡିଲେ ଓଡିଶା
୨୭ ଏପ୍ରିଲ ୨୦୨୫-୧୬.୧୫: ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
୨୭ ଏପ୍ରିଲ ୨୦୨୫-୧୩.୧୫: ନୟାଗଡ଼ ଜିଲା ଦଶପଲ୍ଲା ଅନ୍ତର୍ଗତ ଗୋଡ଼ିବିଡ଼ା ଗାଁରେ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ, ପୋଖରୀରେ ଗାଧୋଇବା ସମୟରେ ବୁଡ଼ିଯାଇ ପ୍ରାଣ ହରାଇଥିବା ସୂଚନା
୨୭ ଏପ୍ରିଲ ୨୦୨୫-୧୨.୦୫: ମନ୍ କୀ ବାତ’ରେ କହିଲେ ପ୍ରଧାନମନ୍ତ୍ରୀ
– ପହଲଗାଓଁ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ନିଶ୍ଚୟ ମିଳିବ
– ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀ ଏବଂ ଏହା ପଛରେ ଥିବା ମାଷ୍ଟରମାଇଣ୍ଡକୁ ଉଚିତ ଜବାବ ଦିଆଯିବ
– ଆତଙ୍କବାଦ ବିରୋଧରେ ଆମ ଲଢ଼େଇରେ ସାରା ବିଶ୍ଵ ୧୪୦ କୋଟି ଭାରତୀୟଙ୍କ ସାଥୀରେ ଛିଡ଼ା ହୋଇଛି
– ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ. କସ୍ତୁରୀରଙ୍ଗନଙ୍କୁ ମନ୍ କୀ ବାତରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
– ବିଜ୍ଞାନ, ଶିକ୍ଷା, ଭାରତର ମହାକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ କସ୍ତୁରୀରଙ୍ଗନଙ୍କ ଅବଦାନ ଅତୁଳନୀୟ ବୋଲି କହିଲେ ପ୍ରଧାନମନ୍ତ୍ରୀ
୨୭ ଏପ୍ରିଲ ୨୦୨୫-୧୧.୩୦: ଗଞ୍ଜାମରେ ଡବଲ ମର୍ଡର: ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ, ବେଗୁନିଆପଡ଼ା ଥାନା ଶାଳବଣ ଜଙ୍ଗଲରୁ ମୃତଦେହ ଜବତ, ପୁଲିସର ତଦନ୍ତ ଜାରି
୨୭ ଏପ୍ରିଲ ୨୦୨୫-୧୧.୨୫: ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ୪ ବର୍ଷୀୟା ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଅଶ୍ଳୀଳ ଭିଡିଓ ଦେଖିବା ପରେ ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମାମୁ, ଅଭିଯୁକ୍ତକୁ ଗିରଫ କଲା ପୁଲିସ
୨୭ ଏପ୍ରିଲ ୨୦୨୫-୧୧.୧୦: ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ, ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି
