ବ୍ଲାକରୋଜ ଜାହାଜ ବୁଡ଼ି ମାମଲା; ହାଇକୋର୍ଟରେ ସିବିଆଇର୍ ସତ୍ୟପାଠ ଦାଖଲ
କଟକ,୧୯।୩ (କାର୍ତ୍ତିକ ସାହୁ) ବ୍ଲାରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ନେଇ ରୁଜୁ ମାମଲାରେ ସିବିଆଇ ପକ୍ଷରୁ ହାଇକୋର୍ଟରେ ମଙ୍ଗଳବାର ସତ୍ୟପାଠ ଦାଖଲ ହୋଇଛି । ଏହି ମାମଲାର ତଦନ୍ତ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଦୁଇ ଥର ଅନୁରୋଧ କରାଯାଇଥିବା ସତ୍ତ୍ୱେ ରାଜ୍ୟ ସରକାର ଅନୁମତି ଦେଇ ନ ଥିବା ସିବିଆଇ ନିଜ ସତ୍ୟପାଠରେ ଦର୍ଶାଇଛି। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରକାଶ ଯେ, ୨୦୦୯ ସେପ୍ଟେମ୍ବର […] The post ବ୍ଲାକରୋଜ ଜାହାଜ ବୁଡ଼ି ମାମଲା; ହାଇକୋର୍ଟରେ ସିବିଆଇର୍ ସତ୍ୟପାଠ ଦାଖଲ appeared first on Dharitri Odia News.
କଟକ,୧୯।୩ (କାର୍ତ୍ତିକ ସାହୁ) ବ୍ଲାରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ନେଇ ରୁଜୁ ମାମଲାରେ ସିବିଆଇ ପକ୍ଷରୁ ହାଇକୋର୍ଟରେ ମଙ୍ଗଳବାର ସତ୍ୟପାଠ ଦାଖଲ ହୋଇଛି । ଏହି ମାମଲାର ତଦନ୍ତ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଦୁଇ ଥର ଅନୁରୋଧ କରାଯାଇଥିବା ସତ୍ତ୍ୱେ ରାଜ୍ୟ ସରକାର ଅନୁମତି ଦେଇ ନ ଥିବା ସିବିଆଇ ନିଜ ସତ୍ୟପାଠରେ ଦର୍ଶାଇଛି। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ପ୍ରକାଶ ଯେ, ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ଜାହାଜ ବ୍ଲାକରୋଜ ବୁଡି ଯାଇଥିଲା । ଏହି ଜାହାଜରେ ୨୩,୫୦୦ ମେଟ୍ରିକ ଟନ୍ ଲୁହାପଥର ଥିଲା। ଏହାଦ୍ୱାରା ଜାହାଜର ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
ଦୀର୍ଘ ଦିନ ଧରି ଜାହାଜଟି ସମୁଦ୍ରରେ ପଡ଼ି ରହିବାରୁ ସମୁଦ୍ରରେ ତେଲ ଭାସିଥିଲା। ହେଲେ ଏହି ଜାହାଜକୁ କୂଳକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଏବେ ଜାହାଜଟି ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ସିବିଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ କୁହାଯାଇଛି, ବ୍ଲାକରୋଜ ସୋମାଲିଆର ଜାହାଜ ହୋଇଯାଇଥିବା ବେଳେ ଭାରତୀୟ ସମୁଦ୍ର ସୀମାରେ ବୁଡ଼ି ଯାଇଥିଲା।
ତେଣୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଜାହାଜ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ୨୦୧୮ ମସିହାରେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ଜାହାଜ ମନ୍ତ୍ରାଳୟ । ଏନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।
The post ବ୍ଲାକରୋଜ ଜାହାଜ ବୁଡ଼ି ମାମଲା; ହାଇକୋର୍ଟରେ ସିବିଆଇର୍ ସତ୍ୟପାଠ ଦାଖଲ appeared first on Dharitri Odia News.