ବ୍ରେନ୍ ଷ୍ଟ୍ରୋକ୍
ଶରୀରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ ଆମର ମସ୍ତିଷ୍କ । ମସ୍ତିଷ୍କ ଦ୍ୱାରା ଶରୀରର ଅନ୍ୟ ସମସ୍ତ ଅଙ୍ଗ ପରିଚାଳିତ ହୋଇଥାଏ । ତେଣୁ ମସ୍କିଷ୍କରେ କୌଣସି ଅସୁବିଧା ହେଲେ ଶରୀରର ଅନ୍ୟ ଅଂଶ ମଧ୍ୟ ପ୍ରଭାବିତ ହୋଇଥାଏ । ଆସନ୍ତୁ ଜାଣିବା ମସ୍ତିଷ୍କ ସମ୍ବନ୍ଧିତ କିଛି ରୋଗ ବିଷୟରେ । ସାଧାରଣତଃ ମସ୍ତିଷ୍କ ଦେଖାଯାଉଥିବା ରୋଗକୁ ବ୍ରେନ୍ ଆଟାକ୍ ବା ଷ୍ଟ୍ରୋକ୍ ବୋଲି ଡାକ୍ତରୀ ଭାଷାରେ କୁହାଯାଇଥାଏ । ଏହା ହେବା ଦ୍ୱାରା ବ୍ରେନ୍ରେ ବ୍ଲଡ୍ […]

ଶରୀରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ ଆମର ମସ୍ତିଷ୍କ । ମସ୍ତିଷ୍କ ଦ୍ୱାରା ଶରୀରର ଅନ୍ୟ ସମସ୍ତ ଅଙ୍ଗ ପରିଚାଳିତ ହୋଇଥାଏ । ତେଣୁ ମସ୍କିଷ୍କରେ କୌଣସି ଅସୁବିଧା ହେଲେ ଶରୀରର ଅନ୍ୟ ଅଂଶ ମଧ୍ୟ ପ୍ରଭାବିତ ହୋଇଥାଏ । ଆସନ୍ତୁ ଜାଣିବା ମସ୍ତିଷ୍କ ସମ୍ବନ୍ଧିତ କିଛି ରୋଗ ବିଷୟରେ ।
ସାଧାରଣତଃ ମସ୍ତିଷ୍କ ଦେଖାଯାଉଥିବା ରୋଗକୁ ବ୍ରେନ୍ ଆଟାକ୍ ବା ଷ୍ଟ୍ରୋକ୍ ବୋଲି ଡାକ୍ତରୀ ଭାଷାରେ କୁହାଯାଇଥାଏ । ଏହା ହେବା ଦ୍ୱାରା ବ୍ରେନ୍ରେ ବ୍ଲଡ୍ କ୍ଲଟ୍, ପାରାଲିସିସ୍ ଏପରିକି କେତେକଙ୍କର ମୃତୁ୍ୟ ମଧ୍ୟ ହୋଇଯାଏ । ତେବେ ଏହି ଷ୍ଟ୍ରୋକ୍ ଅନେକପ୍ରକାର ଥାଏ ।
ଇସ୍କେମିକ୍ ଷ୍ଟ୍ରୋକ୍ – ବ୍ରେନ୍ ଷ୍ଟ୍ରୋକ୍ରେ ସବୁଠାରୁ କମନ ହୋଇଥାଏ ଇସ୍କେମିକ୍ ଷ୍ଟ୍ରୋକ୍ । ରିପୋର୍ଟ ଅନୁସାରେ ପାଖାପାଖି ୮୭ ପ୍ରତିଶତ କେସ୍ ଇସ୍କେମିକ୍ ଷ୍ଟ୍ରୋକ୍ର ହୋଇଥାଏ । ଯେତେବେଳେ ବ୍ରେନ୍ରେ ବ୍ଲଡ୍ କ୍ଲଟ୍ ହୋଇଥାଏ କିମ୍ବା କୌଣସି ବ୍ଲଡ୍ ଭେସେଲ୍ (ରକ୍ତବାହୀ )ବ୍ଲକ୍ ହୋଇଥାଏ ସେତେବେଳେ ଏହି ସମସ୍ୟା ଦେଖାଦେଇଥାଏ । ଏହା ଦ୍ୱାରା ବ୍ରେନ୍ର କେତେକ ନିର୍ଦ୍ଧିଷ୍ଟ ସ୍ଥାନକୁ ରକ୍ତ ପହଞ୍ଚିବା ବନ୍ଦ ହୋଇଯାଇଥାଏ । ଯାହାଦ୍ୱାରା ମସ୍ତିଷ୍କକୁ ଅମ୍ଲଜାନ ଓ ପୋଷଣ ପହଞ୍ଚିବାରେ ଅସୁବିଧା ହୋଇଥାଏ । ଏହା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କର ହଠାତ୍ ଦୁର୍ବଳତା ବଢୁଛି, ମୁହଁ, କାନ୍ଧ,ଗୋଡର ଗୋଟିଏ ପଟ ବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ଦ୍ୱାରା ରୋଗୀର କଥା କହିବାରେ ମଧ୍ୟ ଅସୁବିଧା ହୋଇଥାଏ ।
ହେମୋରେଜିକ୍ ଷ୍ଟ୍ରୋକ୍ – ଆଉ ଏକ ପ୍ରକାର ଷ୍ଟୋକ୍ ହେଲା ହେମୋରେଜିକ୍ ଷ୍ଟ୍ରୋକ୍ କହିଥାଆନ୍ତି । ତେବେ ଏହା ଖୁବ କମ ଲୋକଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଏହି ସମସ୍ୟା ହେଲେ ରୋଗୀର ଅତ୍ୟଧିକ ମୁଣ୍ଡ ବିନ୍ଧା, ବାନ୍ତି, ମୁଣ୍ଡ ବୁଲାଇବା, କଥା କହିବାରେ ସମସ୍ୟା, ଦୁର୍ବଳତା ଭଳି ଲକ୍ଷଣ ଦେଖିବାକୁ ମିଳେ । ଯଦି ଏପରି ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।