୨୭ ଏପ୍ରିଲ ୨୦୨୫-୧୦.୨୫: ଆଉ ୩ ଆତଙ୍କବାଦୀଙ୍କ ଘର ଭାଙ୍ଗିଲା ସେନା, ଜାମ୍ମୁ-କାଶ୍ମୀରର ବାନ୍ଦିପୋରା, ପୁଲଓ୍ବାମା ଓ ସୋପିଆନ ଜିଲାରେ ଥିବା ଏହି ଆତଙ୍କୀଙ୍କ ଘର ମାଟିରେ ମିଶିଲା, ପହଲଗାଓଁ ଆକ୍ରମଣ ପରେ ମୋଟ ୯ ଆତଙ୍କବାଦୀଙ୍କ ଘର ଭଙ୍ଗାଯାଇଥିବା ସୂଚନା
୨୭ ଏପ୍ରିଲ ୨୦୨୫-୧୦.୧୭: କର୍ମଜୀବି ମହିଳାଙ୍କୁ ଦୁଷ୍କର୍ମ, ହାତ ଓ ମୁହଁ ବାନ୍ଧି ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ହାଣିଲେ ଯୁବକ, ଯାଜପୁର ଟାଉନ ଥାନା ଅଞ୍ଚଳର ଘଟଣା, ଥାନାରେ ଅଭିଯୋଗ କଲେ ପୀଡ଼ିତା
୨୭ ଏପ୍ରିଲ ୨୦୨୫-୦୮.୨୫: ଜାମ୍ମୁ-କାଶ୍ମୀରର କୁପଓ୍ବାରାରେ ପୁଣି ଆତଙ୍କୀ ଆକ୍ରମଣ, ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ
୨୭ ଏପ୍ରିଲ ୨୦୨୫-୦୮.୧୦: ପହଲଗାଓଁ ଆକ୍ରମଣ ଘଟଣାରେ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇଲା ଏଫବିଆଇ, ସମର୍ଥନ, ଆତଙ୍କବାଦୀଙ୍କ ଗଣହତ୍ୟାକୁ ଏଫବିଆଇର ଦୃଢ଼ ନିନ୍ଦା
୨୬ ଏପ୍ରିଲ ୨୦୨୫-୨୨.୦୫: ଇରାନରେ ବଡ଼ ଧରଣର ବିସ୍ଫୋରଣ, ୪୦୦ରୁ ଊର୍ଦ୍ଧ୍ବ୍ୱର୍ ଆହତ।
୨୬ ଏପ୍ରିଲ ୨୦୨୫-୨୧.୩୫: ବନ୍ଦର ଆବାସର ରଜାଏଲ ପୋର୍ଟରେ ବିସ୍ଫୋରଣ।
୨୬ ଏପ୍ରିଲ ୨୦୨୫-୨୧.୩୦: ଏକ ଅଏଲ କଣ୍ଟେନରରେ ଘଟିଥିବା ସୂଚନା।
୨୬ ଏପ୍ରିଲ ୨୦୨୫-୨୧.୨୫: ଭାରତ-ପାକିସ୍ତାନ ସୀମାରେ ବଙ୍କର ପ୍ରସ୍ତୁତ। ପ୍ରତିକୂଳ ପରିସ୍ଥିତିରେ ରହିବାର ବ୍ୟବସ୍ଥା ଚାଲିଛି।
୨୬ ଏପ୍ରିଲ ୨୦୨୫-୨୧.୨୦: ଏଲଓସିରେ ଗୁଳିଗୋଳା ଗର୍ଜନ ନେଇ ଆଗୁଆ ପ୍ରସ୍ତୁତି ହେଉଛି। ପହଲଗାମ୍ ଆତଙ୍କୀ ହମଲା ପରଠୁ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।
୨୬ ଏପ୍ରିଲ ୨୦୨୫-୨୧.୧୫: ସାଲେପୁର: ପାଣିରେ ବୁଡ଼ି ୨ ସମ୍ପର୍କୀୟ ଭାଇଭଉଣୀ ମୃତ।
୨୬ ଏପ୍ରିଲ ୨୦୨୫-୨୧.୧୦: ନିଶ୍ଚିନ୍ତକୋଇଲି ରାମକୃଷ୍ଣପୁରରେ ପୋଖରୀରେ ବୁଡ଼ି ମୃତ। ୨ ପିଲାଙ୍କ ବୟସ ୨ ଓ ୪ ବର୍ଷ ସୂଚନା।
୨୬ ଏପ୍ରିଲ ୨୦୨୫-୨୧.୦୫: ବୀରମିତ୍ରପୁର: ଗଛକୁ ପିଟିବା ପରେ ଓଲଟିଲା ସ୍କର୍ପିଓ, ୩ ମୃତ।
