ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପାଇଁ ଦରଖାସ୍ତ
କାମାକ୍ଷାନଗର,୧୧ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ୧୬ ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ଦସ୍ତଖତ ଥିବା ଦରଖାସ୍ତ ସୋମବାର କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ପ୍ରଦାନ କରାଯାଇଛି। ଏଥିପୂର୍ବରୁ କେରଜୁଳି ସରପଞ୍ଚ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଦଣ୍ଡାଧାର ଡ୍ୟାମ୍ ନିକଟରେ ଏକ ବୈଠକ ବସିଥିଲା। ଏଥିରେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧିମାନେ ବ୍ଲକ ଅଧ୍ୟକ୍ଷାଙ୍କ ମନମୁଖି କାର୍ଯ୍ୟ ଓ ଦୁର୍ନୀତି ଚରମ […] The post ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପାଇଁ ଦରଖାସ୍ତ appeared first on Dharitri Odia News.
କାମାକ୍ଷାନଗର,୧୧ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ୧୬ ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ଦସ୍ତଖତ ଥିବା ଦରଖାସ୍ତ ସୋମବାର କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ପ୍ରଦାନ କରାଯାଇଛି।
ଏଥିପୂର୍ବରୁ କେରଜୁଳି ସରପଞ୍ଚ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଦଣ୍ଡାଧାର ଡ୍ୟାମ୍ ନିକଟରେ ଏକ ବୈଠକ ବସିଥିଲା। ଏଥିରେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧିମାନେ ବ୍ଲକ ଅଧ୍ୟକ୍ଷାଙ୍କ ମନମୁଖି କାର୍ଯ୍ୟ ଓ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା କାରଣରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଆଲୋଚନା କରିଥିଲେ। ପରେ ୧୬ ଜଣ ପଞ୍ଚାୟତ ପ୍ରତିନିଧିଙ୍କ ଦସ୍ତଖତ ନିଆଯାଇଥିଲା। ଏହି ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ରକୁ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗପତ୍ରରେ କେରଜୁଳି, କରଗୋଳା, ରାଇବୋଲ, ମହାବିରୋଡ, କଙ୍କଡାହାଡ଼, କଣ୍ଟାପାଳ, କାନ୍ତୁଲ, ବିରିବୋଲେଇ, କୁଟୁରିଆ ସରପଞ୍ଚ ଏବଂ ବାଲିକୁମା ନାଏବ ସରପଞ୍ଚ, ମରୁଆବିଲ, ଦଶୀପୁର, କୁଟୁରିଆ, କଣ୍ଟାପାଳ, କେରଜୁଳି, ରାଇବୋଲ ସମିତି ସଭ୍ୟଙ୍କ ଦସ୍ତଖତ ରହିଛି।
The post ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପାଇଁ ଦରଖାସ୍ତ appeared first on Dharitri Odia News.