ଚାନ୍ଦବାଲିରେ ହାରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ବିଜୟୀ
ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଓଡ଼ିଶାରେ ପଦ୍ମ ଫୁଟିଛି ଏବଂ ଏଠାରେ ବିଜେପି ସରକାର ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି। ତେବେ ବିଜେପିର ଏହି ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବୀତା କରି ହାରି ଯାଇଛନ୍ତି। ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସଭାପତି ତଥା ବିଜେପି ପ୍ରାର୍ଥୀ ମନମୋହନ ସାମଲ ବିଜେଡିର ବ୍ୟୋମକେଶ ରାୟଙ୍କଠାରୁ ପରାସ୍ତ ହୋଇଛନ୍ତି। […]

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଓଡ଼ିଶାରେ ପଦ୍ମ ଫୁଟିଛି ଏବଂ ଏଠାରେ ବିଜେପି ସରକାର ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି। ତେବେ ବିଜେପିର ଏହି ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବୀତା କରି ହାରି ଯାଇଛନ୍ତି। ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସଭାପତି ତଥା ବିଜେପି ପ୍ରାର୍ଥୀ ମନମୋହନ ସାମଲ ବିଜେଡିର ବ୍ୟୋମକେଶ ରାୟଙ୍କଠାରୁ ପରାସ୍ତ ହୋଇଛନ୍ତି।
ଚାନ୍ଦବାଲି ବିଧାନସଭା ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରା ୮୩, ୦୬୩ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ୮୧,୧୪୭ ଭୋଟ ମିଳିଛି। ବ୍ୟମୋକେଶଙ୍କଠାରୁ ସେ ୧,୯୧୬ ଭୋଟରେ ହାରି ଯାଇଛନ୍ତି। ବିଜେପି ପ୍ରାର୍ଥୀ ମନମୋହନ ସାମଲଙ୍କୁ ପରାସ୍ତ କରି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବ୍ୟୋମକେଶ ରାୟ ବିଜୟୀ ହୋଇଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ଅମୀୟ କୁମାର ମହାପାତ୍ରଙ୍କୁ ୨୮,୪୮୩ ଖଣ୍ଡ ମିଳିଛି।