୨୬ ଏପ୍ରିଲ ୨୦୨୫-୨୧.୦୦: ଝାଡ଼ଖଣ୍ଡ ଚତରାରେ ଭାରସାମ୍ୟ ହରାଇ ସ୍କର୍ପିଓ ଦୁର୍ଘଟଣା। ଦୁର୍ଘଟଣାରେ ୩ ମୃତ, ୩ଜଣ ଗୁରୁତର ଥିବା ସୂଚନା।
୨୬ ଏପ୍ରିଲ ୨୦୨୫-୨୦.୫୫: ଗୁରୁତରଙ୍କ ମଧ୍ୟରେ ଜଣେ ରାଇବଗା ଥାନାର ହୋମଗାର୍ଡ ସୂଚନା।
୨୬ ଏପ୍ରିଲ ୨୦୨୫-୨୦.୫୦: ବ୍ରହ୍ମପୁର: ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ନିମଖଣ୍ଡି ଥାନା ହୁଗୁଳାପଟା ଛକରେ ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ।
୨୬ ଏପ୍ରିଲ ୨୦୨୫-୨୦.୪୫: ଦୁର୍ଘଟଣାଗ୍ରସ୍ତ ବାଇକକୁ ଜାଳିଦେବା ସହ ରାସ୍ତା ରୋକିଲେ ଲୋକେ। ବୃଦ୍ଧା ଜଣକ ରାସ୍ତା ପାରିବେଳେ ବାଇକ ଧକ୍କା ଦେଇଥିଲା।
୨୬ ଏପ୍ରିଲ ୨୦୨୫-୨୦.୪୦: ସୁବର୍ଣ୍ଣପୁର:୩୬ ଡିନୋନେଟର, ୩୩ ଜିଲୋଟିନ ଜବତ। ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ।
୨୬ ଏପ୍ରିଲ ୨୦୨୫-୨୦.୩୮: ବୌଦ୍ଧ ମନମୁଣ୍ଡା ଥାନା କାନାଗୁନ ଗାଁ ନିକଟ ଜଙ୍ଗଲରୁ ଜବତ। ମାଓ ପୋଷାକ ସହ ଅନ୍ୟ ମାଓ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ।
୨୬ ଏପ୍ରିଲ ୨୦୨୫-୨୦.୩୭: ସମ୍ବଲପୁର: ଟାଉନଥାନା ଫାର୍ମରୋଡ୍ ଚେରୁଆପଡ଼ା ନିକଟରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା, ପୁଲିସର ଛାନଭିନ୍।
୨୬ ଏପ୍ରିଲ ୨୦୨୫-୨୦.୩୬: ଇରାନର ବନ୍ଦର ଆବାସର ରଜାଏଲ ପୋର୍ଟରେ ଏକ ଅଏଲ କଣ୍ଟେନରରେ ବିସ୍ଫୋରଣ ଘଟି ୪ ମୃତ, ୫୦୦ରୁ ଅଧିକ ଆହତ
୨୬ ଏପ୍ରିଲ ୨୦୨୫-୨୦.୩୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନର ନୂଆ ଚାଲ
– ନିରପେକ୍ଷ ତଦନ୍ତ ଲାଗି ପ୍ରସ୍ତାବ ଦେଲେ ପାକ୍ ପ୍ରଧାନମନ୍ତ୍ରୀ
– କହିଲେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବ ପାକିସ୍ତାନ
୨୬ ଏପ୍ରିଲ ୨୦୨୫-୨୦.୩୪: ଭିସା ନିଷେଧାଦେଶ ସର୍ତ୍ତ କୋହଳ କଲେ ସରକାର
– ପାକିସ୍ତାନରୁ ଆସି ଦୀର୍ଘକାଳୀନ ଭିସାରେ ଭାରତରେ ରହୁଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ
– ହିନ୍ଦୁଙ୍କ ଭିସା ହେବନି ରଦ୍ଦ
୨୬ ଏପ୍ରିଲ ୨୦୨୫-୨୦.୩୩: ରେକର୍ଡ କଲା ଗହୀରମଥା
