ବ୍ଲକ ଟ୍ରେଜେରି ଚରିଗଲେ ଉଈ; ନଷ୍ଟ ହୋଇଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଚୁପ ବସିଛନ୍ତି ଅଧିକାରୀ
କନକ ବ୍ୟୁରୋ : ଉଇ ଖାଇଗଲେ ଗରିବ ଲୋକଙ୍କ ଫାଇଲ୍ । ପୁରୀ କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟରୁ ସାମନାକୁ ଆସିଛି ଏଭଳି ଘଟଣା । ଫାଇଲ ଗୁଡ଼ିକ ଉଈ ଖାଇ ଖଣ୍ଡ ବିଖଣ୍ଡିତ କରିଦେଇଛନ୍ତି । ଫାଇଲ ଗୁଡ଼ିକ ସୁରକ୍ଷା ପାଇଁ ବ୍ଳକ ଅଧିକାରୀଙ୍କ ତରଫରୁ ମଧ୍ୟ କିଛି କରାଯାଉନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସରକାର କାର୍ଯ୍ୟାଳୟରେ କାଗଜପତ୍ର କେତେ ସୁରକ୍ଷିତ ? କାଠ ଆଲମାରିରେ ଉଈ ଲାଗିଯାଇଛି । ଉଈ ଚରି ଯାଇଛନ୍ତି ଗରୁତ୍ୱପୂର୍ଣ୍ଣ ଫାଇଲ । ସବୁ ମାଟି ହୋଇଯାଇଛି । ଆଲମିରା ଉପରେ ଲେଖା ହୋଇଛି ବିଡିଓ କୃଷ୍ଣପ୍ରସାଦ । ଆଉ ତାରି ଭିତରେ ରହିଛି ବ୍ଲକର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ସବୁ ଫାଇଲ ଉଇ ଖାଇ ନଷ୍ଟ କରିସାରିଛନ୍ତି । ସବୁ ଦେଖି ବି ଚୁପ୍ ବସିଛନ୍ତି ବ୍ଲକ ଅଧିକାରୀ । ନା’ ଉଈ ପାଇଁ କୌଣସି କୀଟନାଶକ ସିଞ୍ଚନ କରାଯାଉଛି । ନା ଫାଇଲ ଗୁଡ଼ିକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଉଛି । ପୂର୍ବରୁ ଲୋକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫାଇଲ ସହ ଅନେକ ଫାଇଲ ଉଇ ଖାଇ ଯାଇଥିଲା । ସେଥିରୁ କିଛି ଶିଖି ପାରିନାହାନ୍ତି ବ୍ଲକ ପ୍ରଶାସନ । କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ଖାମ ଖିଆଲ ମନୋଭାବ ପାଇଁ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି । ଏଇ ଉଈ ଖିଆ କାଗଜ ପତ୍ରରେ ଅନେକ ଦୁର୍ନୀତିକୁ ଲୁଚାଇବା ପାଇଁ ଉଦ୍ୟମ କରାଯାଉଥିବା ସନ୍ଦେହ କରାଯାଉଛି ।

କନକ ବ୍ୟୁରୋ : ଉଇ ଖାଇଗଲେ ଗରିବ ଲୋକଙ୍କ ଫାଇଲ୍ । ପୁରୀ କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟରୁ ସାମନାକୁ ଆସିଛି ଏଭଳି ଘଟଣା । ଫାଇଲ ଗୁଡ଼ିକ ଉଈ ଖାଇ ଖଣ୍ଡ ବିଖଣ୍ଡିତ କରିଦେଇଛନ୍ତି । ଫାଇଲ ଗୁଡ଼ିକ ସୁରକ୍ଷା ପାଇଁ ବ୍ଳକ ଅଧିକାରୀଙ୍କ ତରଫରୁ ମଧ୍ୟ କିଛି କରାଯାଉନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ସରକାର କାର୍ଯ୍ୟାଳୟରେ କାଗଜପତ୍ର କେତେ ସୁରକ୍ଷିତ ? କାଠ ଆଲମାରିରେ ଉଈ ଲାଗିଯାଇଛି । ଉଈ ଚରି ଯାଇଛନ୍ତି ଗରୁତ୍ୱପୂର୍ଣ୍ଣ ଫାଇଲ । ସବୁ ମାଟି ହୋଇଯାଇଛି । ଆଲମିରା ଉପରେ ଲେଖା ହୋଇଛି ବିଡିଓ କୃଷ୍ଣପ୍ରସାଦ । ଆଉ ତାରି ଭିତରେ ରହିଛି ବ୍ଲକର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ସବୁ ଫାଇଲ ଉଇ ଖାଇ ନଷ୍ଟ କରିସାରିଛନ୍ତି ।
ସବୁ ଦେଖି ବି ଚୁପ୍ ବସିଛନ୍ତି ବ୍ଲକ ଅଧିକାରୀ । ନା’ ଉଈ ପାଇଁ କୌଣସି କୀଟନାଶକ ସିଞ୍ଚନ କରାଯାଉଛି । ନା ଫାଇଲ ଗୁଡ଼ିକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଉଛି । ପୂର୍ବରୁ ଲୋକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫାଇଲ ସହ ଅନେକ ଫାଇଲ ଉଇ ଖାଇ ଯାଇଥିଲା । ସେଥିରୁ କିଛି ଶିଖି ପାରିନାହାନ୍ତି ବ୍ଲକ ପ୍ରଶାସନ ।
କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ଖାମ ଖିଆଲ ମନୋଭାବ ପାଇଁ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି । ଏଇ ଉଈ ଖିଆ କାଗଜ ପତ୍ରରେ ଅନେକ ଦୁର୍ନୀତିକୁ ଲୁଚାଇବା ପାଇଁ ଉଦ୍ୟମ କରାଯାଉଥିବା ସନ୍ଦେହ କରାଯାଉଛି ।