ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ…

ଭୁବନେଶ୍ୱର,୨୪ା୯ (ଅନୁରାଧା ମହାରଣା): ରାଜ୍ୟରେ ସରକାରୀ ପଦପଦବୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛି ଦୁର୍ନୀତି ବିରୋଧୀ ଛାତ୍ର ସଂଗଠନ। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର ଆବାହକ ବିଶ୍ୱ ଭୂଷଣ ମହାପାତ୍ର କହିଛନ୍ତି, ଏଠି ଟଙ୍କା ଦେଲେ ସରକାରୀ ଚାକିିରି ମିଳୁଛି। ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଉଛି। ‘ଟଙ୍କା ଦିଅ, ଚାକିରି ନିଅ’କୁ ସରକାରଙ୍କ ନୂଆ ଯୋଜନା ବୋଲି ଅଭିହିତ କରି ସେ କହିଛନ୍ତି, ଗତ ୨୦ ତାରିଖରୁ ଆର୍‌ଆଇ, ଏଆର୍‌ଆଇ, ଅମିନ […] The post ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ… appeared first on Dharitri Odia News.

ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ…

ଭୁବନେଶ୍ୱର,୨୪ା୯ (ଅନୁରାଧା ମହାରଣା): ରାଜ୍ୟରେ ସରକାରୀ ପଦପଦବୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛି ଦୁର୍ନୀତି ବିରୋଧୀ ଛାତ୍ର ସଂଗଠନ। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର ଆବାହକ ବିଶ୍ୱ ଭୂଷଣ ମହାପାତ୍ର କହିଛନ୍ତି, ଏଠି ଟଙ୍କା ଦେଲେ ସରକାରୀ ଚାକିିରି ମିଳୁଛି।

ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଉଛି। ‘ଟଙ୍କା ଦିଅ, ଚାକିରି ନିଅ’କୁ ସରକାରଙ୍କ ନୂଆ ଯୋଜନା ବୋଲି ଅଭିହିତ କରି ସେ କହିଛନ୍ତି, ଗତ ୨୦ ତାରିଖରୁ ଆର୍‌ଆଇ, ଏଆର୍‌ଆଇ, ଅମିନ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆବେଦନ କରିଛନ୍ତି। ସେଣ୍ଟର ଚୟନଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ଦୁର୍ନୀତି ଗନ୍ଧ ବାରିହେଉଛି। ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସିବିଆଇ ଦ୍ୱାରା ୧୭ଜଣ ଗିରଫ ହେବା ପରେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ବ୍ଲାକଲିଷ୍ଟେଡ୍‌ ହୋଇଥିବା ସଂସ୍ଥା ସିଆଇଏଫ୍‌ଓ୍ବାଇ ଟେକ୍ନୋଲୋଜିକୁ ପରୀକ୍ଷା ପରିଚାଳନା ଦାୟିତ୍ୱ କିପରି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ସଂସ୍ଥା ସେଣ୍ଟର ଚୟନ ପାଇଁ ସାଇ ଏଡୁକେୟାରକୁ ଦାୟିତ୍ୱ ଦେଇଥିବାବେଳେ ସଂସ୍ଥା ୪୦ଟି ସେଣ୍ଟର ଚୟନ କରିଛି। ଏଥିରେ ରମାଦେବୀ, ଉତ୍କଳ, ବିଜେବି ଭଳି ବଡ଼ ଶିକ୍ଷାନୁଷ୍ଠାନ ପରିବର୍ତ୍ତେ ୬ ମାସରୁ ବର୍ଷେ ମଧ୍ୟରେ ଗଢ଼ିଉଠିଥିବା ଶିକ୍ଷାନୁଷ୍ଠାନକୁ ସାମିଲ କରାଯିବା ସନ୍ଦେହଜନକ। ସୋସିଆଲ ମିଡିଆରେ ଦଲାଲଙ୍କ ନାମ, ସେଣ୍ଟର ଦାମ ସହିତ ମୂଲଚାଲ ଦାମ ୧୫ରୁ ୨୦ଲକ୍ଷ ଟଙ୍କା ଲେଖାଥିବା ପୋଷ୍ଟ ଘୂରି ବୁଲୁଥିବାବେଳେ ଏଥିପ୍ରତି କିପରି ଓଏସ୍‌ଏସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନାହିଁ ବୋଲି ମହାପାତ୍ର ପ୍ରଶ୍ନ କରିଛନ୍ତି। ନିଯୁକ୍ତି ଅପେକ୍ଷାରେ ହଜାର ହଜାର ଆଶାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଘଟଣାକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସେ ଦାବି କରିଛନ୍ତି। ଅଭିଯୋଗ ନେଇ ଓଏସ୍‌ଏସ୍‌ଏସ୍‌ସି କିମ୍ବା ସିଆଇଏଫ୍‌ଓ୍ବାଇ ଟେକ୍ନୋଲୋଜି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରୁ ନାହିଁ।

The post ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ… appeared first on Dharitri Odia News.