– ୩ ଦିନ ମଧ୍ୟରେ ସମୁଦ୍ରକୁ ଫେରିଲେଣି ଏକ କୋଟି ୮୫ ଲକ୍ଷରୁ ଅଧିକ କଇଁଛ ଶାବକ
୨୬ ଏପ୍ରିଲ ୨୦୨୫-୨୦.୩୨: ଭିସା ରଦ୍ଦ ହେବା ପରେ ଓଡିଶାରୁ ୧୨ ନାଗରିକଙ୍କୁ ପାକିସ୍ତାନ ପଠାଇବା ପ୍ରକ୍ରିୟା ଆରମ୍ଭ
୨୬ ଏପ୍ରିଲ ୨୦୨୫-୧୭.୨୧: ଇରାନର ବନ୍ଦର ଆବାସର ରଜାଏଲ ପୋର୍ଟରେ ଏକ ଅଏଲ କଣ୍ଟେନରରେ ବିସ୍ଫୋରଣ ଘଟିଥିବା ସୂଚନା, ୪୦୦ରୁ ଅଧିକ ଆହତ
୨୬ ଏପ୍ରିଲ ୨୦୨୫-୧୬.୪୨: ପହଲଗାମ୍ ଘଟଣା ପରେ ତଲାସୀ ଅଭିଯାନ ଜୋରଦାର,୧୭୫ ସନ୍ଦିଗ୍ଧ ଅଟକ
୨୬ ଏପ୍ରିଲ ୨୦୨୫-୧୬.୪୧: ବାଲେଶ୍ବର ଈସାଣୀ ଗାଁରେ ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ଓ ପୁଅକୁ ପଚରାଉଚୁରା କଲେ ଜାତୀୟ ତଦନ୍ତକାରୀ ସଂସ୍ଥା
୨୬ ଏପ୍ରିଲ ୨୦୨୫-୧୬.୩୦: ପହଲଗାମ ପରିସ୍ଥିତି ପରେ ପ୍ରସାରଣ କଟକଣା, ଜାତୀୟ ସୁରକ୍ଷା ଦୃଷ୍ଟିରୁ ପ୍ରତିରକ୍ଷା ସମ୍ପର୍କିତ ଦୃଶ୍ୟ ପ୍ରସାରଣ ନ କରିବାକୁ କହିଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
୨୬ ଏପ୍ରିଲ ୨୦୨୫-୧୫.୧୭: ପୁଷ୍ପାଳକ ସେବକଙ୍କୁ ବାସନ୍ଦ ପାଇଁ ଚେତାବନୀ
୨୬ ଏପ୍ରିଲ ୨୦୨୫-୧୪.୦୫: ମେ’ ୧୫ରୁ ୨୦ ତାରିଖରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ
୨୬ ଏପ୍ରିଲ ୨୦୨୫-୧୩.୫୦: ଯାଜପୁରରେ ୬ ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର ଘଟଣାରେ ୫ ଗିରଫ
୨୬ ଏପ୍ରିଲ ୨୦୨୫-୧୩.୪୦: ଏପ୍ରିଲ ୨୯ରୁ ଜୁନ୍ ୨୭ ଯାଏଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ
୨୬ ଏପ୍ରିଲ ୨୦୨୫-୧୨.୨୪: ପହଲଗାମ୍ ହମ୍ଲା : ନୀରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍
୨୬ ଏପ୍ରିଲ ୨୦୨୫-୧୨.୧୦: ନୁହ୍ ଜିଲା ଥାନା ଫିରୋଜପୁର ଝିରକା ସୀମା ଅର୍ନ୍ତଗତ ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ, ହୃଦୟବିଦାରକ ସଡକ ଦୁର୍ଘଟଣା,୬ ମୃତ
୨୬ ଏପ୍ରିଲ ୨୦୨୫-୧୧.୧୭: ଲଣ୍ଡନରେ ପ୍ରବାସୀ ଭାରତୀୟଙ୍କ ଗଳା କାଟିବାକୁ ଇଙ୍ଗିତ କଲେ ପାକିସ୍ତାନୀ ସେନା ଅଧିକାରୀ, ଲଣ୍ଡନସ୍ଥିତ ପାକ୍ ଦୂତାବାସ ବାହାରେ ପ୍ରବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ଭିଡିଓରେ କଏଦ ହୋଇଛି ପାକ୍ ଅଧିକାରୀଙ୍କ ଇଙ୍ଗିତ
