ବ୍ଲକ ଅଫିସରେ ଗଣ୍ଡଗୋଳ: ସରପଞ୍ଚ, ସମିତି ସଭ୍ୟଙ୍କ ସ୍ବାମୀ ହାତାହାତି ସିସିଟିଭିରେ..
ହିଞ୍ଜିଳିକାଟୁ ୮।୧୧( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର କୌଣସି କଥାକୁ ନେଇ ଆମ୍ବ ଗାଁ ପଞ୍ଚାୟତ ସରପଞ୍ଚ ଓ ଉକ୍ତ ପଞ୍ଚାୟତର ସମିତି ସଭ୍ୟଙ୍କ ସ୍ବାମୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। କଥା ଶେଷରେ ପୋଲିସ ଥାନା ପର୍ଯ୍ୟନ୍ତ ଯାଇଛି। ଶାସନ ଆମ୍ବ ଗାଁ ପଞ୍ଚାୟତ ସରପଞ୍ଚ ଜନାର୍ଦ୍ଦନ ସେଠୀ ଓ ସମିତି ସଭ୍ୟଙ୍କ ସ୍ବାମୀ ମାର୍କଣ୍ଡ ପାଣିଗ୍ରାହୀ ମଧ୍ୟରେ ଏହି କଥା କଟାକଟି ଓ ହାତାହାତି ଘଟଣା ଏବେ ଚର୍ଚ୍ଚା ବିଷୟ […] The post ବ୍ଲକ ଅଫିସରେ ଗଣ୍ଡଗୋଳ: ସରପଞ୍ଚ, ସମିତି ସଭ୍ୟଙ୍କ ସ୍ବାମୀ ହାତାହାତି ସିସିଟିଭିରେ.. appeared first on Dharitri Odia News.
ହିଞ୍ଜିଳିକାଟୁ ୮।୧୧( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର କୌଣସି କଥାକୁ ନେଇ ଆମ୍ବ ଗାଁ ପଞ୍ଚାୟତ ସରପଞ୍ଚ ଓ ଉକ୍ତ ପଞ୍ଚାୟତର ସମିତି ସଭ୍ୟଙ୍କ ସ୍ବାମୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। କଥା ଶେଷରେ ପୋଲିସ ଥାନା ପର୍ଯ୍ୟନ୍ତ ଯାଇଛି। ଶାସନ ଆମ୍ବ ଗାଁ ପଞ୍ଚାୟତ ସରପଞ୍ଚ ଜନାର୍ଦ୍ଦନ ସେଠୀ ଓ ସମିତି ସଭ୍ୟଙ୍କ ସ୍ବାମୀ ମାର୍କଣ୍ଡ ପାଣିଗ୍ରାହୀ ମଧ୍ୟରେ ଏହି କଥା କଟାକଟି ଓ ହାତାହାତି ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଛି। ବ୍ଲକ ର ଜଣେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଏପରି ଅପ୍ରୀତିକର ପରିସ୍ଥିତିକୁ ବ୍ଲକ କର୍ମଚାରୀ ଘଟଣାରେ ହସ୍ତକ୍ଷେପ କରି ଉଭୟଙ୍କୁ ବୁଝାସୁଝା ଉଦ୍ୟମ କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲା।
ଅଭିଯୋଗ ଅନୁସାରେ, ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଶାସନ ଆମ୍ବ ଗାଁ ପଞ୍ଚାୟତକୁ ଦେଶର ଅନ୍ୟତମ ଶ୍ରେଷ୍ଠ ପଞ୍ଚାୟତ ଘୋଷଣା ହୋଇଥିଲା।ଫଳରେ ଉକ୍ତ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ୩ କୋଟି ଟଙ୍କା ଆସିଛି । ଉକ୍ତ ରାଶିକୁ ଖର୍ଚ୍ଚ କରିବାରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ମଧ୍ୟରେ ମତାନ୍ତର ରହିଛି। ଉକ୍ତ ରାଶିକୁ ଖର୍ଚ୍ଚ ନିମନ୍ତେ ବ୍ଲକ ଯନ୍ତ୍ରୀ ଡି ଅଶୋକଙ୍କ କାର୍ଯ୍ୟାଳୟରେ ଆଲୋଚନା ଚାଲିଥିଲା। ଏତିକି ବେଳେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ସ୍ବାମୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସମ୍ପୂର୍ଣ୍ଣ ଘଟଣା ସିସିଟିଭି ଫୁଟେଜରେ ରହିଛି। ଘଟଣା ନେଇ ପୋଲିସ ତଦନ୍ତ ଚଳାଇଛି। ଖବର ଲେଖା ସୁଦ୍ଧା ଥାନାରେ ଏଥିପାଇଁ କୌଣସି ମାମଲା ରୁଜୁ ହୋଇନାହିଁ।
The post ବ୍ଲକ ଅଫିସରେ ଗଣ୍ଡଗୋଳ: ସରପଞ୍ଚ, ସମିତି ସଭ୍ୟଙ୍କ ସ୍ବାମୀ ହାତାହାତି ସିସିଟିଭିରେ.. appeared first on Dharitri Odia News.