୨୬ ଏପ୍ରିଲ ୨୦୨୫-୧୦.୪୦: ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ବାହାରିଲେ ୫୫୦ ବାଂଲାଦେଶୀ, ଗୁଜରାଟରେ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ ସମୟରେ ଧରାପଡ଼ିଲେ ବେଆଇନ ଭାବେ ରହୁଥିଲେ ଏହି ବାଂଲାଦେଶୀ ନାଗରିକ
୨୬ ଏପ୍ରିଲ ୨୦୨୫-୦୯.୩୧: ଭାରତକୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ ଧମକ; ସିନ୍ଧୁ ନଦୀରେ ଜଳ ବୋହିବ ନଚେତ ଭାରତୀୟଙ୍କ ରକ୍ତ ବୋହିବ
୨୬ ଏପ୍ରିଲ ୨୦୨୫-୦୯.୦୯: ଆଜି ପୋପଙ୍କୁ ଦିଆଯିବ କବର: ଭାରତୀୟ ସମୟ ୧ଟା ୩୦ରେ ଶେଷକୃତ୍ୟ, ଦିବଙ୍ଗତ ପୋପ୍ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
୨୬ ଏପ୍ରିଲ ୨୦୨୫-୦୯.୦୬: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୋଡ୍ରେ ସେନା : ଖୋଜି ଖୋଜି ସମ୍ପୃକ୍ତ ଆତଙ୍କୀଙ୍କ ଘର ଧ୍ବଂସ କରୁଛନ୍ତି ସୁରକ୍ଷାବାହିନୀ, ଆଜି ସୋଫିଆନ୍ ଓ ପୁଲଓ୍ବାମାରେ ମାଟିରେ ମିଶିଲା ଆଉ ଦୁଇ ଆତଙ୍କୀଙ୍କ ଘର
୨୬ ଏପ୍ରିଲ ୨୦୨୫-୦୯.୦୬: ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ସାରାରାତି ବିଭିନ୍ନ ସ୍ଥାନରେ ଗୁଳିମାଡ଼
୨୬ ଏପ୍ରିଲ ୨୦୨୫-୦୮.୫୨: ଆତଙ୍କବାଦୀଙ୍କ ୨ ସହଯୋଗୀ ଗିରଫ, ଜାମ୍ମୁ-କାଶ୍ମୀର କୁଲଗାମ ଜିଲାର କାଇମୋ ଅନ୍ତର୍ଗତ ଥୋକରପୋରା ଗ୍ରାମରୁ ଗିରଫ କଲା ପୁଲିସ
୨୬ ଏପ୍ରିଲ ୨୦୨୫-୦୭.୫୩: ଆଜିଠୁ ୪ ଦିନ କାଳବୈଶାଖୀ, ତାତି ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
୨୬ ଏପ୍ରିଲ ୨୦୨୫-୦୭.୪୮: ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନାର ଗୁଳିମାଡ଼, ଜବାବ ଦେଲା ଭାରତୀୟ ସେନା, କେହି ମୃତାହତ ହୋଇ ନ ଥିବା ସୂଚନା
୨୫ ଏପ୍ରିଲ ୨୦୨୫ – ୨୨.୪୫: ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ଶିଖର ସମ୍ମିଳନୀ – ୨୦୨୫ (ୱେଭ୍ସ) ପାଇଁ କଟକ ଆକାଶବାଣୀ ପରିସରରେ ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
– ୱେଭ୍ସ ଶିଖର ସମ୍ମିଳନୀର ବ୍ୟାପକ ପ୍ରଚାରପ୍ରସାର ଉପରେ ପିଆଇବି ଏଡିଜି ଅଖିଳ କୁମାର ମିଶ୍ରଙ୍କ ଗୁରୁତ୍ୱାରୋପ
୨୫ ଏପ୍ରିଲ ୨୦୨୫ – ୨୨.୧୫: ମସ୍କୋରେ ରୁଷର ଲେଫ୍ଟନାଣ୍ଟ ଜେନେରାଲଙ୍କୁ ହତ୍ୟା, କାରରେ ଆଇଇଡି ଦ୍ଵାରା ବିସ୍ଫୋରଣ କରି ହତ୍ୟା କରାଯାଇଥିବା ସୂଚନା
୨୫ ଏପ୍ରିଲ ୨୦୨୫ – ୨୧.୪୯: ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାରେ ଜଣେ ସନ୍ଦିଗ୍ଧକୁ ସେନା ଗିରଫ କରିଥିବା ଜାତୀୟ ଗଣମାଧ୍ୟମର ସୂଚନା
– ସରକାରୀ ସୂଚନାକୁ ଅପେକ୍ଷା
୨୫ ଏପ୍ରିଲ ୨୦୨୫ – ୨୧.୪୮: ଗୁଇନ୍ଦା ବିଭାଗ ସୂଚନା ଆଧାରରେ ଆଲର୍ଟ ଜାରି, କାଶ୍ମୀରରେ ପ୍ରବାସୀଙ୍କ ଉପରେ ହୋଇପାରେ ଆକ୍ରମଣ
– ଆଇଏସଆଇ ଓ ଆତଙ୍କୀ ସଂଗଠନ ଆକ୍ରମଣ ଯୋଜନା
୨୫ ଏପ୍ରିଲ ୨୦୨୫ – ୨୧.୪୭: ପାକିସ୍ତାନୀ ନାଗରିକଙ୍କୁ ଭାରତରୁ ବିଦା କରିବା ନିଷ୍ପତ୍ତି ପରେ ଜୀବନ ଭିକ୍ଷା କରୁଛନ୍ତି ପାକିସ୍ତାନୀ ଶରଣାର୍ଥୀ
– ଏଇଠି ମରିବୁ ପଛେ ପାକିସ୍ତାନ ଯିବୁନି, ଗଲେ ମାରିଦେବେ, କହିଲେ ପାକିସ୍ତାନୀ ଶରଣାର୍ଥୀ
୨୫ ଏପ୍ରିଲ ୨୦୨୫ – ୨୧.୪୬: ପହଲଗାମ ଆକ୍ରମଣକୁ ‘ରାଜନୈତିକ ନାଟକ’ କହି ଆସାମ ବିଧାୟକ ଅମିନୁଲ ଇସଲାମ ଗିରଫ
– ରାଷ୍ଟ୍ରଦ୍ରୋହ ଅଭିଯୋଗରେ ମାମଲା ରୁଜୁ କଲା ପୁଲିସ
୨୫ ଏପ୍ରିଲ ୨୦୨୫ – ୨୧.୪୫: ଛାଡପତ୍ର ପାଇଥିବା ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିବନି କ୍ଷତିପୂରଣ
– କଟକ ଏମଏଫସି କୋର୍ଟଙ୍କ ରାୟ, ବର୍ଷାଙ୍କୁ ଭରଣପୋଷଣ ଅର୍ଥ ଦେବେନି ଅନୁଭବ ମହାନ୍ତି
– ଠୋସ କାରଣ ଦର୍ଶାଇ ନ ପାରିବାରୁ ଏଭଳି ରାୟ ଦେଲେ କୋର୍ଟ
୨୫ ଏପ୍ରିଲ ୨୦୨୫ – ୨୧.୪୪: ତେଲେଙ୍ଗାନା-ଛତିଶଗଡ଼ ସୀମାରେ ଚାଲିଛି ବଡ଼ଧରଣର ନକ୍ସଲ ଦମନ ଅଭିଯାନ
– ୧୦ ହଜାର ସୁରକ୍ଷାକର୍ମୀ ସାମିଲ
– ଛତିଶଗଡ଼-ବିଜାପୁର-କେରଗୁଟ୍ଟା ଜଙ୍ଗଲରେ ଚାଲିଛି ମାଓ ବିରୋଧୀ ଅଭିଯାନ
୨୫ ଏପ୍ରିଲ ୨୦୨୫ – ୨୧.୪୩: ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବାଲେଶ୍ବର ଟାଉନ୍ ଥାନାରେ ଏତଲା ଦେଲେ ଯାତ୍ରା କଳାକାର ସଂଗଠନ ପରାମର୍ଶଦାତା ବାପି ପଣ୍ଡା
– ଏତଲାରେ ଯାତ୍ରା ପରିଚାଳକ ଜଗତ ଜୀବନ ପଣ୍ଡାଙ୍କ ବିରୋଧରେ ଅଭିଯୋଗ
୨୫ ଏପ୍ରିଲ ୨୦୨୫ – ୨୧.୪୨: ଆସନ୍ତାକାଲିଠୁ ୧ ତାରିଖ ଯାଏଁ ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ସମ୍ଭାବନା
– ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା
୨୫ ଏପ୍ରିଲ ୨୦୨୫ – ୨୧.୪୧: ସିନ୍ଧୁ ନଦୀର ଗୋଟିଏ ବୁନ୍ଦା ପାଣି ନଷ୍ଟ ହେବାକୁ ଦିଆଯିବନି କହିଲେ କେନ୍ଦ୍ର ଜଳମନ୍ତ୍ରୀ ସି. ଆର୍. ପାଟିଲ
– ଅନୁଷ୍ଠିତ ବୈଠକରେ ୩ଟି ବିକଳ୍ପ ଉପରେ ଆଲୋଚନା ସୂଚନା
୨୫ ଏପ୍ରିଲ ୨୦୨୫ – ୨୧.୪୦: ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ୩ଜଣ ରାଜ୍ୟ ସୂଚନା ଆୟୁକ୍ତଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି
୨୫ ଏପ୍ରିଲ ୨୦୨୫ – ୨୧.୩୯: ମେ’ ପହିଲାରୁ ୨୦ ଜିଲ୍ଲାରେ ଧାନକିଣା, ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ
୨୫ ଏପ୍ରିଲ ୨୦୨୫ – ୨୦.୩୨: ଆମେରିକାର ବଡ଼ ଘୋଷଣା: ପହଲଗାଓଁ ଆକ୍ରମଣକାରୀ ଆତଙ୍କୀଙ୍କୁ ଧରିବାରେ କରିବ ଭାରତର ସହଯୋଗ
– ଘୋଷଣା କଲେ ଆମେରିକା ଗୁଇନ୍ଦା ନିର୍ଦେଶକ ତୁଳସୀ ଗବାର୍ଡ
୨୫ ଏପ୍ରିଲ ୨୦୨୫ – ୨୦.୧୪: ଆଇପିଏଲ୍ ଟି-୨୦: ପ୍ରଥମେ ବ୍ୟାଟିଂ କରୁଛି ଚେନ୍ନାଇ ସୁପର କିଙ୍ଗ୍ସ
– ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ବୋଲିଂ କରୁଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରୁଛି
– ୬ ଓଭର ସୁଦ୍ଧା ୩ ୱିକେଟ ହରାଇ ୫୦ ରନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ
୨୫ ଏପ୍ରିଲ ୨୦୨୫ – ୧୯.୪୫: ଜମ୍ମୁ କାଶ୍ମୀର କଠୁଆରେ ଆତଙ୍କୀଙ୍କୁ ନିପାତ କରିବା ଲାଗି ଘରକୁ ଘର ତଲାସୀ କରୁଛି ଭାରତୀୟ ସେନା
୨୫ ଏପ୍ରିଲ ୨୦୨୫ – ୧୯.୪୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଡ ମନ୍ତବ୍ୟ, ସରକାରଙ୍କ ଯେକୌଣସି କାର୍ଯ୍ୟାନୁଷ୍ଠାନକୁ ଆମେ ସମର୍ଥନ କରୁଛୁ
୨୫ ଏପ୍ରିଲ ୨୦୨୫ – ୧୯.୪୩: ବିଭିନ୍ନ ପ୍ରକାର ଭିସାରେ ଓଡ଼ିଶାରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ବିଦା କରାଯିବ – ମନ୍ତ୍ରୀ ସୁରେଶ ପୂଜାରୀ
୨୫ ଏପ୍ରିଲ ୨୦୨୫ – ୧୯.୪୨: ମଣପ୍ପୁରରମ୍ ଫାଇନାନ୍ସ ଅଫିସରେ ଡକାୟତି ଘଟଣାରେ ରାଜ୍ୟ ବାହାରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସମ୍ବଲପୁର ପୋଲିସ
– ଏହି ମାମଲାରେ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ସମ୍ବଲପୁର ଏସ୍ପି ମୁକେଶ ଭାମୁଙ୍କ ସୂଚନା
୨୫ ଏପ୍ରିଲ ୨୦୨୫ – ୧୯.୪୧: ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳରେ ୨୦୨୪ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ କଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ
– ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
୨୫ ଏପ୍ରିଲ ୨୦୨୫ – ୧୯.୪୦: ସିନ୍ଧୁ ନଦୀ ଚୁକ୍ତି ନେଇ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
– ବୈଠକରେ ଯୋଗଦେଲେ ବୈଦେଶିକ ଓ ଜଳସମ୍ପଦ ମନ୍ତ୍ରୀ
୨୫ ଏପ୍ରିଲ ୨୦୨୫ – ୧୯.୩୯: ପାକିସ୍ତାନୀ ରେଞ୍ଜର୍ସଙ୍କ ଦ୍ବାରା ଅଟକ ସୀମା ସୁରକ୍ଷା ବଳ ଯବାନଙ୍କୁ ମୁକ୍ତ କରିବାକୁ ଉଦ୍ୟମ ଜାରି, ପାକିସ୍ତାନୀ ଅଧିକାରୀଙ୍କ ସହ ବିଏସ୍ଏଫ୍ର ତୃତୀୟ ଫ୍ଲାଗ ବୈଠକ ଅନୁଷ୍ଠିତ
୨୫ ଏପ୍ରିଲ ୨୦୨୫ – ୧୯.୩୮: ବଲାଙ୍ଗିର ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କସାବାହାଲ ନିକଟରେ କାଳବୈଶାଖୀରେ ଗଛ ପଡ଼ି ଅଟୋ ଡ୍ରାଇଭର ଓ ଜଣେ ଯାତ୍ରୀ ମୃତ
୨୫ ଏପ୍ରିଲ ୨୦୨୫ – ୧୯.୩୭: ଖୁବ ଶୀଘ୍ର ଆସିବ ରାଜସ୍ୱ ସେବା ଆପ, ଆପରୁ ଡାଉନଲୋଡ଼ କରିହେବ ବିଭିନ୍ନ ରାଜସ୍ୱ ପ୍ରମାଣପତ୍ର
୨୫ ଏପ୍ରିଲ ୨୦୨୫ – ୧୯.୩୬: ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ରହୁଛନ୍ତି ୧୨ ପାକିସ୍ତାନୀ, ଭାରତ ଛାଡ଼ିବାକୁ ନୋଟିସ୍ ଦେବା ପ୍ରକ୍ରିୟା ଆରମ୍ଭ
୨୫ ଏପ୍ରିଲ ୨୦୨୫ – ୧୯.୩୫: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ, ୩୦ ବର୍ଷ ଧରି ଆତଙ୍କୀ ପାଳୁଛି ପାକିସ୍ତାନ